Advertisment

ନବୀନଙ୍କ ଚିଠିର ଜବାବ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଆଗକୁ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହେବ, ସେଥିଲାଗି ଯତ୍ନବାନ ହେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛି। ଆପଣଙ୍କ ପରାମର୍ଶ ମୋ ପାଇଁ ସବୁବେଳେ ସମ୍ମାନର ସହ ଗ୍ରହଣୀୟ ହେବ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Mohan Majhi

Mohan Majhi

ଆଡ଼ପ ପହଣ୍ଡି ଅଘଟଣକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଲେଖିଥିବା ଚିଠିର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନବୀନ ଲଖିଥିବା ଚିଠିର ଉତ୍ତର ରଖି, ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଏଭଳି ଅଘଟଣ ପାଇଁ ସାରା ଜଗତ ଦୁଃଖିତ। ଆପଣ ଏ ଘଟଣାର ମର୍ମାହତ ହେବା ସ୍ବାଭାବିକ ଏବଂ ମୁଁ ବି ମର୍ମାହତ ହୋଇଛି।

Advertisment

ଆଗକୁ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହେବ, ସେଥିଲାଗି ଯତ୍ନବାନ ହେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛି। ଆପଣଙ୍କ ପରାମର୍ଶ ମୋ ପାଇଁ ସବୁବେଳେ ସମ୍ମାନର ସହ ଗ୍ରହଣୀୟ ହେବ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। 

Image

ଆଡ଼ପ ପହଣ୍ଡି ବେଳେ ଅଘଟଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖିଥିଳେ । ପହଣ୍ଡି ଅଘଟଣ ସାରା ବିଶ୍ବର ଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ କରିଛି । ମୁଁ ମଧ୍ୟ ଏହି ଘଟଣା ପାଇଁ ଅତ୍ୟନ୍ତ ମର୍ମାହତ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ରଥଯାତ୍ରାର ହଜାର ହଜାର ବର୍ଷର ପରମ୍ପରାରେ ଏଭଳି ଘଟିନଥିଲା । ଏଭଳି ସ୍ପର୍ଶକାତର ବିଷୟରେ କିଛି ମନ୍ତ୍ରୀଙ୍କ ମନ୍ତବ୍ୟ, ଦୁଃଖକୁ ଦ୍ବିଗୁଣିତ କରିଛି । ଯେମିତି ଏହାର ପୁନରାବୃତ୍ତି ନହେବ, ଏହା ସୁନିଶ୍ଚିତ କରିବାକୁ ସେ ଚିଠିରେ ଅନୁରୋଧ କରିଛନ୍ତି । ଆପଣଙ୍କ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଭକ୍ତଙ୍କୁ ଆଶ୍ବସ୍ତ କରିବାରେ ସହାୟକ ହେବ ବୋଲି ମଧ୍ୟ ଲେଖିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

Advertisment

ଅନ୍ୟପଟେ ଆଡ଼ପ ମଣ୍ଡପ ବିଜେ ପହଣ୍ଡି ସମୟରେ ବଡ଼ଠାକୁର ବଳଭଦ୍ର ଚାରମାଳରେ ଖସି ପଡ଼ିବା ଘଟଣାକୁ ନେଇ ସୋସିଆଲ ମଡିଆରେ ବିଭିନ୍ନ ପୋଷ୍ଟ ମଧ୍ୟ ଭାଇରାଲ ହେଉଛି। ସୂର୍ଯ୍ୟକାନ୍ତ ନାମକ ଶିଳ୍ପୀ ନିଜ ଚିତ୍ରରେ ମହାପ୍ରଭୁଙ୍କ ପାଖରେ ସେବାୟତ କ୍ଷମା ମାଗିବାର ଫଟୋଟିଏ ପୋଷ୍ଟ କରିଛନ୍ତି।

ସେହିପରି କିଛି ସେବକ ମଧ୍ୟ ଏହି ଭଳି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି ପୋଷ୍ଟ କରିବା ସହ ମହାପ୍ରଭୁ ତଳେ ପଡି ନାହାନ୍ତି ବରଂ ପହଣ୍ଡି କରୁଥିବା ସେବକଙ୍କ ଉପରେ ପଡିଛନ୍ତି ବୋଲି ଲେଖିଛନ୍ତି। ଏଣୁ ଅଯଥା ଆତଙ୍କିତ ହେବାର କୌଣସି କାରଣ ନାହିଁ। ବଡ ସାଆନ୍ତଙ୍କ ପାଖରେ ସମସ୍ତେ ଶରଣାପନ୍ନ ହୁଅନ୍ତୁ ବୋଲି କମେଣ୍ଟରେ ଅନେକ ୟୁଜର୍ସ ଲେଖିଛନ୍ତି।

BJD BJP Congress Odisha Politics Ratha Jatra
Advertisment
Advertisment