Advertisment

BJP MLA BIG Statement: ‘ବିଜେପି ଯେଉଁଦିନ ହୁଇସିଲ ମାରିବ ସେଦିନ ବିଜେଡି ଗୁଣ୍ଡ ହୋଇଯିବ’

ପୁଣି ବିଜେଡିକୁ ଜୟନାରାୟଣ ମିଶ୍ରଙ୍କ ତାତ୍ସଲ୍ୟ । କହିଲେ-ବିଜେପି ଯୋଉଦିନ ହୁଇସିଲ ଫୁଙ୍କିବ ସେଦିନ ବିଜେଡ଼ି ଗୁଣ୍ଡ ଗୁଣ୍ଡ ହୋଇଯିବ । ଯୋଉଦିନ ଚାହିଁବ ବିଜେଡ଼ିକୁ ଖଣ୍ଡ ଖଣ୍ଡ କରିଦେବ ।

author-image
Sujit kumar Swain
ଅଦ୍ୟତନ ହୋଇଛି
BJP MLA Jayanarayan Mishra BIG Statement

BJP MLA Jayanarayan Mishra BIG Statement

ପୁଣି ମୁହାଁମୁହିଁ ବିଜେଡି-ବିଜେପି। ତେଜିଲା କାଦୁଅ ଫିଙ୍ଗା ରାଜନୀତି। ପୁଣି ବିଜେଡିକୁ ଜୟନାରାୟଣ ମିଶ୍ରଙ୍କ ତାତ୍ସଲ୍ୟ । ଭଗବାନ କରନ୍ତୁ ତାଙ୍କ ପାଖରେ ଲୋକ ରୁହନ୍ତୁ । ଦଳଟା ଭାଙ୍ଗିଗଲେ ଦୁଃଖ ଲାଗିବ। ଦଳ ଟା ଥାଉ, ଦୀର୍ଘଜୀବୀ ହୁଅନ୍ତୁ ଏବଂ ଅପମାନିତ ହୁଅନ୍ତୁ । ମୁଁ ଶତ୍ରୁ କୁ ମାରିବାକୁ ଚାହେଁନି । ଜୀବନରେ ମିତ୍ରର ଯେତିକି ଆବଶ୍ୟକତା ଶତ୍ରୁର ସେତିକି ଆବଶ୍ୟକତା ଅଛି। ବିଜେପି ଚାହୁଁନି ବିଜେଡ଼ି ଭାଙ୍ଗୁ , ଆମର ଲକ୍ଷ ନୁହେଁ ବିଜେଡ଼ିକୁ ଶୂନ କରିବା । ଏମିତି କହିଛନ୍ତି ବିଜେପି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ।

Advertisment

ଆହୁରି କହିଛନ୍ତି ଯେ, ସେମାନେ ଯଦି ଆସିବାକୁ ଚାହିଁବେ ତେବେ ସ୍ୱାଗତ। ଆମର ରାଜ୍ୟସଭାରେ ଆବଶ୍ୟକତା ଅଛି । ବିଜେପି ଯୋଉଦିନ ହୁଇସିଲ ଫୁଙ୍କିବ ସେଦିନ ବିଜେଡ଼ି ଗୁଣ୍ଡ ଗୁଣ୍ଡ ହୋଇଯିବ । ଯୋଉଦିନ ଚାହିଁବ ବିଜେଡ଼ିକୁ ଖଣ୍ଡ ଖଣ୍ଡ କରିଦେବ । ଗୋଟିଏ ଲୋକ ରହିବେନି । ନବୀନ ପଟ୍ଟନାୟକ ମଧ୍ୟ ପଳେଇ ଆସିବେ । ସେ କଣ କରିବେ ଯଦି ସବୁ ଲୋକ ପଳେଇ ଆସିବେ, ସେ ବି ପଳେଇ ଆସିବେ ।

ଅଧିକ ପଢନ୍ତୁ:  ଗର୍ଜୁଛନ୍ତି ୬୦ ହଜାର ମହିଳା, ଦୁଃଖ ବୁଝିବେ ମୋହନ ସରକାର !

ଅନ୍ୟପଟେ ବିଜେଡି ଇତିହାସ ଶେଷ ହୋଇଯିବ କହିଛନ୍ତି ବୋଲି ଆସାମ ମୁଖ୍ୟମନ୍ତ୍ରୀ। ପୁରୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ବଡ଼ ବୟାନ। ଆଗାମୀ ୫୦ ବର୍ଷ ଯାଏଁ ବିଜେପି ରହିବ, ଏଥିରେ ସନ୍ଦେହ ନାହିଁ ବୋଲି ସେ କହିଛନ୍ତି। ବାଂଲାଦେଶୀ ଅନୁପ୍ରବେଶକାରୀ ରୋକିବା ପାଇଁ NRC ଦରକାର ବୋଲି ହିମନ୍ତ କହିଛନ୍ତି। ଆସାମରେ ଆଇନ ଆଣିଛୁ, ଆଧାର କାର୍ଡ ପାଇଁ NRCରେ ନାଁ ଥିବା ଦରକାର। କିଏ ଭାରତୀୟ ଓ କିଏ ଅନୁପ୍ରବେଶକାରୀ ଏଥିରୁ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

Advertisment

ଅପରପକ୍ଷେ ବିଜେପିକୁ କାଉଣ୍ଟର କରିଛନ୍ତି ବିଜେଡ଼ି ବିଧାୟକ ସାରଦା ଜେନା । କହିଲେ ବିଜେଡି କେବେ ଖାଲି ହେବନି। ଭାରତ ବର୍ଷରେ ବିଜେପି ଦଳ ଲୋକପ୍ରିୟତା ହରେଇଛି । ବିଜେଡିରୁ ଯେତେ ସୁବିଧାବାଦୀ ନେତା ଦଳ ଛାଡ଼ିବେ ବିଜେଡି ସେତେ ସୁଦୃଢ଼ ହେବ ।

BJD BJP Politics BJP MLA
Advertisment
Advertisment