ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଦୀପାଳି ଦାସ । ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ଫଳାଫଳକୁ ଚାଲେଞ୍ଜ କରି ହାଇକୋର୍ଟ ପହଞ୍ଚିଛନ୍ତି ବିଜେଡିର ପୂର୍ବତନ ବିଧାୟିକା ଦୀପାଳି ଦାସ ।
ପରାଜୟ ପରଠୁ ବିଜେଡିରେ ଏବେ ସବୁ ଗୋଳମାଳିଆ । ଦଳ ଭିତରୁ ଧିରେ ଧିରେ ବିରୋଧର ସ୍ବର ତୀବ୍ର ହେଉଛି । ଗୋହି ଖୋଳାଖୋଳି ବଢ଼ିଚାଲିଛି । କାହା ମୁହଁରେ ଯେମିତି ଲଗାମ୍ ନାହିଁ।
ପରାଜୟ ପରଠୁ ବିଜେଡିରେ ଏବେ ସବୁ ଗୋଳମାଳିଆ । ଦଳ ଭିତରୁ ଧିରେ ଧିରେ ବିରୋଧର ସ୍ବର ତୀବ୍ର ହେଉଛି । ଗୋହି ଖୋଳାଖୋଳି ବଢ଼ିଚାଲିଛି । କାହା ମୁହଁରେ ଯେମିତି ଲଗାମ୍ ନାହିଁ।
ନୃସିଂହଙ୍କ ମନ୍ତବ୍ୟକୁ କାଉଣ୍ଟର କରିଛନ୍ତି ସୁଧୀର ସାମଲ। ସେ କହିଛନ୍ତି, ଢୋଲ ଭିତରେ ମୂଷା ନେଇ ଯିଏ ଯାହା ମନ୍ତବ୍ୟ ଦେଉଛନ୍ତି ତାହା ବ୍ୟକ୍ତିଗତ। ଗଛ ଅଛି, ପତ୍ର ଝଡ଼ିଛି। ପାଣି ଦେଲେ ପୁଣି କଅଁଳିବ।
ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଢୋଲ ଭିତରେ ମୂଷା ପାଇଁ ଦଳ ଶୋଚନୀୟ ପରାଜୟର ଶିକାର ହେଲା ବୋଲି କହିଛନ୍ତି।
ବିଜେଡି ବିପର୍ଯ୍ୟୟକୁ ନେଇ ବରିଷ୍ଠ ନେତା ନୃସିଂହ ସାହୁଙ୍କ ମନ୍ତବ୍ୟ । ବିଭିନ୍ନ ଜାଗାରେ ଥିବା ମୂଷାଙ୍କ ପାଇଁ ହାରିଲୁ: ନୃସିଂହ ସାହୁ ।
ଅନେକ ଜାଗାରେ ବିଜେଡି ହିଁ ବିଜେଡିକୁ ହରାଇବାକୁ ଲାଗିଥିଲା । ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ କିଛି ଏଭଳି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନୃସିଂହ ସାହୁ।
ଓଡ଼ିଶାରେ ବିଜେପି ସରକାର ଆସିବା ପରେ ମୋହନ ସରକାର ଖଣି ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଘୋଷଣା କରିଛନ୍ତି। ପୂର୍ବରୁ ଖଣିସଚିବ ଥିବା ମନୋଜ ଆହୁଜା ଏବେ ରାଜ୍ୟ ମୁଖ୍ୟ ଶାସନ ସଚିବ। ତେଣୁ ଆଗକୁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତା’ ଉପରେ ନଜର।
ଆଗକୁ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହେବ, ସେଥିଲାଗି ଯତ୍ନବାନ ହେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛି। ଆପଣଙ୍କ ପରାମର୍ଶ ମୋ ପାଇଁ ସବୁବେଳେ ସମ୍ମାନର ସହ ଗ୍ରହଣୀୟ ହେବ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଗାଦିମଡ଼ା IASଙ୍କ ବଦଳିକୁ ନେଇ ପାୱାର କରିଡର ହଲଚଲ । ପୂର୍ବ ପ୍ରଶାସକଙ୍କ ମତ, ବଦଳି ନୁହେଁ ଦରକାର କାର୍ଯ୍ୟାନୁଷ୍ଠାନ ।
ବିଜେଡି ହରିବାର କାରଣ କଣ, ତାକୁ ନେଇ ମୁହାଁମୁହିଁ ଦୁଇ ଗୋଷ୍ଠୀ। କଳି ଏମିତି ବଢିଛି ଯେ, ମିଡିଆ ଆଗରେ ଚାଲିଛି ବ୍ୟକ୍ତିଗତ ଆରୋପ-ପ୍ରତ୍ୟାରୋପ। ଗତକାଲି ପାଣ୍ଡିଆନ ଏବଂ ବବିଙ୍କ ସପକ୍ଷରେ ବାହାରି ପ୍ରଭାତ ବିଶ୍ୱାଳ ଏବଂ ସମ୍ବିତ ରାଉତରାୟଙ୍କୁ ଆଟାକ୍ କରିଥିଲେ ଦେବାଶିଷ। ଆଜି ତାର କଡ଼ା ଭାଷାରେ କାଉଣ୍ଟର କରିଛନ୍ତି ସମ୍ବିତ ।
ଗତକାଲି ପାଣ୍ଡିଆନ ଓ ବବିଙ୍କ ସପକ୍ଷରେ ବାହାରି ପ୍ରଭାତ ଆଉ ସମ୍ବିତଙ୍କୁ ଆଟାକ୍ କରିଥିଲେ ଦେବାଶିଷ। ଆଉ ଆଜି ଦେବାଶିଷଙ୍କୁ କାଉଣ୍ଟର ଆଟକ କରିଛନ୍ତି ସମ୍ବିତ ରାଉତରାୟ।
ଭୁବନେଶ୍ୱର ସ୍ଥିତି ଓ-ହବ୍ ବିଲଡିଂରେ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଓଡ଼ିଆ ଉଦ୍ୟୋଗୀଙ୍କୁ ଷ୍ଟାର୍ଟ ଅପ୍ ପାଇଁ ଜାଗା ଯୋଗାଇ ଦେବାରେ ପୂର୍ବ ବିଜେଡି ସରକାର ଅଣଦେଖା କରିଥିବା ନେଇ ଅଭିଯୋଗ ହୋଇଥିଲା ।
ତେଜିଲା ବିଜେଡି କଳି। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଉପରେ ବର୍ଷିଲେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ।
ରାଜନୀତିରୁ ପାଣ୍ଡିଆନଙ୍କ ସନ୍ନ୍ୟାସ ଧର୍ମକୁ ଆଖିଠାର। ବିଜେଡି ନୂଆ କମିଟି ଆଉ ଦାୟିତ୍ୱ ଦେଖିଲେ ସେମିତି କିଛି ମନେ ହେଉଛି।
ପୁଣି ପାଣ୍ଡିଆନଙ୍କ ରିମୋଟ୍ କଣ୍ଟ୍ରୋଲରେ ରହିଲା ବିଜେଡି! ବିନା ସମୀକ୍ଷାରେ ଦଳ କଲା ସଙ୍ଗଠନର ପୁନର୍ବିନ୍ୟାସ। ଆଉ ସେଥିରେ ପୁଣି କୋଟେରୀ ଗ୍ରୁପ ହାତରେ କ୍ଷମତା।
ବିଜେଡି ହାରିବା ଓ ଦଳର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଥିବା ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସମାଲୋଚନା କରିବା ବାହାନାରେ ପାଣ୍ଡିଆନଙ୍କ ସମର୍ଥନରେ ବାହାରିଛନ୍ତି ଦେବାଶିଷ ସାମନ୍ତରାୟ।
ସଭାପତି ନବୀନ ପଟ୍ଟନାୟକଙ୍କ ସ୍ୱାକ୍ଷରରେ ଜାରି ନିର୍ଦ୍ଦେଶ କ୍ରମେ ରାଜ୍ୟ ଓ ଜାତୀୟସ୍ତରୀୟ ନୂଆ ମୁଖପାତ୍ର ମଣ୍ଡଳୀ ଗଠନ କରାଯାଇଛି।
ବିଜେଡିରେ 'ବିଭୀଷଣ' ପରେ 'ମୂଷା' ଉପାଖ୍ୟାନ। କିଛି ଦିନ ତଳେ ଦଳର ପରାଜୟ ପାଇଁ ଭୁବନେଶ୍ବର କର୍ପୋରେଟର୍ ଅମରେଶ ଜେନା ବିଭୀଷଣ ଉପାଖ୍ୟାନ କହିଥିବା ବେଳେ, ଆଜି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି ଢୋଲ ଭିତରେ ମୂଷା ଥିଓରୀ।
ବିଜେଡି ହାରିବା ପଛରେ ଦାୟୀ କିଏ ? କିଏ ସୁଚିନ୍ତିତ ଭାବେ ହରାଇଛି ବିଜେଡିକୁ ? ବିଜେଡି ହାରିବାର କାରଣ କହୁ କହୁ ଆଜି ଏମିତି କିଛି ଢଙ୍ଗରେ ଗଣମାଧ୍ୟମକୁ ମୂଷା ଉପାଖ୍ୟାନ କହିଛନ୍ତି ପାରାଦୀପର ପୂର୍ବତନ ବିଜେଡି ବିଧାୟକ ସମ୍ବିତ ରାଉତରାୟ।
ଗତ ନିର୍ବାଚନରେ ନବୀନ ପଟ୍ଟନାୟକ ହାରି ନାହାନ୍ତି ତାଙ୍କୁ ହରାଯାଇଛି। ସୁଚିନ୍ତିତ ଭାବେ ନବୀନ ପଟ୍ଟନାୟକଙ୍କୁ ହରାଇ ଦିଆଯାଇଛି ବୋଲି ସେ କହିଛନ୍ତି ।
ଯାଜପୁରର କୁସୁମା କଟେଜ୍ କେଳେଙ୍କାରୀ ପଛର ସତ କ’ଣ ? କିଏ, କାହିଁକି ଏବଂ କେଉଁ ସ୍ବାର୍ଥପାଇଁ କୁସୁମା ପ୍ରକଳ୍ପ ଭିତରେ ତିଆରି କରିଥିଲା ୯ଟି ଆଲିସାନ୍ କଟେଜ୍ ।
ବିଜେଡି ସରକାରରେ ଅଣଦେଖାର ଶିକାର ହେଉଥିଲେ କି ଯୁବ ଓଡ଼ିଆ ଉଦ୍ୟୋଗୀ ? ଓଡ଼ିଆ ଷ୍ଟାର୍ଟଅପଙ୍କୁ ପ୍ରୋତ୍ସାହନ ବଦଳରେ ଅଣ-ଓଡିଆ MNCକୁ ପୂର୍ବ ସରକାର ଦେଖାଉଥିଲେ କି ଅହେତୁକ ଅନୁକମ୍ପା ?
ଷ୍ଟାଟଅପ୍ ଓଡ଼ିଶା ଅଧ୍ୟକ୍ଷ ପଦରେ ଜଣେ ଅନଭିଜ୍ଞ ଅଣ ଓଡ଼ିଆଙ୍କୁ ବସାଇ କିଭଳି ଓଡିଶାର ଯୁବ ଉ୍ଦ୍ୟୋଗୀଙ୍କୁ ହତାଶ କରାଯାଇଛି, ତା’ର ସାଂଘାତିକ ଚିତ୍ର ଏବେ ସାମ୍ନାକୁ ଆସୁଛି ।
୯୩ ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ବାସଭବନରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ଦେହାନ୍ତ ହୋଇଛି।