Advertisment

FIR against Munna Khan: ପ୍ରାର୍ଥନାକୁ କଦର୍ଥ କରିବା ପଡ଼ିଲା ମହଙ୍ଗା; ସାଂସଦ ମୁନ୍ନା ଖାଁଙ୍କ ନାଁରେ ଏତଲା

ଅତି ପ୍ରିୟ ଓ ପରିଚିତ ପ୍ରାର୍ଥନାକୁ କଦର୍ଥ କରି ସାଂସଦ ମୁନ୍ନା ଖାଁ ଅଡ଼ୁଆରେ ପଡ଼ିଛନ୍ତି। କବିଙ୍କୁ ତାତ୍ସଲ୍ୟ କରି କିଛି ଠିକ୍ କରି ନାହାଁନ୍ତି। ତାଙ୍କର କ୍ଷମା ପ୍ରାର୍ଥନାରେ ରାମକୃଷ୍ଣ ପ୍ରେମୀ ସନ୍ତୁଷ୍ଟ ନୁହଁନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
Munna Khan

Munna Khan

ଅଡୁଆରେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ। କଟକ ଜିଲ୍ଲା ଓଲଟପୁର ଥାନାରେ ରାମକୃଷ୍ଣ ନନ୍ଦ ସ୍ମୃତି ପରିଷଦ ପକ୍ଷରୁ ମୁନ୍ନା ଖାଁଙ୍କ ନାଁରେ ଏତଲା ଦିଆଯାଇଛି । ଆହେଦୟା ମୟ ବିଶ୍ବବିହାରୀ ପ୍ରାର୍ଥନାର କଦର୍ଥ ବ୍ୟାଖ୍ୟା କରିବାକୁ ନେଇ ପ୍ରତିବାଦ କରାଯିବା ସହ ଏତଲା ହୋଇଛି। ଏହି କାଳଜୟୀ ପ୍ରାର୍ଥନା ରଚୟିତା ରାମକୃଷ୍ଣ ନନ୍ଦଙ୍କ ପରିବାର ଓ ଏହି ପ୍ରାର୍ଥନା ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେବା ପରେ ଲିଖିତ ଅଭିଯୋଗ ହୋଇଛି। ଏଥିସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟରେ ଅଭିଯୋଗ କରାଯିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

Advertisment

ଅତି ପ୍ରିୟ ଓ ପରିଚିତ ପ୍ରାର୍ଥନାକୁ କଦର୍ଥ କରି ସାଂସଦ ମୁନ୍ନା ଖାଁ ଅଡ଼ୁଆରେ ପଡ଼ିଛନ୍ତି। କବିଙ୍କୁ ତାତ୍ସଲ୍ୟ କରି କିଛି ଠିକ୍ କରି ନାହାଁନ୍ତି। ତାଙ୍କର କ୍ଷମା ପ୍ରାର୍ଥନାରେ ରାମକୃଷ୍ଣ ପ୍ରେମୀ ସନ୍ତୁଷ୍ଟ ନୁହଁନ୍ତି। ତାଙ୍କ ଗିରଫ ସହ ସାଂସଦ ପଦ ରଦ୍ଦ କରାଯିବାକୁ ଦାବି କରିଛନ୍ତି। କଟକ ଜିଲ୍ଲା ଓଲଟପୁର ବାଇରୋଇ ସ୍ଥିତ ରାମକୃଷ୍ଣ ନନ୍ଦ ସ୍ମୃତି ପରିଷଦ ସଭା ଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ବର୍ଗତ ନନ୍ଦଙ୍କ ନାତି ପ୍ରକାଶ ନନ୍ଦ ଓ ପରିଷଦ କର୍ମକର୍ତ୍ତାମାନେ ଏହି ସୂଚନା ଦେଇଛନ୍ତି।

ନବରଙ୍ଗପୁର ଜିଲ୍ଲାର ସାଂସ୍କୃତିକ ଲୋକ ମହୋତ୍ସବ 'ମଣ୍ଡେଇ'ରେ ଯୋଗ ଦେଇଥିଲେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ । ସ୍କୁଲର ପ୍ରାର୍ଥନା ସଙ୍ଗୀତ ଥିବା 'ଆହେ ଦୟାମୟ ବିଶ୍ୱ ବିହାରୀ'ର ପଂକ୍ତି 'ମୋର ଧନ ଜନ ଲୋଡ଼ା ନାହିଁ ହେ' କୁ ବିକୃତ କରି ଆକ୍ଷେପ କରିଥିବା ଅଭିଯୋଗ ହୋଇଥିଲା। ମୁନ୍ନା ଖାଁ କହିଥିଲେ, ଆହେ ଦୟାମୟ ବିଶ୍ୱ ବିହାରୀରେ 'ମୋର ଧନ ଜନ ଲୋଡ଼ା ନାହିଁ ହେ' ବୋଲି ଅଛି । ହେଲେ ଧନ ତ ଆବଶ୍ୟକ । ଯାହା ପାଖରେ ଧନ ନାହିଁ ସେମାନେ ଆଜି ଦୁଃଖ ସହ ଆର୍ଥିକ ଅନଟନର ଶିକାର ହେଉଛନ୍ତି l

Advertisment

ଅଧିକ ପଢନ୍ତୁ: ଶେଷ ହେଲା ଶୀତକାଳୀନ ଅଧିବେଶନ...ରାଜନୈତିକ ଶୂନ୍ୟତାରେ ବିରୋଧୀ

ସେହିଭଳି ପୂର୍ବତନ ଓଡ଼ିଆ ଫିଲ୍ମ ଅଭିନେତା ଶ୍ରୀରାମ ପଣ୍ଡାଙ୍କ ସ୍ତ୍ରୀ ପୂର୍ବରୁ ଏଭଳି 'ମୋର ଧନ ଜନ ଲୋଡ଼ା ନାହିଁ ହେ' ବୋଲି ପ୍ରତ୍ୟେକ ଦିନ ଗୀତ ଗାଉଥିବାରୁ ଆଜି ଶ୍ରୀରାମ ପଣ୍ଡା ବାବାଜୀ ହୋଇଯାଇଛନ୍ତି। ଯାହାକୁ ନେଇ ବିବାଦ ଦେଖାଦେଇଥିଲା। ଏହା ହିନ୍ଦୁ ଧର୍ମ ପ୍ରତି କୁଠାରାଘାତ ହୋଇଥିବା କୁହାଯାଉଛି l ଖାଲି ସେତିକି ନୁହେଁ, ସ୍ତ୍ରୀଙ୍କ ଉପରେ ରାଗି ବୋଧହୁଏ ରଚୟିତା ଏମିତି ଲେଖିଥିଲେ ବୋଲି କହିଛନ୍ତି ମୁନା ଖାଁ । ଏଭଳି ବିବାଦୀୟ ମନ୍ତବ୍ୟ ପରେ ରାମକୃଷ୍ଣ ନନ୍ଦଙ୍କ ପରିବାର ଓ ପ୍ରାର୍ଥନା ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।

ଅଧିକ ପଢନ୍ତୁ: ସାଇବର ଫ୍ରଡ୍‌ର ଶିକାର ହେଲେ ଡାକ୍ତର; ଚୂନ ଲଗାଇଲେ ୭୫ ହଜାର ଟଙ୍କା

BJD Nabarangpur MP Munna Khan
Advertisment
Advertisment