ସମର୍ଥନ ନା ସ୍ୱାର୍ଥସାଧନ ?
୯ମାସର ବକେୟା ଦରମା, ସ୍ଥାୟୀ ନିଯୁକ୍ତି ସହ ୧୦ ଦଫା ଦାବିରେ ଗର୍ଜିଲେ ଅଲ ଓଡ଼ିଶା ଜିପିଏଲଏଫ୍ କର୍ମୀ ସଂଘ । ମିଶନ ଶକ୍ତି ବିଭାଗ ଅଧୀନରେ ଆସୁଥିବା ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ହଜାର ହଜାର ସଂଖ୍ୟାରେ ଆଜି ମହାତ୍ମା ଗାନ୍ଧୀ ମାର୍ଗକୁ ଆସି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବାବେଳେ ଆସେମ୍ଲି ଛାଡ଼ି ସେଠି ହଠାତ୍ ଉଭା ହୋଇ ନିଆଁରେ ଘିଅ ଢାଳିବା ଭଳି ଭାଷଣ ଦେଇ ଉସୁକାଇଥିଲେ ବିଜେଡି ବିଧାୟକ । ଯାହାର ଜବାବ ରଖି ବିଜେପି କହିଛି- ନିଜେ ସରକାରରେ ଥିବାବେଳେ ଚୁକ୍ତିଭିତ୍ତିକ ନିଯୁକ୍ତି ଦେଇ ତା’ର ରିନ୍ୟୁ ନ କରି ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)