Advertisment

BJD Fortress Shakes: ନବୀନଙ୍କ ନିଜ ଜିଲ୍ଲାରେ ଦୋହଲିଗଲାଣି BJD ଦୁର୍ଗ; BJPର ତୀର, ରସାତଳକୁ ଯିବ ଶଙ୍ଖ ଦଳ

ଦିଲ୍ଲୀରେ ବିଜେଡିର ୭ ସାଂସଦଙ୍କ ଦମ୍ଭୋକ୍ତି, ଆମେ ଏକ୍। କିନ୍ତୁ ଦିନକ ପରେ ନବୀନଙ୍କ ଜିଲ୍ଲାରେ ଗୋଷ୍ଠୀ କନ୍ଦଳ ତୀବ୍ର। ପରିସ୍ଥିତି ଏମିତି ଯେ, କଥା ଶଙ୍ଖ ଭବନ ଯାଏ ପହଞ୍ଚିଲା।

author-image
Sujit kumar Swain
undefined

BJD Fortress Shakes

ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଦଳକୁ ଏକଜୁଟ୍ କରିବାକୁ ନବୀନ କରୁଛନ୍ତି ପ୍ରୟାସ। ହେଲେ ନିଜ ଜିଲ୍ଲା ଗଞ୍ଜାମରେ ଦୋହଲିଲାଣି ବିଜେଡି ଦୁର୍ଗ। ବିପର୍ଯ୍ୟୟ ପରେ ବି ନେତାଙ୍କ ଭିତରେ ଥମୁନି ଗୋଷ୍ଠୀ କନ୍ଦଳ। ଗଞ୍ଜାମ କଳି ନବୀନ ନିବାସ ଯାଏ ପହଞ୍ଚିଥିବା ବେଳେ ବିଜେପି କହିଛି, ବିଜେଡି ସଫା ହେଇଯିବ। ବିଜେଡି ଏହାକୁ ଅସ୍ବୀକାର କରିଥିବାବେଳେ କଂଗ୍ରେସ କିନ୍ତୁ ଏଥିରୁ ଫାଇଦା ନେବା ଲକ୍ଷ୍ୟରେ।

Advertisment

ଦିଲ୍ଲୀରେ ବିଜେଡିର ୭ ସାଂସଦଙ୍କ ଦମ୍ଭୋକ୍ତି, ଆମେ ଏକ୍। କିନ୍ତୁ ଦିନକ ପରେ ନବୀନଙ୍କ ଜିଲ୍ଲାରେ ଗୋଷ୍ଠୀ କନ୍ଦଳ ତୀବ୍ର। ପରିସ୍ଥିତି ଏମିତି ଯେ, କଥା ଶଙ୍ଖ ଭବନ ଯାଏ ପହଞ୍ଚିଲା। ବୈଠକରେ ଉଚ୍ଚବାଚ ବି ହୋଇଥିବା ସୂଚନା ରହିଛି। ଶଙ୍ଖ ଭବନରେ ସମାଧାନ ନହେବାରୁ ଶେଷରେ ନବୀନ ନିବାସ ଯାଇ ସୁପ୍ରିମୋଙ୍କୁ ଭେଟି ଫେରାଦ ହେଲେ।  ବ୍ରହ୍ମପୁର ମେୟର ଓ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଗୋଷ୍ଠୀ ସହ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ କର୍ପୋରେଟର ଗୋଷ୍ଠୀ ଭିତରେ କନ୍ଦଳ ତୀବ୍ର ରୂପ ଧାରଣ କରିଛି। ରାମ ଲିଙ୍ଗମ୍ ଉଦ୍ୟାନ କାମକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ବଢିଛି। ଉଭୟ ପକ୍ଷ ନବୀନ ନିବାସ ଯାଇ ଫେରିବା ପରେ କହିଛନ୍ତି ଏକାଠି ହୋଇ ଏବେ ଗଞ୍ଜାମରେ କାମ କରିବୁ। ସୁପ୍ରିମୋ ଗୁରୁମନ୍ତ୍ର ଦେଇଛନ୍ତି। ମାତ୍ର ସତ କଣ ତାହା ଜଳ ଜଳ ହୋଇ ଦିଶୁଥିଲା।

ଅଧିକ ପଢ଼ନ୍ତୁ: ହସ୍ପିଟାଲ୍‌ରେ ଚାଲିଛି ପ୍ରତାପ ଷଡଙ୍ଗୀଙ୍କ ଚିକିତ୍ସା, ସଂସଦ ଇତିହାସରେ କଳା ଦିନ

Advertisment

ଖୋଦ ଗଞ୍ଜାମରେ ଯଦି ସ୍ଥିତି ଏଭଳି ଅନ୍ୟ ଜିଲ୍ଲାର ସ୍ଥିତି କଣ ତାହା ସହଜରେ ଅନୁମାନ କରାଯାଇପାରେ। ସତ୍ତାରୁ ଯିବାପରେ କେହି କାହାରିକି ମାନିବା ସ୍ଥିତିରେ ଯେପରି ନାହାନ୍ତି। ଉପକୂଳରୁ ଉପାନ୍ତ ଯାଏ ସବୁଠି ବିଜେଡି ଗଡ଼ ଦୋହଲିବା ଆରମ୍ଭ କରିଛି। ଏପରିସ୍ଥଳେ ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ। ବିଜେଡି ତାକୁ ହାତେଇବାକୁ ଟାର୍ଗେଟ କରୁଥିବାବେଳେ ତୃଣମୂଳ ସ୍ତରର ନେତା ବିଜେପି ମୁହାଁ ହେଲେଣି। ସେପଟେ ବିଜେଡି କହିଛି ଗୋଷ୍ଠୀ କନ୍ଦଳ ସବୁ ଦଳରେ ଅଛି। ଆମ ଦଳର କ୍ୟାପଟେନ୍ ଶକ୍ତିଶାଳୀ, ତେଣୁ ଫରକ ପଡିବନି। କାଉଣ୍ଟରରେ ବିଜେପି କହିଛି, ଗୋଷ୍ଠୀ କନ୍ଦଳ ବିଜେଡିକୁ ଆହୁରି ରସାତଳକୁ ନେଇଯିବ। କଂଗ୍ରେସ କିନ୍ତୁ ବିଜେଡି ବିଜେପି କାଦୁଅ ଫିଙ୍ଗା ରାଜନୀତିରୁ ଫାଇଦା ନେବା ଲକ୍ଷ୍ୟରେ ରହିଛି।

ବିଜେଡିର ଦୁଇ ସାଂସଦ ବିଜେପି ଗଲେ। ତାସହ ବରିଷ୍ଠ ବିଜେଡି ବିଧାୟକମାନେ ଦଳର ପରିଚାଳନାକୁ ନେଇ ଆତ୍ମଘାତୀ ବାଣ ମାରିଛନ୍ତି। ଏଭଳିସ୍ଥଳେ ନବୀନ ଯଦିଓ ଲଗାମକୁ ପୁଣି କସିବାକୁ ଆରମ୍ଭ କରିଛନ୍ତି କିନ୍ତୁ ପକଡ ଯେ ମଜବୁତ ରହୁନି, ତାହା ସ୍ପଷ୍ଟ ବାରି ହୋଇଗଲାଣି। 

ଅଧିକ ପଢ଼ନ୍ତୁ: ନଡ଼ିଆ ତେଲ ଖାଇବେ ନା କେଶରେ ଲଗାଇବେ ? ୨୦ ବର୍ଷର ବିବାଦକୁ ସମାଧାନ କଲେ ସୁପ୍ରିମକୋର୍ଟ

BJD Ganjam Politics
Advertisment
Advertisment