• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆସନ୍ତା ୧୯ ଏବଂ ୨୦ ତାରିଖରେ ବିଜେପିର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ । ପୁରୀ ବଳିଆପଣ୍ଡାରେ ବୈଠକକୁ ଉଦଘାଟନ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । କେନ୍ଦ୍ରରେ ତୃତୀୟ ଥର ମୋଦି ସରକାର ଏବଂ ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର ଗଠନ ପରେ ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବସୁଛି ।

୧୯ ତାରିଖ ସକାଳ ସାଢ଼େ ୧୦ଟାରେ ପଦାଧିକାରୀ ବୈଠକ ବସିବ । ଅପରାହ୍ନ ସାଢ଼େ ୨ଟାରେ ଉଦଘାଟିତ ହେବ କାର୍ଯ୍ୟକାରିଣୀ ବୈଠକ । ୨୦ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ । ବୈଠକରେ ମୁଖ୍ୟମନ୍ତ୍ରୀ, ସବୁ ମନ୍ତ୍ରୀ, ସାଂସଦ, ବିଧାୟକ, କେନ୍ଦ୍ର ମନ୍ତ୍ରୀଙ୍କ ସମେତ ନିର୍ବାଚନ ଦାୟିତ୍ୱରେ ଥିବା ବିଧାନସଭା ଓ ଲୋକସଭା ସଂଯୋଜକ, ଜିଲ୍ଲା ସଭାପତି, ସାଧାରଣ ସଂପାଦକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସମସ୍ତ ମୋର୍ଚ୍ଚା ସଭାପତି ପ୍ରମୁଖ ଉପସ୍ଥିତ ରହିବେ।

ଅଧିକ ପଢ଼ନ୍ତୁ: ଲୋକଙ୍କ ସମସ୍ୟା ବୁଝୁଛନ୍ତି କଙ୍ଗନା; ଭେଟିବାକୁ ହେଲେ ଦରକାର ଆଧାର କାର୍ଡ଼, କିନ୍ତୁ କାହିଁକି...

ଏମାନଙ୍କ ବ୍ୟତୀତ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ବି ଉପସ୍ଥିତ ରହିବେ । ବୈଠକରେ ରାଜନୈତିକ ପରିସ୍ଥିତି, ସାଂପ୍ରତିକ ସରକାରର ଜନକଲ୍ୟାଣ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇ ଆଗାମୀ ରଣନୀତି ପ୍ରସ୍ତୁତ ହେବ ।

ବିଜେପିର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ପାଇଁ ଆସନ୍ତା ୧୯ ଓ ୨୦ରେ ଆସିବେ ଜେପି ନଡ୍ଡା । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now