/odishatv-khabar/media/post_attachments/uploadimage/library/16_9/16_9_0/IMAGE_1720927538.jpg)
Deepali Das
ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଦୀପାଳି ଦାସ । ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ଫଳାଫଳକୁ ଚାଲେଞ୍ଜ କରି ହାଇକୋର୍ଟ ପହଞ୍ଚିଛନ୍ତି ବିଜେଡିର ପୂର୍ବତନ ବିଧାୟିକା ଦୀପାଳି ଦାସ । ଝାରସୁଗୁଡ଼ା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା ପାଇଁ ଦୀପାଳି ଏହି ମାମଲା ରୁଜୁ କରିଛନ୍ତି।
ଟଙ୍କଧର ଦାଖଲ କରିଥିବା ସତ୍ୟପାଠ ତ୍ରୁଟିପୂର୍ଣ୍ଣ ଓ ଏଥିରେ ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା ସଂପର୍କିତ ସଂପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରାଯାଇ ନାହିଁ ବୋଲି ଆବେଦନରେ ଦର୍ଶାଯାଇଛି। ମିଥ୍ୟା ସତ୍ୟପାଠ ଦେଇଥିବାରୁ ଜନ ପ୍ରତିନିଧି ଆଇନ ଅନୁସାରେ ଟଙ୍କଧର ତ୍ରିପାଠୀଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।
ପ୍ରକାଶ ଯେ, ୨୦୨୪ ସାଧାରଣ ନିର୍ବାଚନରେ ଝାରସୁଗୁଡ଼ାରେ ବିଜେପି ପ୍ରାର୍ଥୀ ଟଙ୍କଧର ବିଜୟୀ ହୋଇଥିଲେ। ୯୧୧୦୫ ଖଣ୍ଡ ଭୋଟ ପାଇ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଝାରସୁଗୁଡ଼ା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୮୯୭୭୨ ଖଣ୍ଡ ଭୋଟ ପାଇ ବିଜେଡି ପ୍ରାର୍ଥୀ ଦିପାଳୀ ଦାସ ଦ୍ବିତୀୟ ସ୍ଥାନରେ ରହିଥିଲେ। ଦୀପାଳି ଦାସ ୧୩୨୨ଖଣ୍ଡ ଭୋଟରେ ହାରିଥିଲେ। ହେଲେ ଏହି ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ଦୀପାଳି ଇଭିଏମ୍ ଯାଞ୍ଚ ଏବଂ ଭେରିଫିକେଶନ ପାଇଁ ଲାଗି ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଏହାକୁ ନିର୍ବାଚନ କମିଶନ ଗ୍ରହଣ କରିଛନ୍ତି। ଝାରସୁଗୁଡ଼ାର ୧୩ ପୋଲିଂ ଷ୍ଟେଶନର ଇଭିଏମ୍ ଯାଞ୍ଚ ଲାଗି ଅନୁମତି ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)