ରିପିଟ୍ ହେଲା ମମତା ମହାନ୍ତ ଥିଓରୀ । ସୁଜିତ କୁମାର ଭରିଲେ ନାମାଙ୍କନ। ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ସୁଜିତଙ୍କୁ ଆଜି ଦଳ ପ୍ରାର୍ଥୀ କରିଛି । ସେପଟେ ବିଜେଡିର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ୭କୁ ଖସି ଆସିବା ପରେ ବାଉଳି ହେଲାଣି ବିଜେଡି। ଯାହାକୁ ନେଇ ତେଜିଛି ରାଜନୀତି ।
Also Read
ବିଜେଡି ଛାଡ଼ି ବିଜେପି ଆସିଲେ । ଆଉ ରାଜ୍ୟସଭା ପ୍ରାର୍ଥୀ ହେଲେ । ସବୁ ଚର୍ଚ୍ଚାର ଅବସାନ ଘଟାଇ ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସୁଜିତ କୁମାର l ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି ସୁଜିତ କୁମାର । ଗୋଟିଏ ସେଟ୍ ଫର୍ମରେ ମୁଖ୍ୟମନ୍ତ୍ରୀ ପ୍ରସ୍ତାବକ ଥିବା ବେଳେ ଅନ୍ୟ ଫର୍ମରେ ଉପମୁଖ୍ୟମନ୍ତ୍ରୀ କେଭି ପ୍ରସ୍ତାବକ ଅଛନ୍ତି ।
ଅଧିକ ପଢ଼ନ୍ତୁ: କିଏ ସେ ବଣିକ ? ଯିଏ ବିଜେଡି ଅମଳରେ କରୁଥିଲା ସରକାରୀ ଚାକିରି ବିକ୍ରି ?
ଦିନ ପ୍ରାୟ ଗୋଟାଏରେ ବିଜେପି ସଂସଦୀୟ ବୋର୍ଡ ସୁଜିତଙ୍କ ନାଁ ଘୋଷଣା କରିଥିଲା । ଏହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ସୁଜିତ, ମନମୋହନଙ୍କ ସହିତ ଆସି ବିଧାନସଭାରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ନାମାଙ୍କନ ଭରିବା ପରେ ସୁଜିତ କହିଛନ୍ତି କଳାହାଣ୍ଡିର ବିକାଶ ପାଇଁ କାମ କରିବି । ସେପଟେ ବିଜେଡି କହିଛି ଏ ସୌଦା ଆଗରୁ ସରିଛି । ସେ ସୁବିଧାବାଦୀ ନେତା । ଆଶା ଆଶଙ୍କାରେ ଥିଲେ, ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ଘୋଷଣା ହେଲା ।
ଦୀର୍ଘ ୨୪ ବର୍ଷ ପରେ ରାଜ୍ୟରେ ପଟ୍ଟ ପରିବର୍ତ୍ତନ ହୋଇଛି । ବିଜେଡିର ସ୍ବର ଦିଲ୍ଲୀ ଦରବାରରେ ନରମିଛି । ଲୋକସଭାରେ ବିଜେଡି ମୂଳପୋଛ ହୋଇଥିବା ବେଳେ ରାଜ୍ୟସଭାରୁ ସଂଖ୍ୟା କମିବା ଆରମ୍ଭ ହୋଇଛି । ପ୍ରଥମେ ମମତା ମହାନ୍ତ, ତାପରେ ସୁଜିତ କୁମାର । ବିଜେପି ପାଖରେ ସଂଖ୍ୟା ଗରିଷ୍ଠତା ଥିବାରୁ ସୁଜିତ କୁମାର ବି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ । ଏହାପରେ ରାଜ୍ୟସଭାରେ ଓଡ଼ିଶାରୁ ୧୦ ସାଂସଦଙ୍କ ଭିତରୁ ବିଜେପି ପାଖରେ ୩ ସାଂସଦ ରହିବେ । ସେହିପରି ବିଜେଡିର ସଂଖ୍ୟା ୭କୁ ଖସି ଆସିଛି । ଚର୍ଚ୍ଚା ହେଉଛି, ଆଗକୁ ଆଉ କିଛି ବିଜେଡି ସାଂସଦ ବି ବିଜେପିକୁ ଆସିପାରନ୍ତି । ଗୋଟିଏ ପଟେ ବିଜେଡି ସ୍ଥିତି ବଞ୍ଚାଇବା ପାଇଁ ରଣନୀତି କରୁଥିବା ବେଳେ ଅନ୍ୟପଟେ ଦଳ ଛିଡି ଛିଡି ଯାଉଛି । ଏପରି ସ୍ଥଳେ ରାଜ୍ୟସଭା ଗଣିତ ଆଗକୁ କ’ଣ ହେଉଛି ତାପରେ ନଜର ।
ଅଧିକ ପଢ଼ନ୍ତୁ: ଚାକିରି ବିକ୍ରିର ତଥ୍ୟ ଓ ସତ୍ୟ ସାର୍ବଜନୀନ ହେବ କି ?
- Reported by:
- RASHMIRANJAN DAS , JAGDISH DAS , SOUMYA RANJAN SAHOO