Advertisment

ରାଜ୍ୟ ବଜେଟ୍ ‘ନେମ୍ ଚେଞ୍ଜର୍ ନୁହଁ, ଗେମ୍ ଚେଞ୍ଜର୍’ କହିଲେ ମୁଖ୍ୟମନ୍ତ୍ରୀ

ବରପୁତ୍ର ମାନଙ୍କୁ ଆମେ ସମ୍ମାନ ଦେଉ। କେବଳ ଜଣଙ୍କ ନାଁରେ ବହୁ ଯୋଜନା କରିଦେଲେ ଓଡ଼ିଆ ଅସ୍ମିତା ପଛରେ ପଡ଼ିଯିବ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
MOhan Majhi

MOhan Majhi

ରାଜ୍ୟ ବଜେଟ୍ ନେମ୍ ଚେଞ୍ଜର୍ ନୁହଁ। ଏହା ଗେମ୍ ଚେଞ୍ଜର୍ ବଜେଟ୍। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବଜେଟ୍ ବିରୋଧୀ ମନ୍ତବ୍ୟକୁ କାଉଣ୍ଟର କରି ଆଜି ଗୃହରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜୟ ଜଗନ୍ନାଥ କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ ମୋହନ। କହିଥିଲେ, ବିକାଶକୁ ଆଗକୁ ନେବା ପାଇଁ ଏବଂ ଓଡ଼ିଆ ଅସ୍ମିତା ବଞ୍ଚାଇବା ପାଇଁ ଏ ସରକାର ବଦ୍ଧପରିକର।

Advertisment

ସେହି ଅନୁଯାୟୀ, ପ୍ରସ୍ତୁତ ବଜେଟ୍ ଲୋକଙ୍କ ବଜେଟ୍। ୨ ଲକ୍ଷ ୬୫ ହଜାର କୋଟିର ବଜେଟ୍ ଗତଥର ଠାରୁ ଅଧିକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ବଜେଟକୁ ନେମ୍ ଚେଞ୍ଜର୍ ଏବଂ ଜୁମଲା ବୋଲି କହିଥିବା ନବୀନଙ୍କୁ ସମାଲୋଚନା କରି କହିଥିଲେ ଯିଏ ଜୁମଲା ସରକାର, ତାଙ୍କୁ ଲୋକେ ହଟେଇ ଦେଇଛନ୍ତି। ଆମେ ନାଁ ପରିବର୍ତ୍ତନ କରିଛୁ, କେବଳ ଓଡ଼ିଆ ଅସ୍ମିତା ପାଇଁ। ବରପୁତ୍ର ମାନଙ୍କୁ ଆମେ ସମ୍ମାନ ଦେଉ। କେବଳ ଜଣଙ୍କ ନାଁରେ ବହୁ ଯୋଜନା କରିଦେଲେ ଓଡ଼ିଆ ଅସ୍ମିତା ପଛରେ ପଡ଼ିଯିବ।

ବିଜୁ ପଟ୍ଟନାୟକଙ୍କ ନାଁରେ ଥିବା ଯୋଜନା ଏବେବି ଅଛି। ମୋ ସ୍କୁଲକୁ ପଞ୍ଚସଖା ଯୋଜନା କରିବା କ’ଣ ଜୁମଲା କି ବୋଲି ଅଭିଭାଷଣ ଜରିଆରେ ପ୍ରଶ୍ନ କରିଥିଲେ ମୋହନ ମାଝୀ। ଶ୍ରୀମନ୍ଦିର ପାଇଁ ୫ଶହ କୋଟି ଏବଂ ଓଡ଼ିଆ ଅସ୍ମିତା ପାଇଁ ୨ଶହ କୋଟିର କର୍ପସ ଫଣ୍ଡ କରିବା ୨୪ ବର୍ଷର ସରକାର ପାଖରେ ନଥିଲା। ବିରୋଧୀ କେବଳ ଛଳନା ଆଳରେ ବିରୋଧ କରୁଛନ୍ତି। ଓଡିଶାକୁ ୧୫ ଲକ୍ଷ ଘର ଦେବାକୁ ନୀତି ଆୟୋଗ ବୈଠକରେ ରାଜ୍ୟ ସରକାର ଦାବି ରଖିଛନ୍ତି ବୋଲି ଗୃହରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Advertisment

ସେପଟେ ବଜେଟକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆକ୍ଷେପର କଡା ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ବଜେଟ୍ ଆଲୋଚନା ବେଳେ ୨୪ ବର୍ଷର ବିଜେଡି ଶାସନର ପୋଲ୍ ଖୋଲିଛନ୍ତି ପୃଥ୍ବୀରାଜ। ସେ କହିଛନ୍ତି, ବିରୋଧୀ ଦଳ ନେତାଙ୍କ ଆକ୍ଷେପ, ଅସହିଷ୍ଣୁତାର ପ୍ରତିଫଳନ। ବିରୋଧୀ ଦଳ ବସିବାର ଅଭ୍ୟାସ କରନ୍ତୁ। କୁଶାସନର ଇଫେକ୍ଟ ପ୍ରଶାସନରୁ ଏବେ ଯାଏଁ ଯାଇନି। ବର୍ଷକ ଭିତରେ ଲୋକେ ବିଜେଡିକୁ ଭୁଲିଯିବେ। ସଂକଳ୍ପପତ୍ରରେ ଆମେ ଯାହା କହିଛୁ, ସେସବୁ ପୂରଣ କରିବୁ। ଆମେ ପ୍ରଚାର ସର୍ବସ୍ବ ନୁହଁ, କାମରେ ବିଶ୍ବାସ କରୁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। 

Naveen Patnaik BJD BJP Congress Odisha Politics Mohan Majhi
Advertisment
Advertisment