ବିଜେଡି ବିଧାୟକ, ମନ୍ତ୍ରୀ ଟେଣ୍ଟ ବାନ୍ଧୁଥିଲେ। ସେତେବେଳେ କୁଆଡ଼େ ଯାଇଥିଲା ଆପଣ ମାନଙ୍କ ଓଡ଼ିଆ ଅସ୍ମିତା ? ବିଧାନସଭାରେ କିଛି ଏଭଳି ପ୍ରଶ୍ନ ଉଠାଇ ବିରୋଧୀ ବିଜେଡିକୁ ବର୍ଷିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ।
କିଛି ଦାୟିତ୍ୱ ନପାଇ ଅଭିମାନ କରିଛନ୍ତି ତାରା ବାହିନୀପତି । ନୂଆ ପିସିସି ସଭାପତିଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ- ରାଜନୀତି ସମୀକ୍ଷକ ।
ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ଭବାନୀ । ଭବାନୀଙ୍କ ନାମ ଘୋଷଣା କରିଥିଲା ଭାରତୀୟ ଜନତା ପାର୍ଟି ।
ରାଜନୀତିର ସେ ସାଇଲେଣ୍ଟ କିଲର୍ । ମୁହଁ ନଖୋଲି, ତାଙ୍କର ଅନେକ ରାଜନୀତିର ଶତ୍ରୁଙ୍କୁ ସେ ଗୋଟିଏ ଗୋଟିଏ ଧାଡ଼ିକିଆ ଚିଠିରେ ତଳିତଳାନ୍ତ କରିଦେଇଛନ୍ତି ।
ପୁଣି ପାଣ୍ଡିଆନଙ୍କ ସୁରକ୍ଷାରେ ବାହାରିଲେ ନବୀନ। ପୂର୍ବରୁ କ୍ଲିନଚିଟ୍ ଦେଇଥିଲେ । ଆଉ ଆଜି ଢାଲ ହୋଇ ଛିଡ଼ା ହେଲେ। ଖାଲି ସେତିକି ନୁହେଁ ପାଣ୍ଡିଆନଙ୍କ ଗୁଣ ଗାନ ବି କଲେ।
ବିଜେଡିରେ ପୁଣି ପାଣ୍ଡିଆନ ଝଡ଼ । ବିଜେଡି ଭାଙ୍ଗିବାକୁ ଦିଲ୍ଲୀରେ ଡେରା ପକାଇଥିଲେ ପାଣ୍ଡିଆନ । ଏକ ଜାତୀୟ ଗଣମାଧ୍ୟମରେ ପାଣ୍ଡିଆନଙ୍କୁ ନେଇ ବିସ୍ପୋରକ ଖବର ପ୍ରକାଶ ପାଇବା ପରେ ରାଜ୍ୟ ରାଜନୀତିରେ ହଟଚମଟ ।
ବିଜେପିକୁ ବିଜେଡିର ସହାୟତା ଖବର ଚର୍ଚ୍ଚାକୁ ଖଣ୍ଡନ କରିଛି ବିଜେପି। ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ବିଜେପିକୁ କାହାର ସହାୟତା ଆବଶ୍ୟକ ନାହିଁ।
ଭିକେ ପାଣ୍ଡିଆନଙ୍କୁ ବି ଏହାପୂର୍ବରୁ ସମର୍ଥନ କରିଥିଲେ ନବୀନ ପଟ୍ଟନାୟକ ।
ରାଜ୍ୟ ରାଜନୀତିରେ ଆଜି ଦେଖିବାକୁ ମିଳିଛି କିଛି ବିରଳ ପ୍ରଥା । ଚଳିତ ବିଧାନସଭାର ପ୍ରଥମ ଅଧିବେଶନ ପୂର୍ବରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଗୃହର ନେତା ମୋହନ ମାଝୀ ।
ରାଜ୍ୟ ରାଜନୀତିରେ ଆଜି ଦେଖିବାକୁ ମିଳିଛି କିଛି ବିରଳ ପ୍ରଥା । ଚଳିତ ବିଧାନସଭାର ପ୍ରଥମ ଅଧିବେଶନ ପୂର୍ବରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଗୃହର ନେତା ମୋହନ ମାଝୀ ।
ଭୁବନେଶ୍ବରସ୍ଥିତ ବିଜେଡି ମୁଖ୍ୟ କାର୍ଯ୍ୟାଳୟ-ଶଙ୍ଖ ଭବନ ନିର୍ମାଣକୁ ନେଇ ସରଗରମ ରାଜ୍ୟ ରାଜନୀତି। ବିବାଦୀୟ ଜମିରେ ଠିଆ ହୋଇଛି କି ବିଜେଡି ହେଡ୍ ଅଫିସ୍? ବେଆଇନ୍ ନିର୍ମାଣ ନେଇ ଅଭିଯୋଗ ଉଠିବା ପରେ ସରକାରଙ୍କ ତତ୍ପରତା। ରାଜସ୍ବ ମନ୍ତ୍ରୀ କହିଲେ ଆଇନ୍ ଉଲ୍ଲଂଘନ ହୋଇଥିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।
ବେଆଇନ ଭାବେ ଛିଡା ହୋଇଛି କି ଶଙ୍ଖ ଭବନ? ସରକାରରେ ଥିବାବେଳେ ଏହି ଭବନ ନିର୍ମାଣ ପାଇଁ ଆଇନକୁ ମୋଡି ମକଚି ଦିଆଯାଇଛି କି? କେମିତି ସଡ଼କ ବା ଉପଗଳି କିସମକୁ ଘରବାଡିରେ ପରିଣତ କରାଗଲା? ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍।
ଶଙ୍ଖ ଭବନ ଛିଡ଼ା ହୋଇଥିବା ୪ଟି ପ୍ଲଟ୍ ମଧ୍ୟରୁ ଗୋଟିଏ ପ୍ଲଟର କିସମ ରୋଡ୍ ବା ‘ସଡ଼କ’ ଥିଲେ ବି ସେ କିସମରେ କାରସାଦି କରାଯାଇ ତାକୁ ଘରବାଡି ପ୍ଲଟ୍ରେ ବଦଳା ଯାଇ ତା ଉପରେ ନିର୍ମାଣ କରାଯାଇଥିବା ତଥ୍ୟ ହସ୍ତଗତ ହୋଇଛି।
ପୁଣି ପଦାରେ ପଡ଼ିଲା 5T ସ୍କୁଲର ବିକଳ ଚିତ୍ର । ପୂର୍ବ ସରକାରଙ୍କ 5T ସ୍କୁଲ ଓ ତା’ର କଳା ସତ ବର୍ତ୍ତମାନ ପଦାରେ ପଡ଼ିଛି । ବିକାଶ ନାଁରେ ଡିଣ୍ତିମ ପିଟୁଥିଲେ ନବୀନ ସରକାର । କୁନି କୁନି ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ସହ ଚାଲିଥିଲା ଖେଳ ।
ଆକାଶ ଛୁଆଁ ହୋଇଛି ପନିପରିବା ଦର। ୫୦୦ ଟଙ୍କା ଖର୍ଚ୍ଚ କଲେ, ବ୍ୟାଗ୍ ଭର୍ତ୍ତି ହେବା ତ ଦୂରର କଥା ଅଧା ହେବା ବି ମୁସ୍କିଲ। ଗାଁଠୁ ସହର ସମସ୍ତଙ୍କୁ ବାଧୁଛି ପରିବା ଦର। ଏନେଇ ପୂର୍ବ ସରକାରକୁ ଟାର୍ଗେଟ୍ କରୁଥିବା ବର୍ତ୍ତମାନର ସରକାର ଏ ଦିଗରେ ପଦକ୍ଷେପ ନେବେ ତ…
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୧୧ ବ୍ୟାଚ ଆଇଏଏସ ଅଫିସର ତଥା କଟକ ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ନିଯୁକ୍ତି ଦିଆଯାଇଥିଲା।
ବିଧାୟକଙ୍କୁ ନବୀନଙ୍କ ଦାୟିତ୍ୱ ବଣ୍ଟନ, ସରଗରମ ରାଜ୍ୟ ରାଜନୀତି । ନିଷ୍ପତ୍ତି ତାମିଲ ବାବୁଙ୍କର କହି ବର୍ଷିଲା ଶାସକ ବିଜେପି ।
ବିଧାୟକଙ୍କୁ ନବୀନଙ୍କ ଦାୟିତ୍ୱ ବଣ୍ଟନ, ସରଗରମ ରାଜ୍ୟ ରାଜନୀତି । ନିଷ୍ପତ୍ତି ତାମିଲ ବାବୁଙ୍କର କହି ବର୍ଷିଲା ଶାସକ ବିଜେପି ।
ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ରାଜସ୍ୱ, ପ୍ରମିଳାଙ୍କୁ ପଞ୍ଚାୟତିରାଜ, ବଦ୍ରିଙ୍କୁ ମହିଳା ଓ ଶିଶୁ ବିକାଶ, ନିରଞ୍ଜନ ପୂଜାରୀଙ୍କୁ ଗୃହ, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ, ପ୍ରତାପ ଦେବଙ୍କୁ ଜିଏ, ଅରୁଣଙ୍କୁ ଜଳ ସଂପଦ, ବ୍ରଜ ପ୍ରଧାନଙ୍କୁ ସ୍ୱାସ୍ଥ୍ୟ, ରାଜେନ୍ଦ୍ର ଢୋଲକିଆଙ୍କୁ ଗଣଶିକ୍ଷା ଦାୟିତ୍ୱ ଦିଆଯାଇଛି।
ତତ୍କାଳୀନ ବିଜେଡି ସରକାରର ବହୁ ପ୍ରଚାରିତ ଯୋଜନା 'ଆମ ଓଡ଼ିଶା, ନବୀନ ଓଡ଼ିଶା'ର ହେବ ଖୋଳତାଡ଼ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଆଜି ଏହି ଘୋଷଣା କରିବା ସହିତ ନବୀନ ସରକାର ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ ।
ସାଂଘାତିକ ଅଭିଯୋଗ ଆଣିଲେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ । ‘ଭଗବାନ ଭରସାରେ ଚାଲିଥିଲା ସ୍କିମ୍, ମନିଟରିଂ କରୁଥିଲା ଥାର୍ଡଫ୍ଲୋର୍’ ।
ନିଜ ଦଳର ବିଧାୟକଙ୍କୁ ଦାୟିତ୍ୱ ବାଣ୍ଟିଛନ୍ତି ବିରୋଧୀ ଦଳ ନେତା ନବୀନ। ସରକାରଙ୍କ କାର୍ଯ୍ୟ ଉପରେ ନିଘା ରଖିବାକୁ ନିଜ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି।
AG ଭଳି ପଦବି ଖାଲି ପଡ଼ିବା ନେଇ ବିଜେଡିର ସମାଲୋଚନା। ଠିକ୍ ସମୟରେ ଠିକ୍ ବ୍ୟକ୍ତିଙ୍କୁ ଦିଆଯିବ ନିଯୁକ୍ତି କହିଲା ବିଜେପି ।
ପୂର୍ବତନ ପ୍ରଶାସକ କହିଲେ ନିଯୁକ୍ତି ନୁହେଁ ଆକ୍ସନ । କିଭଳି ତ୍ୱରାନ୍ୱିତ ହେବ ବିଭାଗୀୟ ପ୍ରୋସିଡିଂ ଉଠିଲା ପ୍ରଶ୍ନ ।
ବିଜେଡି ସରକାରରେ କେବଳ ଆଇଏଏସ୍ କିମ୍ବା ଓଏଏସ ଅଧିକାରୀ ଗାଦି ମାଡ଼ି ବସିଥିଲେ ତାହା ନୁହଁ । ବହୁ ବଡବଡିଆ ଇଞ୍ଜିନିୟର ମଧ୍ୟ ନିର୍ଦ୍ଦିଷ୍ଟ ଅଫିସରେ ଗେହ୍ଲା ପୁଅ ସାଜି କାମ କରୁଛନ୍ତି । ଅଧିକାଂଶ ଅଫିସର ଅବସର ନେଲା ପରେ ପୁନଃନିଯୁକ୍ତି ପାଇଥିବା ବେଳେ ଆଉ କେତେକ ତ ଏକାଧିକ ପଦବୀରେ ରହିଛନ୍ତି ।