• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜରାସ୍ତାରେ ଗର୍ଜୁଛନ୍ତି ୬୦ ହଜାର ମହିଳା । ହେଲେ ବିଧାନସଭାରେ ବିରୋଧୀ ମାରୁଛି ରାଜନୀତି ଛୁଙ୍କ । ମହିଳାମାନଙ୍କ ଦାବିକୁ ନେଇ ସରକାର କରୁଛନ୍ତି ଆଲୋଚନା । କିନ୍ତୁ ବିକ୍ଷୋଭ ସ୍ଥଳକୁ ଯାଇ ଆହୁରି ମହିଳାଙ୍କୁ ମତାଉଛି ବିଜେଡି । ରାଜ୍ୟରେ ମୋହନ ସରକାର ଆସିବାକୁ ୫ ମାସ ହୋଇଛି । କିନ୍ତୁ ମହିଳାମାନେ ପାଇନାହାନ୍ତି ୮ ମାସର ଦରମା ।

ଅର୍ଥାତ୍‌ ବିଜେପି ସରକାରରେ ୫ ମାସ ଓ ବିଜେଡି ସରକାରରେ ସେମାନଙ୍କୁ ମିଳିନି ୩ ମାସର ପ୍ରାପ୍ୟ । ତେଣୁ ପୂର୍ବ ସରକାରର ଚୁକ୍ତିନାମା ଓ ମହିଳାମାନଙ୍କୁ ଦରମା ନଦେବାକୁ ନେଇ ଏବେ ବିଜେପି ସରକାର ପୂର୍ବ ସରକାରଙ୍କୁ ଟାର୍ଗେଟ୍‌ କରୁଥିବାବେଳେ, ବିରୋଧୀ ବିଜେଡି ମଧ୍ୟ ମହିଳାଙ୍କୁ ଶୀଘ୍ର ଦରମା ଦେବାକୁ ଦାବି କରୁଛି ।

ଅଧିକ ପଢ଼ନ୍ତୁ: ଲୁଟ୍ କରିବା ପରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା!

ଅଲ୍ ଓଡ଼ିଶା ଜିପିଏଲଏଫ୍ କର୍ମୀ ସଂଘ ଧାରଣା ଘଟଣାକୁ ନେଇ କଂଗ୍ରେସ ବି ବିଜେଡି ଓ ବିଜେପିକୁ ଟାର୍ଗେଟ୍‌ କରିବାକୁ ପଛାଇ ନାହିଁ । ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି, ସରକାରର ଦାୟିତ୍ୱ ହେଉଛି ଲୋକଙ୍କ ଅଧିକାର ପୂରା କରିବା । ଯେହେତୁ ଓଡ଼ିଆ ଅସ୍ମତା ଓ ମା’ମାନଙ୍କ ପାଇଁ ଏ ସରକାର ଆସିଛି ତେଣୁ ତା’ କଥା ରଖୁ ।

ମା’ମାନଙ୍କ କଥା ଶୁଣି ସେମାନଙ୍କ ଦରମା ଓ ସ୍ଥାୟୀ ନିଯୁକ୍ତି ପୂରା କରନ୍ତୁ ସରକାର । ସେପଟେ ଏହି ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟିକା ଉପାସନା ମହାପାତ୍ର । ଘଟଣାରେ ବିଜେଡି ଉପରେ ବର୍ଷିବା ସହ ମହିଳାମାନଙ୍କୁ ବିଜେଡି ଭୋଟ୍‌ ବ୍ୟାଙ୍କ ଭାବେ ବ୍ୟବହାର କରୁଥିବା ସେ କହିଛନ୍ତି । ଖାଲି ସେତିକି ନୁହେଁ, ପୂର୍ବ ସରକାର ଏହି ନିଷ୍ପତ୍ତିକୁ ଝୁଲାଇ ରଖିଥିଲେ, ଆମ ସରକାର ବିଚାର କରୁଛନ୍ତି ।

ଏଥିପାଇଁ ସମୟ ଲାଗିବ, ମୋହନ ସରକାର ମା’ ମାନଙ୍କ କଥା ବୁଝିବାକୁ ଚେଷ୍ଟା ଜାରି ରଖିଛନ୍ତି । ତେବେ ଲଗାତର ଚତୁର୍ଥ ଦିନରେ ପହଞ୍ଚିଲାଣି ମହିଳାମାନଙ୍କ ଆନ୍ଦୋଳନ । ହେଲେ ଏଯାଏଁ ବାହାରିପାରିନି କୌଣସି ନିଷ୍କର୍ଷ । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହେଉଥିବା ବେଳେ ସରକାର କି ନିଷ୍ପତ୍ତି ନେଉଛନ୍ତି ତା’ ଦେଖିବାକୁ ବାକି ରହିଲା ।

ଅଧିକ ପଢ଼ନ୍ତୁ: ମଣିଷ ଏତେ ଜଘନ୍ୟ ବି ହେଇପାରେ! ବୟାନ୍ ନ ବଦଳାଇବାରୁ କାଟିଦେଲା

OTV is now on Whatsapp

Join and get latest news update delivered to you via whatsapp

Join Now