କେବଳ ମନମୋହନ ନୁହନ୍ତି, ବିଜେଡି ଓ କଂଗ୍ରେସ ସଭାପତିଙ୍କ ଋଣକୌଶଳ ମଧ୍ୟ ଏହି ନିର୍ବାଚନରେ ଫେଲ୍ ମାରିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଟି ଆସନ ହିଞ୍ଜିଳି ଏବଂ କଣ୍ଟାବାଞ୍ଜିରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ତାଙ୍କୁ କଣ୍ଟାବାଞ୍ଜି ଆସନରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି।
ସବୁଠୁ ବଡ଼ କଥା ହେଲା ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ନେଇ ବିଜେଡି ଯେତେ ପ୍ରଚାର କରିବାକୁ ଚେଷ୍ଟା କରିଥିଲେ ବି ତାହା ଆଉ କାମ ଦେଲାନି। ଚଳିତ ନିର୍ବାଚନରେ ସବୁଠାରୁ ବଡ଼ ବିପର୍ଯ୍ୟୟର ସାମ୍ନା କରିଛି ଦଳ। ଭୁଶୁଡିଯାଇଛି ବିଜେଡି ଗଡ଼।
ପଦ୍ମନାଭ ବେହେରା, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଉମା ସାମନ୍ତରାୟ, ବର୍ଷା ପ୍ରିୟଦର୍ଶିନୀ ପ୍ରମୁଖ ହେଭିୱେଟ ଓ ସେଲିବ୍ରିଟି ବିଜେଡି ପ୍ରାର୍ଥୀଙ୍କୁ ବି ପ୍ରତ୍ୟାଖ୍ୟାନ କରିଛନ୍ତି ଜନତା।
ଓଡ଼ିଶାରେ ନବୀନ ଯୁଗର ଅନ୍ତ। ଐତିହାସିକ ବିଜୟ ସହ ଓଡ଼ିଶାରେ ସରକାର କରିବ ବିଜେପି। ଚାରିଆଡ଼ ଅରେଞ୍ଜ ସୁନାମୀ।
୨୦୨୪ ନିର୍ବାଚନରେ ବିଜେପି ଏକପ୍ରକାର ବାଜିମାତ କରିଛି। ଭୁଶୁଡୁଛି ବିଜେଡ଼ି ଗଡ଼। ରେକର୍ଡରୁ ଅଳ୍ପକେ ବର୍ତ୍ତିଲେ ନବୀନ। ଏହି ନିର୍ବାଚନ ଜିତିଥିଲେ ମୋଟ ୬ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ହୋଇ ସାରା ଦେଶରେ ରେକର୍ଡ କରିଥାନ୍ତେ।
ଜିତିବା ଉପରେ ବୈଜୟନ୍ତ ପଣ୍ତା । ୫୩ ହଜାରରୁ ଅଧିକ ଭୋଟ୍ରେ ଆଗୁଆ ଅଛନ୍ତି ବୈଜୟନ୍ତ ପଣ୍ତା ।
ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନରୁ ପରାଜିତ ହୋଇଥିବାବେଳେ ତାଙ୍କ ମା’ ସନ୍ଧ୍ୟାରାଣୀ ଦାସ କୋରେଇ ବିଧାନସଭା ଆସନରୁ ହାରିଯାଇଛନ୍ତି।
ଉତ୍ତର ପ୍ରଦେଶରେ ସର୍ବାଧିକ ଭୋଟ୍ରେ ଜିତିଲେ ରାହୁଲ ଗାନ୍ଧି । ରାଏବରେଲିରେ ଅଞ୍ଚଳରୁ ଲଢ଼ୁଥିଲେ ରାହୁଲ । ତେବେ ସେ ନିଜ ବିପକ୍ଷ ବିଜେପିର ଦୀନେଶ ପ୍ରତାପ ସିଂଙ୍କଠାରୁ ୩ ଲକ୍ଷରୁ ଅଧିକ ଭୋଟ ପାଇଛନ୍ତି ।
କଙ୍ଗନା ରାଣାୱତଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର। ହିମାଚଳ ପ୍ରଦେଶର ମଣ୍ଡିରୁ କଙ୍ଗନା ରାଣାୱତଙ୍କୁ ବିଜେତା ଘୋଷିତ କରାଯାଇଛି। ସେ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟଙ୍କୁ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛନ୍ତି। ଏଥି ସହିତ ବଲିଉଡ୍ ପ୍ରଶଂସକଙ୍କ ପାଇଁ ଖରାପ ଖବର ମଧ୍ୟ ରସିଛି। କୁହାଯାଉଛି ଯେ କଙ୍ଗନା ରାଜନୀତିରେ ପ୍ରବେଶ କରିବା ମାତ୍ରେ ବଲିଉଡ ଛାଡିଦେବେ।
ଝାରସୁଗୁଡ଼ା ବିଧାନସଭାରେ ବିଜେପି ବିଜୟୀ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜୟୀ ହେଲେ । ତାଙ୍କ ବିପକ୍ଷରେ ଛିଡ଼ା ହୋଇଥିଲେ ନବ ଦାସଙ୍କ ଝିଅ ଦୀପାଳି ।
ଆଗରେ କଙ୍ଗନା । ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରେ ଅଭିନେତ୍ରୀ କଙ୍ଗନା ରଣାୱତ୍ ଆଗରେ ରହିଛନ୍ତି ।
ଉତ୍ତରପ୍ରଦେଶର ବାରାଣସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗୁଆ ଅଛନ୍ତି। ସେହିପରି ଅମିତ ଶାହ ଗାନ୍ଧିନଗର ଲୋକସଭା ଆସନରୁ ୭୩୧୧ ଭୋଟ୍ରେ ଆଗୁଆ ଅଛନ୍ତି। ସେହିପରି ସ୍ମୃତି ଇରାନୀ ଉତ୍ତରପ୍ରଦେଶର ଅମେଠି ଆସନରେ ଆଗୁଆ ଅଛନ୍ତି।
ପୁରୀ ବିଧାନସଭାରେ ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ଆଗୁଆ ଥିବା ବେଳେ ବରଗଡ଼ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଗୁଆ ଅଛନ୍ତି। ଭୋଗରାଇ ବିଧାନସଭାରେ କଂଗ୍ରେସ ଆଗୁଆ ରହିଛି।
ପ୍ରତି ରାଉଣ୍ଡ ଗଣତି ପରେ ଫଳାଫଳକୁ ଡିସପ୍ଳେ ବୋର୍ଡରେ ପ୍ରଦର୍ଶନ ସହ ମାଇକ୍ ଯୋଗେ ସୂଚନା ଦିଆଯିବ । କାଉଣ୍ଟିଂ ପାଇଁ ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଆଜି ଫଇସଲା ହେବ ଦେଶରେ କିଏ ଗଢ଼ିବ ସରକାର । ଦିଲ୍ଲୀ ସିଂହାସନରେ କିଏ
ଭୁବନେଶ୍ୱର ଲୋକସଭା ଆସନରେ ହେବ ଦ୍ୱିମୁଖୀ ଲଢ଼େଇ। ଏଠି ଠିଆ ହୋଇଛନ୍ତି ବିଜେପିର ଚର୍ଚ୍ଚିତ ମହିଳା ନେତ୍ରୀ ଅପରାଜିତା ଷଡ଼ଙ୍ଗୀ। ସିଏ ଗତଥର ଜିତିଥିଲେ।
ଆପଣ ଜାଣନ୍ତି କି ଯେତେବେଳେ ଭୋଟ୍ ଗଣନା ହୁଏ, ଇଭିଏମ୍ ମେସିନରୁ କିଛି ଭୋଟ୍ ମଧ୍ୟ ବାହାର କରିଦିଆଯାଏ। ତେବେ ଏହି ବ୍ୟବସ୍ଥା ଆଜିକାଲିରୁ ହେଉନି, ବରଂ ଯେତେବେଳେ ଇଭିଏମ୍ରେ ଭୋଟ୍ ଦେବା ଆରମ୍ଭ ହେଲା ସେବେଠାରୁ ହେଉଛି। ଏମିତି କାହିଁକି ହୁଏ ଆସନ୍ତୁ ଜାଣିବା।
ରାଜ୍ୟର ବିଧାନସଭାରେ ୧୪ ଶହ ୯୨ ପ୍ରାର୍ଥୀଙ୍କ ମଧ୍ୟରୁ କାହାକୁ ଭରସା କରିଛନ୍ତି ଭୋଟର ଜଣାପଡ଼ିବ । ଏଥିପାଇଁ ରାଜ୍ୟରେ ମୋଟ୍ ୭୦ଟି କାଉଣ୍ଟିଂ ସେଣ୍ଟରରେ ହେବ ମତଗଣନା ।
କାଉଣ୍ଟି ଡେ' ପାଇଁ ସରି ସରି ଆସୁଛି କାଉଣ୍ଟଡାଉନ। କାଲି ଏତେ ବେଳକୁ ସ୍ପଷ୍ଟ ହୋଇସାରିଥିବ ହାର୍-ଜିତ୍ ର ଚିତ୍ର। ତେବେ ଏହାର ଅବ୍ୟବହିତ ପୂର୍ବରୁ, ଆଜି ଉଭୟ NDA ଓ ଇଣ୍ଡି ଶିବିରରେ ଚାଲିଛି ସେଲିବ୍ରେସନ ତୟାରି।
କେଉଁଠି NDAକୁ ୪ଶହ ପାର୍ କରାଇବାକୁ ପୂଜା-ପ୍ରାର୍ଥନା ତ ଆଉ କେଉଁଠି ପ୍ରସ୍ତୁତ ହୋଇ ସାରିଲାଣି 'ମୋଦି ମିଠା'। ବିଜେପି ଶିବିରରେ ଅପୂର୍ବ ଉତ୍ସାହ ଆଣିଛି ଏକ୍ଜିଟ ପୋଲ୍ ଆକଳନ। ମୋଦି ସରକାରର ତୃତୀୟ ଇନିଂସ ପାଇଁ ପଦ୍ମ କ୍ୟାମ୍ପରେ ଫୁଲ୍ କନଫିଡେନ୍ସ।
ରାତି ପାହିଲେ ଖୋଲିବ ଇଭିଏମ୍। ବାହାରିବ ଭାଗ୍ୟ ଫଳ। ଆଶା ଆଶଙ୍କାରେ ନେତା, ଉତ୍କଣ୍ଠାରେ ଜନତା। ବଡ଼କଥା ହେଲା, ଅନ୍ୟ ନିର୍ବାଚନଠୁ ୨୪ ନିର୍ବାଚନ ଥିଲା ଅନେକ ଦୃଷ୍ଟିରୁ ଭିନ୍ନ। ସମସ୍ତଙ୍କ ପାଇଁ ବହୁ ପ୍ରତିଦ୍ୱନ୍ଦ୍ୱିତା ପୂର୍ଣ୍ଣ, ଅନେକ ଆହ୍ୱାନ ଭରା।
ରାତି ପାହିଲେ ଭୋଟ୍ ଗଣତି। ଏଥିପାଇଁ ଜିଲ୍ଲାଠାରୁ ଆରମ୍ଭ କରି ସିଇଓଙ୍କ କାର୍ଯ୍ୟାଳୟ ଯାଏଁ, ସବୁଠି ପ୍ରସ୍ତୁତି ଶେଷ। ନିରନ୍ତର ବ୍ୟବଧାନରେ କିପରି ଗଣତି ଅପଡେଟ୍ ମିଳିବ ସେନେଇ ବ୍ୟାପକ ବ୍ୟବସ୍ଥା ହୋଇଛି।
ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପୁରୁଣା କ୍ୟାବିନେଟ ଭଙ୍ଗ ହୋଇଥାଏ। ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ନୂଆ ସରକାର ଗଢା ହେବା ପର୍ଯ୍ୟନ୍ତ କାମଚଳା ଦାୟିତ୍ୱରେ ରହିବା ପାଇଁ ପରାମର୍ଶ ଦେଇଥାନ୍ତି।
ଦେଶରେ ଚଳିତ ସାଧାରଣ ନିର୍ବାଚନ ଐତିହାସିକ । ମତଦାନରେ ବିଶ୍ୱ ରେକର୍ଡ ହୋଇଛି । ରେକର୍ଡ ୬୪ କୋଟି ୨୦ ଲକ୍ଷ ମତଦାନ କରିଛନ୍ତି । G7 ଦେଶର ମତଦାତାଙ୍କଠାରୁ ଦେଢ ଗୁଣା ଅଧିକ ।
ନିର୍ବାଚନ ପରେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା । ସନ୍ଦେଶଖାଲିରେ ଟିଏମସି କର୍ମୀ ମାନେ ବିଜେପି ନେତା ଓ କର୍ମୀଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।