Advertisment

Mohan Government: ମୋହନ ସରକାରକୁ ପୁରିଲା ୬ ମାସ; ନବୀନ ସରକାରରେ ଦୁର୍ନୀତି-ଚାର୍ଜସିଟ ଉପରେ ଆକ୍ସନ କେବେ ?

ଠିକ୍ ୬ ମାସ ତଳେ, ଜୁନ୍ 12 ତାରିଖରେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ଏକାକୀ ଗଢିଥିଲା ସରକାର। ଆଉ ଏଇ ୬ ମାସରେ ଅନେକ ପ୍ରତିଶ୍ରୁତି ପୂରଣ କରିଛି ମୋହନ ସରକାର। ଆଉ କିଛି ଏବେ ବି ପ୍ରତିଶ୍ରୁତି ହୋଇ ରହିଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

6 Months Of Mohan Government

ଜୁନ୍ ୧୨, ଅପ୍ରତ୍ୟାଶିତ ବିଜୟ ସହ ରାଜ୍ୟରେ ଏକାକୀ ସରକାର ଗଠନ କଲା ବିଜେପି। ଆଜି ଡିସେମ୍ବର ୧୨। ମୋହନ ସରକାରଙ୍କୁ ପୂରିଛି ୬ ମାସ। କମ୍ ଦିନରେ ଅନେକ ପ୍ରତିଶ୍ରୁତି ପୂରଣ କରିବାରେ ସଫଳ ହୋଇଛନ୍ତି ରାଜ୍ୟ ସରକାର। ହେଲେ ଏବେ ବି ଚିଟ୍‌ଫଣ୍ତ ଟଙ୍କା ଫେରସ୍ତ, ଭତ୍ତା ବୃଦ୍ଧି ଭଳି ପ୍ରତିଶ୍ରୁତି, ପ୍ରତିଶ୍ରୁତି ହୋଇ ରହିଛି। ସବୁଠୁ ବଡ଼ କଥା ହେଲା ବିଗତ ୬ମାସରେ କିନ୍ତୁ ନବୀନ ସରକାର ଅମଳରେ ହୋଇଥିବା ଦୁର୍ନୀତି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାକୁ ନେଇ ଉଠିଛି ପ୍ରଶ୍ନ। 

Advertisment

ଠିକ୍ ୬ ମାସ ତଳେ, ଜୁନ୍ 12 ତାରିଖରେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ଏକାକୀ ଗଢିଥିଲା ସରକାର। ଆଉ ଏଇ ୬ ମାସରେ ଅନେକ ପ୍ରତିଶ୍ରୁତି ପୂରଣ କରିଛି ମୋହନ ସରକାର। ଆଉ କିଛି ଏବେ ବି ପ୍ରତିଶ୍ରୁତି ହୋଇ ରହିଛି। ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନାରେ ୫୦ ହଜାର। ଧାନ କ୍ୱିଣ୍ଟାଲ ପିଛା 31୦୦ ଟଙ୍କା। ରତ୍ନ ଭଣ୍ଡାର ସହ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲା ନିଷ୍ପତ୍ତି ପୂରଣ ହୋଇସାରିଛି। ସେପଟେ ଡବଲ୍ ଇଞ୍ଜିନ ସରକାର ଆସିବା ପରେ ବିଶ୍ୱ ଦରବାରରେ ଓଡ଼ିଶାକୁ ମିଳିଛି ଏକ୍ସପୋଜ୍। ପ୍ରଥମ ଥର ପାଇଁ ଓଡ଼ିଶାରେ ନୌସେନା ଦିବସ ସମାରୋହ ସହ ଡିଜି ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଛି।

ଅଧିକ ପଢନ୍ତୁ:  ଗର୍ଜୁଛନ୍ତି ୬୦ ହଜାର ମହିଳା, ଦୁଃଖ ବୁଝିବେ ମୋହନ ସରକାର !

 ଏହାରି ଭିତରେ କିନ୍ତୁ ସରକାରଙ୍କୁ ଅଣନିଶ୍ୱାସୀ କରିଛି ଦରଦାମ୍ ବୃଦ୍ଧି। ଆଳୁ ଦର ବେଲଗାମ ହୋଇଛି। ଧାନକିଣାରେ ଟୋକନ ସମସ୍ୟା ବି ଅଳ୍ପ ବହୁତେ ସରକାରଙ୍କ ପାଇଁ ଟେନସନ ସାଜିଛି। ଅନ୍ୟପକ୍ଷରେ ଏବେ ବି ଅନେକ ପ୍ରତିଶ୍ରୁତି ଉପରେ କାମ ଆରମ୍ଭ ହୋଇନି। କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଚିଟଫଣ୍ଡ ଟଙ୍କା ଫେରସ୍ତ, ଭତ୍ତା ବୃଦ୍ଧି, ଆୟୁଷ୍ମାନ ଭାରତ ଯୋଜନା ଲାଗୁ ଭଳି ପ୍ରତିଶ୍ରୁତି ଏବେ ବି ପାଇପ ଲାଇନରେ ରହିଛି। ଯାହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।

Advertisment

ଏଣେ ନିର୍ବାଚନ ପୂର୍ବରୁ ନବୀନ ସରକାର ବିରୋଧରେ ବିଜେପି ଆଣିଥିବା ୬୦ ପୃଷ୍ଠାର ଚାର୍ଜଫ୍ରେମ ଏବଂ ନବୀନ ସରକାରଙ୍କ ୨୪ ବର୍ଷର ଦୁର୍ନୀତି ପେଡି ଖୋଲିବାରେ ମୋହନ ସରକାର ବିଫଳ ହୋଇଥିବା କୁହାଯାଉଛି। ଚିଟ୍‌ଫଣ୍ତ ଦୁର୍ନୀତି, ବ୍ଲାକରୋଜ ବୁଡ଼ି, ଖଣି ଦୁର୍ନୀତି, 5T ସ୍କୁଲ ଦୁର୍ନୀତି, ବିଜୁଳି ଦୁର୍ନୀତି, ପୂର୍ବ ସରକାରଙ୍କ ଅଣ ଓଡିଆ ଠିକାଦାର ପ୍ରୀତି। ଏମିତି କି ସରକାରୀ କଳକୁ ହାଇଜାକ୍, ଦୁର୍ନୀତିକୁ ପ୍ରୋତ୍ସାହନ ଏବଂ ପଲିଟିକାଲ ଲଞ୍ଚିଂ ପାଇଁ ରାଜକୋଷର ଅପବ୍ୟବହାରକୁ ନେଇ ପାଣ୍ଡିଆନଙ୍କ ବିରୋଧରେ ବି ଚାର୍ଜଫ୍ରେମ କରିଥିଲା ବିଜେପି। ଏସବୁ ଘଟଣାରେ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ କେବେ? ଏହା ସହ ବିଜେଡିର ଗଣ୍ଡା ଗଣ୍ଡା ନେତାଙ୍କ ବିରୋଧରେ ଥିବା ମାମଲାରେ ସରକାରଙ୍କ ସେଭଳିଆଗ୍ରେସିଭ ମୁଡ୍ ଦେଖିବାକୁ ମିଳୁନାହିଁ। ରାଜନୈତିକ ସମୀକ୍ଷକଙ୍କ ମତରେ କେବଳ ନୂଆ ଯୋଜନା କିମ୍ବା ବିକାଶ ପାଇଁ ନୁହଁ ଦୁର୍ନୀତି ଗ୍ରସ୍ତ ନେତା ଓ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପିକୁ ଜିତାଇଥିଲେ ଜନତା। ତେଣୁ ସେ ଦିଗରେ ବି ସରକାର କାର୍ଯ୍ୟ କରିବା ଦରକାର।

ଯଦିଓ ୬ ମାସରେ ମୋହନ ସରକାର ଅନେକ ପ୍ରତିଶ୍ରୁତି ପୂରଣ କରିଛନ୍ତି, ଆଉ ୨୫ ବର୍ଷ ଯାଏଁ ବିଜେପି ଶାସନରେ ରହିବା ପାଇଁ ମଧ୍ୟ ବ୍ଲୁପ୍ରିଣ୍ଟ ତିଆରି କରୁଛି। କିନ୍ତୁ ଏସବୁ ଉପରେ ମୋହନ ସରକାର କେବେ କାର୍ଯ୍ୟାନୁଷ୍ଠାନ ହାତକୁ ନେଉଛନ୍ତି ତା ଉପରେ ନଜର। 

ଅଧିକ ପଢନ୍ତୁ: ‘ବିଜେପି ଯେଉଁଦିନ ହୁଇସିଲ ମାରିବ ସେଦିନ ବିଜେଡି ଗୁଣ୍ଡ ହୋଇଯିବ’

Odisha News BJD BJP Odisha Govt Mohan Majhi
Advertisment
Advertisment