• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

cricket
ମହିଳା ଟି୨୦ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ଚିତ୍ତାକର୍ଷକ ବିଜୟ

ଗୁଏନା: ୱେଷ୍ଟଇଣ୍ଡିଜ୍‌ର ଗୁଏନାଠାରେ ଖେଳାଯାଉଥିବା ମହିଳା ଟି୨୦ ବିଶ୍ୱକପ୍‌ର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତ ୧୯୪ ରନ୍‌ରେ ଇନିଂସ୍‌ ସାରି ରେକର୍ଡର ପାହାଡ଼ ତିଆରି କରିଛି। ଅଧିନାୟକ ହରମନ୍‌ପ୍ରୀତ କୌର ତାଙ୍କର ପ୍ରଥମ ଟି୨୦ ଶତକ ହାସଲ କରିଛନ୍ତି। ଯାହାକି ଭାରତୀୟ ମହିଳା ଭାବେ ମଧ୍ୟ ପ୍ରଥମ। ଏତଦ୍‌ବ୍ୟତୀତ ଏହି ଶତକ ଅନ୍ତର୍ଜାତୀୟ ମହିଳା ବିଶ୍ୱକପ୍‌ରେ ତୃତୀୟ ଶତକ। ସେ ୫୧ଟି ବଲରେ ୧୦୩ ରନ ସଂଗ୍ରହ କରିଥିଲେ। ଟସ୍‌ ଜିତି କୌର ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। […]

  • Tuesday, 20 July 2021
offline ticket
ବିଶ୍ୱକପ୍‌ ହକି ପାଇଁ ଅଫ୍‌ଲାଇନ୍‌ ଟିକେଟ୍ ବିକ୍ରି ଆରମ୍ଭ

ଭୁବନେଶ୍ୱର: ବିଶ୍ୱକପ୍‌ ହକି ପାଇଁ ଆଜିଠୁ ଅଫ୍‌ଲାଇନ୍‌ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। କଳିଙ୍ଗ ଷ୍ଟାଡିୟମ ୯ ନମ୍ବର ଗେଟ୍ ନିକଟ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଦିନ ୧୦ଟାରୁ ଟିକେଟ ବିକ୍ରି ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହା ଚାଲିବ। ହକି ପ୍ରେମୀମାନେ ଆଜିଠୁ କାଉଣ୍ଟରରୁ ଟିକେଟ୍ ସଂଗ୍ରହ କରିପାରିବେ। ସେହିଭଳି ଭୁବନେଶ୍ୱରର ଆଉ କିଛି ସ୍ଥାନ ଓ କଟକରେ ଦୁଇଟି ଜାଗାରେ ବି ଟିକେଟ୍ ବିକ୍ରି ବ୍ୟବସ୍ଥା ହୋଇଛି। ଲିଗ୍ […]

  • Tuesday, 20 July 2021
ff
କ୍ରିକେଟର୍ ହାର୍ଦ୍ଦିକ ଓ ଲୋକେଶଙ୍କ ବିବାଦୀୟ ମନ୍ତବ୍ୟରେ ମୁହଁ ଖୋଲିଲେ ବିରାଟ୍‌ କୋହଲି

ମୁମ୍ବାଇ: ଦୁଇ ଭାରତୀୟ କ୍ରିକେଟର-ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କ୍ୟାପଟେନ୍‌ ବିରାଟ କୋହଲି। ବିରାଟ କହିଛନ୍ତି ଯେ ଆମେ ଭାରତୀୟ ଏବଂ ଦାୟିତ୍ୱସମ୍ପନ୍ନ କ୍ରିକେଟର ଭାବେ ସେମାନଙ୍କ ମତ ଓ ମନ୍ତବ୍ୟ ସହ ସହମତ ନୁହେଁ। ଏହା ସେମାନଙ୍କ ବ୍ୟକ୍ତିଗତ ମତ ବୋଲି କୋହଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ବିବାଦୀୟ ମନ୍ତବ୍ୟ ପାଇଁ ହାର୍ଦ୍ଦିକ ଓ ଲୋକେଶଙ୍କ ଉପରେ ୨ଟି ମ୍ୟାଚର ବାସନ୍ଦ ପାଇଁ କମିଟି ଅଫ୍‌ […]

  • Tuesday, 20 July 2021
ମହିଳାଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଅଡ଼ୁଆରେ ହାର୍ଦ୍ଦିକ୍‌ ଓ ରାହୁଲ୍

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହରଙ୍କ ରିଏଲିଟି ଶୋ ‘କଫି ଓ୍ୱିଥ୍ କରଣ’ରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଯାଇଛନ୍ତି ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା। କାର୍ଯ୍ୟକ୍ରମରେ ହାର୍ଦ୍ଦିକ୍‌ ମହିଳାମାନଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଉଛି। ‘ଶୋ’ରେ ହାର୍ଦ୍ଦିକଙ୍କ ମନ୍ତବ୍ୟ ପରେ କ୍ରିକେଟର୍ କେ.ଏଲ. ରାହୁଲ ଓ କରଣ ଜୋହର ହସୁଥିବା ଦେଖାଯାଇଥିଲା। ଏନେଇ ସୋସିଆଲ୍‌ ମିଡିଆରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ କ୍ଷମା ମାଗିଛନ୍ତି ହାର୍ଦ୍ଦିକ। ମହିଳାମାନଙ୍କୁ […]

  • Tuesday, 20 July 2021
kuldeep-759-2
ସିଡ୍‌ନୀ ଟେଷ୍ଟ: ଭାରତର ବିଜୟ ରାସ୍ତାରେ ବର୍ଷା ବାଧକ

ସିଡ୍‌ନୀ: ଅଷ୍ଟ୍ରେଲିଆର ସିଡ୍‌ନୀ ଟେଷ୍ଟରେ ଭାରତର ବିଜୟ ରାସ୍ତାରେ ବାଧକ ସାଜିଛି ବର୍ଷା । ଗତକାଲି ଭଳି ଆଜି ମଧ୍ୟ ବର୍ଷା ଯୋଗୁ ଅନେକ ଓଭର ଖେଳ ସମ୍ଭବ ହୋଇପାରିନାହିଁ। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୦୦ ରନ୍‌ରେ ସୀମିତ ରହିଛି। ଫଳରେ ଘରୋଇ ଟିମ୍‌ ଫଲୋଅନ୍‌ର ସମ୍ମୁଖୀନ ହୋଇଛି। ଦୀର୍ଘ ୩୩ ବର୍ଷ ପରେ ନିଜ ମାଟିରେ ଅଷ୍ଟ୍ରେଲିଆ ଫଲୋଅନ୍‌ ହୋଇଛି। କୁଲଦୀପ ଯାଦବଙ୍କ ସ୍ପିନରେ ଘାଇଲା ହୋଇଛି କଙ୍ଗାରୁ ବାହିନୀ। ଅଷ୍ଟ୍ରେଲିଆ ଟିମ୍‌ରେ ଅଧା ବ୍ୟାଟ୍ସମ୍ୟାନ୍‌କୁ […]

  • Tuesday, 20 July 2021
jadeja-test
ସିଡ୍‌ନୀ ଟେଷ୍ଟ: ଭାରତର ଦମ୍‌ଦାର ବୋଲିଂରେ ବେହାଲ୍ ଅଷ୍ଟ୍ରେଲିଆ

ସିଡ୍‌ନୀ: ଅଷ୍ଟ୍ରେଲିଆର ସିଡ୍‌ନୀ ଟେଷ୍ଟରେ ଟିମ୍‌ ଇଣ୍ଡିଆର ବିଶାଳ ସ୍କୋର୍‌ ପରେ ଆଜି ବୋଲରମାନେ ୱିକେଟ୍‌ ହାସଲ କରିବାକୁ ଚେଷ୍ଟା କରୁଛନ୍ତି। ଭାରତର ଦମ୍‌ଦାର ବୋଲିଂ ବଳରେ ଅଷ୍ଟ୍ରେଲିଆର ଉସମାନ ଖାୱାଜା ୨୭, ମାର୍ଟିନ୍‌ ହ୍ୟାରିସ୍‌ ୭୯ରନ୍‌ କରି ଆଉଟ୍ ହୋଇଛନ୍ତି। ଖବର ଲେଖାଯିବା ସୁଦ୍ଧା ଅଷ୍ଟ୍ରେଲିଆ ୬ ୱିକେଟ୍‌ ହରାଇ ୨୨୮ ରନ୍‌ ସଂଗ୍ରହ କରିଛି। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ଦୁଇଟି ଲେଖାଏ ୱିକେଟ୍‌ ନେଇଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ହ୍ୟାଣ୍ଡସ୍କମ୍‌ […]

  • Tuesday, 20 July 2021
rutuparna
ଓଡ଼ିଆ ଝିଅ ଋତୁପର୍ଣ୍ଣାଙ୍କୁ ପ୍ରଥମ ଅନ୍ତର୍ଜାତୀୟ ସଫଳତା

ଆଥେନ୍ସ/ଭୁବନେଶ୍ୱର: ଗ୍ରୀସ୍‌ରେ ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡାଙ୍କୁ ପ୍ରଥମ ଅନ୍ତର୍ଜାତୀୟ ସଫଳତା ମିଳିଛି। ଗତକାଲି ଗ୍ରୀସରେ ଶେଷ ହୋଇଥିବା  ହେଲାସ୍‌ ଓପନ୍ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ମହିଳା ଡବଲ୍ସ ବିଭାଗରେ ଋତୁପର୍ଣ୍ଣା ଓ ତାଙ୍କ ଭାରତୀୟ ଯୁଗଳ ସାଥୀ ଆରତୀ ସାରା ସୁନୀଲ ଚାମ୍ପିଅନ୍ ହୋଇଛନ୍ତି। ଗତକାଲି ଖେଳା ଯାଇଥିବା ଫାଇନାଲରେ ଋତୁପର୍ଣ୍ଣା ଓ ସାରା ଫ୍ରାନ୍ସର ହାରିୟୁ ବିମଳା ଓ ଲମ୍ବେର୍ଟ ମାର୍ଗାଟଙ୍କୁ ସିଧାସଳଖ ୨୧-୧୯ ଓ ୨୧-୧୨ ସେଟ୍‌ରେ ପରାସ୍ତ କରି ଏହି ସଫଳତା ହାସଲ […]

  • Tuesday, 20 July 2021
reamn
ପରଲୋକରେ ସଚିନ୍‌ଙ୍କ ଗୁରୁ

ମୁମ୍ବାଇ: ମାଷ୍ଟର୍‌ ବ୍ଲାଷ୍ଟର୍‌ ସଚିନ୍ ତେନ୍ଦୁଲକରଙ୍କ ଗୁରୁ ରମାକାନ୍ତ ଆଚ୍ରେକର୍‌ଙ୍କ ପରଲୋକ ହୋଇଛି। ୮୬ ବର୍ଷ ବୟସରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ରମାକାନ୍ତ ଅସୁସ୍ଥ ଥିଲୋ ତାଙ୍କ ବିୟୋଗରେ କ୍ରିକେଟ୍ ଜଗତରେ ଶୋକର ଛାୟା ଖେଳିଯାଇଛି। ରମାକାନ୍ତଙ୍କ ଶେଷ ଦର୍ଶନ ପାଇଁ ମୁମ୍ବାଇ ବାସଭବନକୁ ଛୁଟିଛି ପ୍ରଶଂସକଙ୍କ ସୁଅ। ସଚିନ୍‌ଙ୍କ କ୍ରିକେଟ୍ କ୍ୟାରିୟର୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି  ଆଚ୍‌ରେକର୍। କ୍ରିକେଟ୍ର ପ୍ରଥମ ଗୁରୁ ଭାବେ […]

  • Tuesday, 20 July 2021
test
ମେଲବୋର୍ଣ୍ଣ ଟେଷ୍ଟ୍: ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ବିଜୟ ହୋଇଛି। ଅଷ୍ଟ୍ରେଲିଆକୁ ୧୩୭ ରନ୍‌ରେ ପରାସ୍ତ କରିଛି ଭାରତ। ଆଜି ଖେଳର ଅନ୍ତିମ ଦିନରେ ୨୫୮ ରନରୁ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ମାତ୍ର ୩ ରନ୍ କରି ୨୬୧ ରନରେ ଅଲ୍‌ ଆଉଟ ହୋଇ ଯାଇଥିଲା। ବର୍ଷା ଯୋଗୁ ଆଜିର ଖେଳ ବିଳମ୍ବରେ ଆରମ୍ଭ ହୋଇଥିଲା। ଗତକାଲି ଚତୁର୍ଥ ଦିନରେ ଅଷ୍ଟ୍ରେଲିଆ ୮ ୱିକେଟ୍‌ ହରାଇ ୨୫୮ ରନ୍ କରିଥିଲା। ପ୍ରଥମ ଇନିଂସ […]

  • Tuesday, 20 July 2021
testt
ମେଲ୍‌ବୋର୍ଣ୍ଣ ବକ୍ସିଂ ଡେ ଟେଷ୍ଟ ଦ୍ୱିତୀୟ ଇଂନିସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ମେଲ୍‌ବୋର୍ଣ୍ଣ ବକ୍ସିଂ ଡେ ଟେଷ୍ଟର ଦ୍ୱିତୀୟ ଇଂନିସରେ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଦୃଢ଼ ସ୍ଥିତିରେ ଅଛି ଭାରତ। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୩୪୬ରନ୍‌ର ଅଗ୍ରଣୀ ହାସଲ କରିଛି ଟିମ୍ ଇଣ୍ଡିଆ। ଆଜି ଅଷ୍ଟ୍ରେଲିଆକୁ ୧୫୧ରନ୍‌ରେ ଅଲଆଉଟ କରିବା ପରେ ଇଣ୍ଡିଆ ଦ୍ୱିତୀୟ ଇଂନିସ ଆରମ୍ଭ କରିଥିଲା। ଦ୍ୱିତୀୟ ଇଂନିସରେ ମାତ୍ର ୫୪ ରନ୍‌ରେ ୫ ଓ୍ୱିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଭାରତ। ଡେବ୍ୟୁ କରିଥିବା ମୟଙ୍କ ଅଗ୍ରଓ୍ୱାଲଙ୍କୁ ଛାଡ଼ି […]

  • Tuesday, 20 July 2021
cricket
ମେଲ୍‌ବୋର୍ଣ୍ଣ ଟେଷ୍ଟ: ୪୪୩ ରନ୍‌ରେ ପାଳି ଘୋଷଣା କଲା ଭାରତ

ମେଲ୍‌ବୋର୍ଣ୍ଣ: ଅଷ୍ଟ୍ରେଲିଆର ମେଲ୍‌ବୋର୍ଣ୍ଣ ଟେଷ୍ଟରେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଟିମ୍‌ ଇଣ୍ଡିଆ ୪୩୫ରନରେ ଆଗୁଆ ରହିଛି। ଆଜି ଟିମଇଣ୍ଡିଆ ୨୧୫ରନରୁ ଖେଳ ଆରମ୍ଭ କରି ୪୪୩ ରନ୍‌ରେ ପାଳି ଘୋଷଣା କରିଛି। ଦଳ ପକ୍ଷରୁ ଗତକାଲି ୬୬ରନ୍‌ରେ ଅପରାଜିତ ଥିବା ପୂଜାରା ଆଜି ଶତକ ହାସଲ କରିଛନ୍ତି। ଏଥିସହ ପୂଜାରା ନିଜ ଟେଷ୍ଟ କ୍ୟାରିଅରର୍‌ ୧୭ ତମ ଶତକ ହାସଲ କରିଛନ୍ତି। ବିରାଟ କୋହଲି ଓ ରୋହିତ ଶର୍ମା ଅର୍ଦ୍ଧଶତକ କରିଛନ୍ତି। ଗତକାଲି ଡେବ୍ୟୁ […]

  • Tuesday, 20 July 2021
cricket
ଅାଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍‌ ଟେଷ୍ଟ ସିରିଜ୍‌; ପ୍ରାରମ୍ଭରୁ ଭାରତକୁ ଝଟ୍‌କା

ରାଜକୋଟ: ରାଜକୋଟ୍‌ର ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ ଷ୍ଟାଡିୟମ୍‌ରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ ଆରମ୍ଭ ହୋଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି ଟିମ୍‌ ଇଣ୍ଡିଆ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଭାରତ ଗୋଟିଏ ୱିକେଟ୍‌ ହରାଇ ୫୩ ରନ୍‌ କରିଛି। ପୃଥ୍ୱୀ ଶାହ ୩୨ ଏବଂ ଚେତେଶ୍ୱର ପୂଜାର ୨୧ ରନ୍‌ କରି କ୍ରିଜ୍‌ରେ ଅଛନ୍ତି। ଏକମାତ୍ର ଖେଳାଳି ଭାବେ ଶୂନରେ ଲୋକେଶ ରାହୁଲ ଆଉଟ୍‌ ହୋଇଛନ୍ତି।

  • Tuesday, 20 July 2021
3rd
ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ମ୍ୟାଚ୍

ମେଲ୍‌ବର୍ଣ୍ଣ: ଆସନ୍ତାକାଲି ମେଲ୍‌ବର୍ଣ୍ଣରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ୧୧ଜଣିଆ ଖେଳାଳି ତାଲିକା ଘୋଷଣା କରାଯାଇଛି। ନବାଗତ ମୟଙ୍କ ଅଗ୍ରୱାଲ ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି। ସେହିପରି ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡେଜା ଓ ରୋହିତ ଶର୍ମା ପୁଣି ଥରେ ଦଳକୁ ଫେରିଛନ୍ତି। ଏହି ମ୍ୟାଚ ପାଇଁ ଟିମ୍‌ ଇଣ୍ଡିଆ ପକ୍ଷରୁ ଦୁଇ ଓପନର୍ କେ.ଏଲ. ରାହୁଲ୍ ଓ ମୁରଲୀ ବିଜୟଙ୍କୁ […]

  • Tuesday, 20 July 2021
u-25
ହକି ବିଶ୍ୱକପ୍‌: ପ୍ରଥମ ମ୍ୟାଚ୍‌ରେ ଭାରତର ଜବରଦସ୍ତ ବିଜୟ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଥିବା ବିଶ୍ୱକପ୍ ହକିରେ ଜବରଦସ୍ତ ବିଜୟ ହାସଲ୍‌ କରିଛି ଭାରତ। ପ୍ରଥମ ଦିନର ଦ୍ୱିତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭାରତ ୫-୦ ଗୋଲ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ସିମରନଜିତ ସିଂହ ୨ଟି ଗୋଲ୍ ସ୍କୋର୍ କରିଥିବାବେଳେ ମନଦୀପ, ଆକାଶଦୀପ, ଲଳିତ ଗୋଟିଏ ଲେଖାଏ ଗୋଲ୍ କରିଥିଲେ। ତେବେ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ବିଜୟ ଅଭିଯାନ ଆରମ୍ଭ କରିଥିବା ଭାରତ ଆସନ୍ତା ୨ ତାରିଖରେ ବେଲ୍‌ଜିୟମ୍‌କୁ ଭେଟିବ। ଅନ୍ୟପଟେ ଉଦ୍‌ଘାଟନୀ ମ୍ୟାଚ୍‌ରେ […]

  • Tuesday, 20 July 2021
hocky
ବିଶ୍ୱକପ୍‌ ହକି: ହୋମ୍‌ ଗ୍ରାଉଣ୍ଡ୍‌ରେ ଦକ୍ଷିଣ ଆଫ୍ରିକା ସହ ମୁକାବିଲା କରୁଛି ଭାରତ

ଭୁବନେଶ୍ୱର: ହୋମ୍ ଗ୍ରାଉଣ୍ଡ, ହୋମ୍ କ୍ରାଉଡ୍‌ରେ ଆଜି ଲଢ଼େଇକୁ ଓହ୍ଲାଇଛି ଭାରତୀୟ ହକି ଦଳ। ହକି ବିଶ୍ୱକପ୍ ଉଦ୍‌ଘାଟନୀ ମ୍ୟାଚ୍‌ରେ ଟପ୍ ଟିମ୍ ଦକ୍ଷିଣ ଆଫ୍ରିକା ସହ ମୁକାବିଲା କରୁଛି ଭାରତ। ତେଣୁ ଟିମ୍ ଇଣ୍ଡିଆକୁ ଚିଅର୍‌ ଅପ୍ କରିବାକୁ ଦର୍ଶକ ବି ପୂରା ଜୋସ୍‌ରେ ଅଛନ୍ତି। ଟିମ୍ ଇଣ୍ଡିଆକୁ ଚିଅର୍‌ ଅପ୍ କରିବାକୁ କଳିଙ୍ଗ ଷ୍ଟାଡିୟମ୍ ଆଗରେ ଆଜି ଦିନ ତମାମ ଦେଖିବାକୁ ମିଳିଥିଲା ଫ୍ୟାନ୍‌ଙ୍କ ଭିଡ଼। କିଏ ପୋଷ୍ଟର ଧରି ଚକ୍‌ଦେ ଇଣ୍ଡିଆର ନାରା […]

  • Tuesday, 20 July 2021
hocky
ହକି ବିଶ୍ୱକପ୍‌: ଯୁବ ଖେଳାଳିଙ୍କୁ ନେଇ ଶକ୍ତିଶାଳୀ ଟିମ୍ ଇଣ୍ଡିଆ

ଭୁବନେଶ୍ୱର: ହକି ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ଅପେକ୍ଷାକୃତ ଯୁବ ଖେଳାଳିଙ୍କୁ ମନୋନୀତ କରାଯାଇଛି। ୨୦୧୬ରେ ଲକ୍ଷ୍ନେରେ ଯୁବ ବିଶ୍ୱକପ୍ ଜିତିଥିବା ଅଧିକାଂଶ ଖେଳାଳି ଏହି ଦଳରେ ଅଛନ୍ତି। ଯୁବ ମିଡିଲ୍‌ ଫିଲ୍‌ଡର୍‌ ମନ୍‌ପ୍ରୀତ ସିଂହ ଏହି ଦଳର ନେତୃତ୍ୱ ନେଉଛନ୍ତି।ମନ୍‌ପ୍ରୀତ ସିଂହ ଓ ଭେଟେରାନ୍ ଗୋଲ୍ କିପର୍ ପି.ଆର୍‌. ଶ୍ରୀଜେଶ ହେଉଛନ୍ତି ଦଳର ସବୁଠାରୁ ଅଭିଜ୍ଞ ଖେଳାଳି। ତେବେ ଚଳିତ ବିଶ୍ୱକପ୍‌ରେ ଷ୍ଟାର୍‌ ଖେଳାଳି ଭାବେ ଉଭା ହୋଇପାରନ୍ତି  ହରମନ୍‌ପ୍ରୀତ୍ ସିଂହ। ଲକ୍ଷ୍ନେରେ ଭାରତକୁ ଯୁବ ବିଶ୍ୱକପ୍ ଜିତାଇବାରେ […]

  • Tuesday, 20 July 2021
india win
ବାଂଲାଦେଶକୁ ହରାଇ ୭ମ ଥର ପାଇଁ ଟାଇଟଲ୍‌ ଜିତିଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଶେଷ ବଲ୍‌ରେ ବାଂଲାଦେଶଠୁ ମ୍ୟାଚ୍‌କୁ ଛଡ଼ାଇ ଆଣିଲା ଟିମ୍ ଇଣ୍ଡିଆ। ସପ୍ତମ ଥର ପାଇଁ ଏସିଆ କପ୍‌କୁ ନିଜ ନାଁରେ କରିଛି ଭାରତ। ବାଂଲାଦେଶ ବିପକ୍ଷ ଏସିଆ କପ୍‌ ଫାଇନାଲ୍ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ଟିମ୍‌ ଇଣ୍ଡିଆ ବାଂଲାଦେଶକୁ ରୋମାଞ୍ଚକର ମ୍ୟାଚ୍‌ରେ ୩ ୱିକେଟ୍‌ରେ ହରାଇ ଚମ୍ପିଅନ୍‌ ହୋଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଓପନର୍‌ ଲିଟନ୍‌ ଦାସଙ୍କ ବିସ୍ଫୋରକ ଶତକୁ ଆଧାର କରି ୨୨୨ ରନ୍‌ କରିଥିଲା। ୨୨୩ ରନ୍‌ର ଟାର୍ଗେଟ […]

  • Tuesday, 20 July 2021
DtEGjw8X4AAIoxS
ଆଜିଠାରୁ ହକି ବିଶ୍ୱକପ୍ ମହା ଲଢ଼େଇ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ୍ ଟକ୍କର। ବିଶ୍ୱକପ୍‌ର ପ୍ରଥମ ଦିନରେ ଆୟୋଜକ ଭାରତ ଆଜି ଦକ୍ଷିଣ ଆଫ୍ରିକାକୁ ଭେଟିବ। ପୁଲ୍-‘ସି’ର ଏହି ମ୍ୟାଚ୍ ଆଜି ସଂଧ୍ୟା ୭ଟାରେ ଖେଳାଯିବ। ସେହିପରି ଉଦ୍‌ଘାଟନୀ ମ୍ୟାଚ୍‌ରେ କାନାଡ଼ା ଓ ବେଲ୍‌ଜିୟମ୍ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ। ଏହି ମ୍ୟାଚ୍ ଅପରାହ୍ନ ୫ଟାରେ ଖେଳାଯିବ। ବିଶ୍ୱକପ୍‌ରେ ମୋଟ ୩୬ଟି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଏଥିରେ ମୋଟ୍ ୧୬ଟି ଟିମ୍ ଭାଗ ନେଇଛନ୍ତି। ତେବେ ଡିସେମ୍ବର୍ ୧୬ ତାରିଖରେ […]

  • Tuesday, 20 July 2021
hocky
ହକି ବିଶ୍ୱକପ୍: ଭୁବନେଶ୍ୱରରେ ପହଞ୍ଚିଲା ସ୍ପେନ୍‌

ଭୁବନେଶ୍ୱର:  ହକି ବିଶ୍ୱକପ୍ ହକି ପାଇଁ ଗୋଟିଏ ପରେ ଗୋଟିଏ ବିଦେଶୀ ଟିମ୍ ଭୁବନେଶ୍ୱରରେ ପହଞ୍ଚିବାରେ ଲାଗିଛନ୍ତି। ଆଜି ସ୍ପେ‌ନ୍‌ ଦଳ ଆସି ଭୁବନେଶ୍ୱରରେ ପହଞ୍ଛିଛି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସ୍ପେନ୍ ଦଳକୁ ଭବ୍ୟ ସ୍ୱାଗତ କରାଯାଇଛି। ହକି ବିଶ୍ୱକପ୍‌ ପାଇଁ ପଞ୍ଚମ ବିଦେଶୀ ଦଳ ଭାବେ ସ୍ପେନ୍ ଆସି  ଭୁବନେଶ୍ୱରରେ ପହଞ୍ଚିଛି। ବିଶ୍ୱ ରାଙ୍କିଂରେ ଅଷ୍ଟମ ସ୍ଥାନରେ ରହିଥିବା ସ୍ପେନ୍‌ ଦୁଇ ଥର ଉପ ବିଜେତା ହୋଇଥିବାବେଳେ ଥରେ ବ୍ରୋଞ୍ଜ ପଦକ ହାସଲ […]

  • Tuesday, 20 July 2021
finch
ଆସନ୍ତାକାଲିଠୁ ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ୍‌ ସିରିଜ୍‌

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ୍‌ ସିରିଜ୍‌। ଅଷ୍ଟ୍ରେଲିଆରେ ହେଉଥିବା ଏହି ଶୃଙ୍ଖଳାରେ ୩ଟି ଟି-ଟ୍ୱେଣ୍ଟି, ୪ଟି ଟେଷ୍ଟ ମ୍ୟାଚ୍‌ ଏବଂ ୩ଟି ଦିନିକିଆ ମ୍ୟାଚ୍‌ ଖେଳାଯିବ। ସିରିଜରେ ପ୍ରଥମ ଟି ଟ୍ୱେଣ୍ଟି ମୁକାବିଲା କାଲି ବ୍ରିସବେନ୍‌ଠାରେ ହେବ। ନିକଟରେ ୱେଷ୍ଟ ଇଣ୍ଡିଜ୍‌ ସହ ଟି ଟ୍ୱେଣ୍ଟି ଶୃଙ୍ଖଳା ୩-୦ରେ ମୂଳପୋଛ କରିବା ପରେ ଟିମ ଇଣ୍ଡିଆର ମନୋବଳ ଦୃଢ଼ ରହିଛି। ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ କ୍ରିକେଟ୍‌ରେ ପିତିଆରା କାଏମ ରଖିବାକୁ ଚାହିଁବ […]

  • Tuesday, 20 July 2021
IMG_20180828_170725
ରଣଜୀ ମୁକାବିଲା: ଆସାମକୁ ୧୨୧ ରନ୍‌ରେ ଅଲ୍ ଆଉଟ୍ କଲା ଓଡ଼ିଶା

ଗୌହାଟୀ: ଓଡ଼ିଶା ବିପକ୍ଷ ରଣଜୀ ମ୍ୟାଚରେ ଆସାମ୍ ୧୨୧ ରନ୍‌ରେ ଅଲ୍ ଆଉଟ୍ ହୋଇଯାଇଛି। ଗୌହାଟୀରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ହାରି ବ୍ୟାଟିଂ କରିଥିବା ଆସାମକୁ ଆରମ୍ଭ ଓଡ଼ିଆ ପେସ୍ ବୋଲର ଝଟ୍‌କା ଦେଇଥିଲେ। ଆସାମ ଟିମ୍ ୬୯ ରନ୍‌ରେ ୭ ଓ୍ୱିକେଟ୍‌ ହରାଇ ସଂକଟରେ ପଡ଼ିଥିଲା। ଲୋ ଅର୍ଡର୍‌ ବ୍ୟାଟସ୍‌ମ୍ୟାନ୍‌  ରଣଜିତ ମାଲିଙ୍କ ୨୮ ରନ୍ ଓ  ଅରୂପ ଦାସଙ୍କ ୧୬ ରନ୍ ଯୋଗୁ ଆସାମ ୧୨୧ ରନ୍ ସ୍କୋର୍‌ କରିବାରେ ସକ୍ଷମ ହୋଇଥିଲା। […]

  • Tuesday, 20 July 2021
ind
ଭାରତ ଓ ଆଫ୍‌ଗାନିସ୍ତାନ୍ ମଧ୍ୟରେ ମ୍ୟାଚ୍ ଡ୍ର

ଦୁବାଇ: ଚଳିତ ଏସିଆ କପ୍‌ର ସବୁଠୁ ରୋମାଞ୍ଚଭରା ମ୍ୟାଚ୍‌ ଗତକାଲି ଦେଖିଛନ୍ତି ଦର୍ଶକ। ଏହି ମ୍ୟାଚ୍ ହୋଇଥିଲା ଭାରତ ଓ ଆଫ୍‌ଗାନିସ୍ତାନ୍ ମଧ୍ୟରେ। ଏହି ମ୍ୟାଚ୍ ଡ୍ର’ରେ ଶେଷ ହୋଇଛି। ଆଉ ଏହା ସହିତ ପୁଣି ସମସ୍ତଙ୍କ ହୃଦୟ ଜିତିଛି ଆଫ୍‌ଗାନିସ୍ତାନ୍।ପ୍ରଥମେ ବ୍ୟାଟିଂ କରି ଆଫ୍‌ଗାନିସ୍ତାନ୍ ୨୫୨ରନ୍ କରିଥିବା ବେଳେ ଭାରତ ମଧ୍ୟ ୨୫୨ରନ୍‌ କରିଥିଲା। ଶେଷ ଓଭରରେ ଟିମ୍‌ ଇଣ୍ଡିଆକୁ ବିଜୟ ପାଇଁ ୭ ରନ୍ ଦରକାର ଥିବାବେଳେ ଦଳ ମାତ୍ର ୬ ରନ୍ କରିବାରେ […]

  • Tuesday, 20 July 2021
virta
ଦେଶର ସର୍ବଶ୍ରେଷ୍ଠ କ୍ରୀଡ଼ା ସମ୍ମାନ ପାଇଲେ ବିରାଟ ଓ ମୀରାବାଈ ଚାନୁ

ନୂଆଦିଲ୍ଲୀ: ଦେଶର ସର୍ବଶ୍ରେଷ୍ଠ କ୍ରୀଡ଼ା ସମ୍ମାନ ପାଇଛନ୍ତି ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ କୋହଲି। ଆଜି ରାଷ୍ଟ୍ରପତି ଭବନରେ ବିରାଟ କୋହିଲିଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ସେହିଭଳି ମହିଳା ଭାରତ୍ତୋଳନକାରୀ ମୀରାବାଈ ଚାନୁଙ୍କୁ ବି ମିଳିଛି ରାଜୀବ ଗାନ୍ଧି ଖେଳ ରତ୍ନ ସମ୍ମାନ। ପୁରସ୍କାର ବିଜେତାଙ୍କୁ ମେଡାଲ ସହ ସାଢ଼େ ୭ ଲକ୍ଷ ଟଙ୍କା ମିଳିଛି। ଏହାସହ ଦେଶର ଶ୍ରେଷ୍ଟ ୨୦ ଜଣ ଖେଳାଳୀଙ୍କୁ ଚଳିତ ଥରର ଅର୍ଜୁନ ପୁରସ୍କାରରେ […]

  • Tuesday, 20 July 2021
ind-pak
ଏସିଅା କପ୍ ସୁପର ଫୋର ପର୍ଯ୍ୟାୟ

 ଦୁବାଇ : ଏସିଅା କପ୍ ସୁପର ଫୋର ପର୍ଯ୍ୟାୟରେ ଅାଜି ହାଇଭୋଲଟେଜ୍ ମୁକାବିଲା। ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନ ସହ ହେବ ଟିମ୍‌ ଇଣ୍ଡିଅାର ଟକ୍କର। ଦୁବାଇରେ ଖେଳାଯିବ ଏହି ମ୍ୟାଚ । ଏସିଅା କପ୍‌ର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ପାକିସ୍ତାନକୁ ୮ ୱିକେଟରେ ପରାସ୍ତ କରିବା ପରେ ଭାରତର ମନୋବଳ ଦୃଢ ରହିଛି। ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ବାଂଲାଦେଶ ବିପକ୍ଷରେ ଭାରତ ଦମଦାର ବିଜୟ ହାସଲ କରିଛି।  ଅାଜିର ମ୍ୟାଚ ନେଇ ଭାରତୀୟ ଖେଳାଳିଙ୍କ ମନୋବଳ ଦୃଢ […]

  • Tuesday, 20 July 2021