/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722354301.jpg)
Odisha Politics
ପିଇବା ପାଣି ସମସ୍ୟା ନେଇ ବିଧାନସଭାରେ ଶାସକ, ବିରୋଧୀ ସ୍ୱର ଏକ୍। ନୂଆ ମନ୍ତ୍ରୀଙ୍କୁ ପ୍ରଶ୍ନ କଲେ, ୨୪ ବର୍ଷ କ୍ଷମତାରେ ଥିବା ବିଜେଡି ସରକାରର ଗୁମର ଫିଟାଇଲେ। ଅଣଓଡ଼ିଆ ଠିକାଦାର କଥା କହି ଅସହାୟ ପ୍ରକାଶ କଲେ ମନ୍ତ୍ରୀ। ଆଜି ଗୃହ ଆରମ୍ଭରୁ ପାନୀୟ ଜଳ ସମସ୍ୟା ସଂପର୍କିତ ଏକ ପ୍ରଶ୍ନକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ ବିଧାୟକମାନେ।
ପ୍ରଥମେ ମୂଳ ପ୍ରଶ୍ନକର୍ତ୍ତା ଚିକିଟିର ବିଜେପି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଉଦବେଗ ପ୍ରକାଶ କରି ପୂର୍ବ ସରକାରକୁ ଦୋଷ ଦେଇଥିଲେ। ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ ବିଧାୟକ। ପରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ନିଜ ଅଞ୍ଚଳରେ ନିମ୍ନ ମାନର କାମ ହେଉଥିବା ଅଭିଯୋଗ ଆଣିଥିଲେ। ଆଉ ୮ ବର୍ଷ ହେଲା କାମ ଆରମ୍ଭ ହୋଇ ବି ଜଳ ଯୋଗାଣ ପ୍ରକଳ୍ପ କାମ ସରୁନଥିବା କହି କ୍ଷୋଭ ପ୍ରକାଶ କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି।
ସବୁଠୁ ସାଂଘାତିକ ଅଭିଯୋଗ ଆଣିଥିଲେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ। ସେ ଅଭିଯୋଗ କରିଥିଲେ ପୂର୍ବତନ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଆକ୍ରୋଶମୂଳକ ଭାବେ ତାଙ୍କ ଅଞ୍ଚଳରେ ପାନୀୟ ଜଳ ଯୋଗାଣ କାମ କରାଉନଥିଲେ। ଏମିତି କି ଆଜି ବି ୨ କିଲୋମିଟର ଦୂରରୁ ପାଣି ଆଣୁଥିବା ଗୃହରେ କହିଥିଲେ ବିଧାୟକ। ବିଜେଡି ବିଧାୟକ ନଳିନୀ ପ୍ରଧାନ ମଧ୍ୟ କାମ ପ୍ରକ୍ରିୟା ଏବଂ ବିଳମ୍ବକୁ ନେଇ ପ୍ରଶ୍ନ କରିଥିଲେ।
ଉତ୍ତରରେ ମନ୍ତ୍ରୀ ମାନିଥିଲେ ଠିକା ସଂସ୍ଥା ବିଶେଷ କରି ବାହାରର ସଂସ୍ଥାମାନେ କାମ କରୁଥିବାରୁ ଅବହେଳା ଦେଖିବାକୁ ମିଳୁଛି। ହେଲେ ସରକାର ତାଙ୍କୁ ଲଗାମ ଦେବେ। ଏହା ସହ ମନ୍ତ୍ରୀ ଜଣାଇଛନ୍ତି ପିଇବାପାଣି ପାଇଁ ୩୫ ହଜାର ୨୫୦ କୋଟି ବ୍ୟାୟରେ ମୋଟ ୨୦୭ ଗୋଟି ପ୍ରକଳ୍ପ ହାତକୁ ନେଇଥିଲେ ସରକାର। ଏବେ ଆଉ ୨୧ ହଜାର ୫୦୦ କୋଟି ଖର୍ଚ୍ଚ କରି ଡିସେମ୍ବର ୨୦୨୫ ସୁଦ୍ଧା ଶତ ପ୍ରତିଶତ ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି ସରକାର।
ବିଧାନସଭାରେ ବିଧାୟକମାନଙ୍କର ଯେତିକି ଉଦବେଗ, ଗ୍ରାଉଣ୍ଡରେ ବି ବାସ୍ତବିକ ସ୍ଥିତି ସେତିକି ସଙ୍ଗୀନ। ଏ ଚିତ୍ର ମାହାଙ୍ଗା ପୋଡାମରାଇ ଗାଁର। ମୋଗା ପାନୀୟ ଜଳ ପ୍ରକଲ୍ପ ଷାଣ୍ଡରେ ମାଡି ଗଲାଣି ଅନାବନା ଗଛ ଲତା। ହେଲେ ଏ ଯାଏଁ ପାଣି ମିଳିଲାନି। ସେହିପରି ଗଞ୍ଜାମ ଦିଗପହଣ୍ଡିରେ ସମାନ ଚିତ୍ର। ପାଇପ୍ ଲାଇନ ବିଛା ହୋଇଛି। ଘର କୁ ଘର ଟ୍ୟାପ ବି ସଂଯୋଗ ହୋଇଛି ହେଲେ ପାଣି ଆସୁନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)