/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722763204.jpg)
No-confidence motion
ପୁଣି ଚର୍ଚ୍ଚାରେ କୋରାପୁଟ ଜିଲ୍ଲା ସୁନାବେଡ଼ା ପୌର ପରିଷଦ । କୋରାପୁଟ ଜିଲ୍ଲା ସୁନାବେଡ଼ା ପୌର ପରିଷଦର ଅଧ୍ୟକ୍ଷ ନୁହେଁ ବରଂ ଉପାଧ୍ୟକ୍ଷାଙ୍କ ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ । ଏଥିଲାଗି ବିଜେଡି କାଉନସିଲର ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଲିଖିତ ଅଭିଯୋଗ ଦେଇଛନ୍ତି । ସୁନାବେଡ଼ା ପୌର ପରିଷଦର ସ୍ୱାଧୀନ ଅଧ୍ୟକ୍ଷଙ୍କ ନେତୃତ୍ୱରେ ଅନେକ କାଉନସିଲର ଉପାଧ୍ୟକ୍ଷା ରିତୁ କଣ୍ଟାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।
ଉପଧ୍ୟକ୍ଷା କାଉନସିଲରମାନଙ୍କୁ ଅସଦାଚରଣ କରିବା ସହ ତାଙ୍କ କାର୍ଯ୍ୟାଳୟର ବସିବା ପାଇଁ ଦେଉନଥିବା ଅଭିଯୋଗ ହୋଇଛି । ଏପରିକି ଉନ୍ନୟନମୂଳକ କାର୍ଯ୍ୟ ନେଇ ଆଲୋଚନାବେଳେ କାଉନସିଲର କଥା ଶୁଣୁନଥିବା ଅଭିଯୋଗ ହୋଇଛି । ସୁନାବେଡ଼ା ପୌର ପରିଷଦର ମୋଟ ୨୫ଜଣ କାଉନସିଲରଙ୍କ ମଧ୍ୟରୁ ୧୯ଜଣ ବିଜେଡ଼ି, ୩ଜଣ କଂଗ୍ରେସ, ୨ଜଣ ବିଜେପି ଓ ଜଣେ ସ୍ୱାଧୀନ କାଉନସିଲର ନିର୍ବାଚିତ ହୋଇଛନ୍ତି ।
ଏଠି ପ୍ରଶ୍ନ ଉଠୁଛି ୧୯ ଜଣ ବିଜେଡ଼ି କାଉନସିଲର ଥାଇ ବିଜେଡ଼ି ସମର୍ଥିତ ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ କାହିଁକି । ଏନେଇ କୋରାପୁଟ ଜିଲ୍ଲା ବିଜେଡ଼ିରେ ରାଜନୀତି ସରଗରମ । ସେପଟେ ନିଜର ମତ ରଖିଛନ୍ତି ଉପାଧ୍ୟକ୍ଷ ରିତୁ କଣ୍ଟା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)