ବନ୍ଦ ହେବନି ବରଂ ଦୌଡ଼ିବ ମିଶନ ଶକ୍ତି । ବଦଳିବ ମିଶନ ଶକ୍ତି କାୟାକଳ୍ପ । ଭୋଟ୍ ବ୍ୟାଙ୍କରେ ଗଣା ହେବେନି ମିଶନ ଶକ୍ତି ମହିଳା। ରାଜନୀତିରେ ବି ପଶିବେନି SHG ସଦସ୍ୟା ।
ଭୋଟ୍ ବ୍ୟାଙ୍କରେ ଗଣା ହେବନି କି ପଲିଟିକ୍ସରେ ପଶିବନି SHG । ବିଜେପି ସରକାରରେ ମିଶନ ଶକ୍ତିକୁ ଗୁରୁତ୍ୱ ।
ଦିନର ୨୪ ଘଂଟା ଏବଂ ବର୍ଷର ୩୬୫ ଦିନ କାମ ହେବ। ଆଜି ହିଁ ବୈଠକ କରି ବିଭାଗର ଆଗାମୀ ରୋଡ଼ମ୍ୟାପ ନେଇ ଆଲୋଚନା କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ।
ଆସନ୍ତା ୨୬ ତାରିଖରେ ୧୮ ତମ ଲୋକସଭାର ବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ, ଏହା ପୂର୍ବରୁ ନିଜର ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ସଂପର୍କରେ ଆଲୋଚନା କରିବାକୁ ଏହି ବୈଠକ ବସିଥିବା କୁହାଯାଉଛି।
ଲୋକସଭା ନିର୍ବାଚନ ସରୁ ସରୁ ଉଠିଲା ଇଲେକ୍ ଟ୍ରୋନିକ୍ ଭୋଟିଂ ମେସିନ୍ ବା ଇଭିଏମ୍ ପ୍ରସଙ୍ଗ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଇଭିଏମକୁ ନେଇ ଉଠାଇଛନ୍ତି ପ୍ରଶ୍ନ ।
ପଟ୍ଟ ପରିବର୍ତ୍ତନ ପରେ ରାଜ୍ୟରେ ଏଥର ସଶକ୍ତ ବିରୋଧୀଙ୍କ ଅଭ୍ୟୁଦୟ ହୋଇପାରେ । ଯାହାକୁ ନେଇ ଆକଳନ କରୁଛନ୍ତି ରାଜନୈତିକ ସମୀକ୍ଷକମାନେ।
ରାଜ୍ୟରେ ନୂଆ ସରକାରରେ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୃହ, ସାଧାରଣ ପ୍ରଶାସନ, ସୂଚନା ଓ ଲୋକସମ୍ପର୍କ, ଜଳ ସମ୍ପଦ, ଯୋଜନା ଓ ସଂଯୋଜନ ବିଭାଗ ରଖିଲେ ମୁଖ୍ୟମନ୍ତ୍ରୀ
ରୋଷେୟା କିମ୍ବା ସ୍ୱୟଂ ସହାୟକ ଗୋଷ୍ଠୀ ରାନ୍ଧିବାକୁ ଦେବା ପୂର୍ବରୁ ଭଲ ଭାବେ ଚାଖିବେ। ସାମଗ୍ରୀଗୁଡ଼ିକ ଖାଇବା ଯୋଗ୍ୟ ନଥିଲେ ନଷ୍ଟ କରିବା ଦିଗରେ ପଦକ୍ଷେପ ନେବେ ସ୍କୁଲ ପ୍ରଧାନଶିକ୍ଷକ।
ସେହି ଚିତ୍ରକଳାଟିକୁ ନିର୍ବାଚନୀ ସଭାର ଭିଡ଼ ଭିତରୁ ସୁବାସଙ୍କଠୁ ସଂଗ୍ରହ କରିଥିଲେ ମୋଦି । କହିଥିଲେ, ଠିକଣା ଲେଖିଦିଅ, ନିଶ୍ଚୟ ଚିଠି ଲେଖିବି । ଆଉ ଏବେ ସୁବାସଙ୍କ ନିକଟକୁ ଆସିଛି ପ୍ରଧାନମନ୍ତ୍ରୀଙ୍କ ଚିଠି । ମୋଦିଙ୍କଠୁ ଚିଠି ପାଇ ଏବେ ଖୁସିରେ ଆତ୍ମହରା ସୁବାସ ।
ସବୁଠୁ ଚିନ୍ତାଜନକ ବିଷୟ ହେଲା ସରକାରୀ କାମରେ ପରିଚାଳନା ଦାୟିତ୍ୱ ନେଇଛନ୍ତି ଠିକା ସଂସ୍ଥା। କେଉଁ ବିଭାଗ ପାଇଁ କିଏ ଉତ୍ତରଦାୟୀ ତାର ବି ଉତ୍ତର ବାବୁ ମାନଙ୍କ ପାଖରେ ନାହିଁ। ରାଜ୍ୟରେ ଏମିତି ପ୍ରଶାସନିକ ଅବ୍ୟବସ୍ଥା ଦେଖି ତାଜୁବ ହୋଇଛନ୍ତି ନୂଆ ସିଏମ୍।
ବିଜେଡିର ଦଳୀୟ କାମରେ ମୁଣ୍ଡ ପୁରାଉଥିଲେ, ହେଲେ ଗତ ନିର୍ବାଚନରେ ଧରାପଡ଼ି ନିଲମ୍ବନ ହେଲେ। ପରେ ଅବଶ୍ୟ ତାଙ୍କ ଉପରୁ ନିଲମ୍ବନ ହଟିଥିଲେ ବି କାର୍ଯ୍ୟାନୁଷ୍ଠାନ ଖଣ୍ଡା ଝୁଲି ରହିଛି।
ବିଜେଡି ସରକାରର ଏଜେଣ୍ଟ ସାଜି କାମ କରୁଥିବାର ମିଳିଥିଲା ପ୍ରମାଣ । ନିର୍ବାଚନବେଳେ କେତେକଙ୍କ ବିରୋଧରେ ECI ବି ନେଇଥିଲେ ଆକ୍ସନ ।
ଖୋଦ୍ ସିଏମଓରେ ଏକାଧିକ ଆଉଟସୋର୍ସ ନିଯୁକ୍ତିକୁ ଦେଖି ତାଜୁବ୍ ସିଏମ୍ ମୋହନ ।
ବିଧାନସଭା ଓ ସଂସଦରେ ସ୍ବଳ୍ପ ସମୟ ପାଇଁ ଗୃହ କାର୍ଯ୍ୟ ପରିଚାଳନା ପାଇଁ କାମଚଳା ବାଚସ୍ପତି ନିଯୁକ୍ତି କରାଯାଇଥାଏ। ବରିଷ୍ଠ ବିଧାୟକଙ୍କୁ ପ୍ରୋଟେମ୍ ସ୍ପିକର ବା କାମଚଳା ବାଚସ୍ପତି ଭାବରେ ଦିଆଯାଏ ନିଯୁକ୍ତି।
ରାଜ୍ୟରେ ପ୍ରଶାସନିକ ଅବ୍ୟବସ୍ଥା ଦେଖି ତାଜୁବ ନୂଆ ସରକାର । ସରକାରୀ ବ୍ୟବସ୍ଥା ରାଜ୍ୟରେ ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ସମୀକ୍ଷା ବେଳେ ଜାଣିବା ପରେ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଏହି କ୍ରମରେ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ନଗର ଉନ୍ନୟନ ତଥା ସଂସଦୀୟ ବ୍ୟାପାର ସଚିବ ଜି.ମାଥିଭାତନନ୍ ପ୍ରମୁଖ ରାଜ୍ୟ ଅତିଥି ଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।
ନଗର ଉନ୍ନୟନ ବିଭାଗରେ ୧୦ ବର୍ଷ ଆଉ ସଂସଦୀୟ ବ୍ୟାପାର ବିଭାଗରେ ୧୩ ବର୍ଷ ହେଲା ପ୍ରମୁଖ ସଚିବ ରହିଲେଣି ଏହି ଅଧିକାରୀ।
ଗୋଟିଏ ଗୋଟିଏ ବିଭାଗରେ ୮-୧୦ ବର୍ଷ ଧରି ଅଛନ୍ତି ସରକାରୀ ଅଧିକାରୀ । ବିଜେପି ସରକାର ଆସିବା ପରେ ଟେନସନରେ ବିଜେଡି ମାର୍କା ବାବୁ ।
ବିଜେପି ସରକାରର ଘୋଷଣା ହୋଇନଥିବା ୬ ମନ୍ତ୍ରୀ ପଦକୁ ନେଇ ଚର୍ଚ୍ଚା ଜୋର୍ । ଶପଥ ଗ୍ରହଣର 24 ଘଣ୍ଟା ପରେ ବି ଅପେକ୍ଷାରେ ବହୁ ଆଶାୟୀ ।
ନୂଆ ସରକାର ଆସୁ ଆସୁ ଖୋଲିଦିଆଗଲା ଶ୍ରୀମନ୍ଦିରର ୪ ଦ୍ବାର । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ଉପସ୍ଥିତିରେ ଖୋଲିଲା ୪ ଦ୍ବାର ।
ରାଜ୍ୟ ସରକାର ୧୦୦ ଦିନ ଭିତରେ ‘ସମୃଦ୍ଧ କୃଷକ ନୀତି’ ଆଣୁଛନ୍ତି। ଏ ନୀତି ଆସିଲେ କୃଷକମାନଙ୍କର ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ହାଇକୋର୍ଟ ପରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା କୋର୍ଟରୁ ବି ମିଳିଲା ଜାମିନ୍ । ଖୋର୍ଦ୍ଧା JMFC କୋର୍ଟରେ ଆଜି ଜଗଦ୍ଦେବ ବ୍ୟକ୍ତିଗତ ଭାବେ ହାଜର ହେବା ପରେ ତାଙ୍କୁ ନିୟମିତ ଜାମିନ୍ ମିଳିଛି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସରୁ ଅପସାରଣ ହେଉଛି ସୁରକ୍ଷା ବ୍ୟବସ୍ଥା । ନବୀନ ନିବାସର ଇନର କର୍ଡନ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକୁ ପ୍ରତ୍ୟାହାର କରି ନିଆଯାଇଛି ।
ଓଡ଼ିଶାରେ ଆରମ୍ଭ ହେଲା ବିଜେପି ଶାସନ। ଏବେ ପାଳି, ଶପଥ ନେଇଥିବା ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନର । ସବୁଠି ଚର୍ଚ୍ଚା ଯେ, କାହାକୁ ମିଳିବ କେଉଁ ବିଭାଗ ?
ଓଡ଼ିଶା ରାଜନୀତିରେ ନୂଆ ଯୁଗ। ଆରମ୍ଭ ହେଲା ମୋହନ ସରକାର। ରାଜ୍ୟରେ ପ୍ରଥମ ବିଜେପି ସରକାରର ମଙ୍ଗ ଧରି ଇତିହାସ ରଚିଲେ ମୋହନ ମାଝୀ।