Advertisment

ଯୋଜନା ଭିତ୍ତିକ ଶିକ୍ଷକ ନିଯୁକ୍ତିକୁ ନେଇ ତେଜିଲା ରାଜନୀତି

ଆଗରୁ ବିରୋଧ କରି ଏବେ କେମିତି କାର୍ଯ୍ୟକାରୀ କରୁଛି ବିଜେପି ଅଭିଯୋଗ ଆଣିଲା ବିଜେଡି ।

author-image
Satyendu Shekher Mishra
Teacher Recruitment

Teacher Recruitment

ରାଜ୍ୟରେ ଯୋଜନା ଭିତ୍ତିକ ଶିକ୍ଷକ ନିଯୁକ୍ତିକୁ ନେଇ ତେଜିଲା ରାଜନୀତି। ନୂଆ କରି କ୍ଷମତାକୁ ଆସି ଏବେ ପ୍ରାଥମିକ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ଆଗକୁ ନେବା ଭିତରେ ବିଜେପି ସରକାରଙ୍କୁ ବିରୋଧୀଙ୍କ ନିଶାନା । ରାଜ୍ୟରେ ୧୮ ହଜାର ୭୮୮ ପ୍ରାଥମିକ ଶିକ୍ଷକ ନିଯୁକ୍ତି ନେଇ ଗତକାଲି କ୍ୟାବିନେଟରେ ପ୍ରସ୍ତାବ ଗୃହୀତ ହୋଇଛି । ଜୁଲାଇ ଶେଷ ସୁଦ୍ଧା ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ସରିବ। କିନ୍ତୁ ଏବେ ସ୍କିମାଟିକ୍ ବା ଯୋଜନା ଭିତ୍ତିକ ଭାବେ ନିଯୁକ୍ତି ହେବାକୁ ଥିବା ଏ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛି ବିରୋଧୀ ବିଜେଡି ।

Advertisment

BJD ଅଭିଯୋଗ କରିଛି, ଆଗରୁ ବିରୋଧୀ ଦଳରେ ଥିବା ବିଜେପି ରାଜ୍ୟ ସରକାରଙ୍କ ଯୋଜନାଭିତ୍ତିକ ଶିକ୍ଷକ ନିଯୁକ୍ତି ବ୍ୟବସ୍ଥାକୁ ଦୃଢ଼ ବିରୋଧ କରୁଥିଲା। ଆଉ ଏବେ କ୍ଷମତାକୁ ଆସିବା ପରେ ପୂର୍ବ ସରକାରଙ୍କ ପୁରୁଣା ନିଷ୍ପତ୍ତିକୁ କିଭଳି କାର୍ଯ୍ୟକାରୀ କରୁଛି ବୋଲି ପ୍ରଶ୍ନ କରିଛି ବିଜେଡି। ଜବାବରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ହାଇକୋର୍ଟ ଯେଉଁ ରାୟ ଦେଇଛନ୍ତି, ସେହି ନିର୍ଦ୍ଦେଶର ଅନୁପାଳନ କରାଯାଇ ଶିକ୍ଷକ ନିଯୁକ୍ତି କରାଯାଉଛି।

ରାଜ୍ୟରେ ଶିକ୍ଷକ ଅଭାବ ପୂରଣ ପାଇଁ ବିଜେଡି ସରକାର, ଗତବର୍ଷ ଚୁକ୍ତିଭିତ୍ତିକ ଶିକ୍ଷା ସହାୟକ ବ୍ୟବସ୍ଥାକୁ ଉଚ୍ଛେଦ କରି ଏହାକୁ ସ୍କିମାଟିକ୍ ବା ଯୋଜନାଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ରୂପାନ୍ତରିତ କରିଥିଲେ। ଏହି ଯୋଜନାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦ ହଜାର ଶିକ୍ଷକ ପଦବି ପୂରଣ ପାଇଁ ୯୩ ହଜାର ଆଶାୟୀ ପରୀକ୍ଷା ଦେଇଥିଲେ। ତା ଭିତରୁ ଗତ ଜାନୁଆରୀରେ ୧୮ ହଜାର ୭୮୮ ପିଲାଙ୍କ ମେରିଟ୍ ଲିଷ୍ଟ ପ୍ରକାଶ ପାଇଥିଲା।

Advertisment

ତେବେ ଏହି ଯୋଜନାରେ ଜିଲ୍ଲା ଓ ରାଜ୍ୟଭିତ୍ତିକ ନିଯୁକ୍ତି ପ୍ରକ୍ରିୟାର କେଁକୁ ନେଇ ପରେ ମେରିଟ୍ ଲିଷ୍ଟରେ ସ୍ଥାନ ପାଇନଥିବା ବହୁ ଆଶାୟୀ ହାଇକୋର୍ଟ ଯାଇଥିଲେ। ଆଉ ଗତ ଜୁନ୍ ୧୮ରେ ହାଇକୋର୍ଟ ମେରିଟ୍ ଲିଷ୍ଟ ସପକ୍ଷରେ ରାୟ ଦେବାରୁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାର ବାଟ ଫିଟିଥିଲା। ଆଉ ଗତକାଲି ସରକାର ଏ ପ୍ରସ୍ତାବକୁ କ୍ୟାବିନେଟରେ ପାରିତ କରିଥିଲେ ।

ଯୋଜନା ଭିତ୍ତିକ ନିଯୁକ୍ତି ପ୍ରକ୍ରିୟାରେ ନିଯୁକ୍ତ ହେବାକୁ ଥିବା ୧୮ ହଜାର ୭୮୮ ଶିକ୍ଷକଙ୍କୁ ଜୁଲାଇ ଶେଷ ସୁଦ୍ଧା ସେବାରେ ଲଗାଇବାକୁ ଯୋଜନା ରଖିଛନ୍ତି ରାଜ୍ୟ ସରକାର।

Advertisment
Advertisment