ରାଜ୍ୟସଭାରୁ ପୁଣି ପଡ଼ିବ ବିଜେଡି ୱିକେଟ୍ !
ମମତା ଏବଂ ସୁଜିତଙ୍କ ପରେ ଚର୍ଚ୍ଚାରେ ଶୁଭାଶିଷ ଓ ନିରଞ୍ଜନଙ୍କ ନାଁ । ଖୁବ୍ ଶୀଘ୍ର ପଡ଼ିପାରେ ବିଜେଡିର ଆଉ ଏକ ୱିକେଟ୍ । ମମତା ଓ ସୁଜିତଙ୍କ ରାସ୍ତାରେ ଯାଇପାରନ୍ତି ଦଳର ଆଉ କିଛି ସାଂସଦ । ଏହା ପରେ କାହା ପାଳି ତାକୁ ନେଇ ବଢିଛି ଚର୍ଚ୍ଚା । ଖାସ୍ କରି ଶୁଭାଶିଷ ଖୁଣ୍ଟିଆଙ୍କ ନାଁ କୁ ନେଇ ହେଉଛି କଳ୍ପନା ଜଳ୍ପନା । ଅନ୍ୟପକ୍ଷରେ ସୁଜିତ କୁମାର ବିଜେଡି ଛାଡି ବିଜେପିରେ ମିଶିବା ବେଳେ ନିରଞ୍ଜନ ବିଶିଙ୍କ ନାଁ ବି ଚର୍ଚ୍ଚା ହେଉଥିଲା, ଏବେ ପୁଣି ଥରେ ସେହି କଥା ଉଠୁଛି । ବିଜେପି ବି କହିଛି ଅନେକ ସାଂସଦ ଯୋଗାଯୋଗରେ ଅଛନ୍ତି, ଆସିପାରନ୍ତି । ରାଜ୍ୟସଭାରେ ବିଜେଡି ଶୂନ୍ ହୋଇପାରେ । ଜବାବରେ ବିଜେଡି କହିଛି, ବିଜେପିର ଏଜେଣ୍ଡା ଅନ୍ୟ ଦଳକୁ ଭାଙ୍ଗିବା । ଯେତେ ସୁବିଧାବାଦୀ ନେତା ଛାଡ଼ିବେ ଦଳ ଆଗକୁ ବଢିବ । ତେବେ ଏଭଳି ଚର୍ଚ୍ଚାକୁ ନେଇ ଶୁଭାଶିଷ କିମ୍ବା ନିରଞ୍ଜନଙ୍କ ପ୍ରତିକ୍ରିୟା ମିଳିପାରିନି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)