Advertisment

ସଂସଦରେ ରାଗିଗଲେ ଜୟା, ଉପାଧ୍ୟକ୍ଷଙ୍କୁ ଶୁଣାଇଲେ ଏମିତି କଥା...

ମହିଳାଙ୍କର ନିଜର କୌଣସି ପରିଚୟ ନାହିଁ ? ସେମାନଙ୍କର କୌଣସି ଉପଲବ୍ଧି ନାହିଁ ? ସଂସଦରେ ଡେପୁଟି ଚେୟାରମ୍ୟାନଙ୍କୁ ଏମିତି ଶୁଣାଇଲେ ଜୟା ବଚ୍ଚନ

author-image
Sangram Keshori Behera
ଅଦ୍ୟତନ ହୋଇଛି
Jaya Bachchan Gets Angry In Parliament

Jaya Bachchan

ପୁଣି ଚର୍ଚ୍ଚାରେ ଭେଟେରାନ ଅଭିନେତା ତଥା ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ । ପାର୍ଲିଆମେଣ୍ଟ ଭିତରେ ଏମିତି କିଛି ଘଟଣା ଘଟିଛି ଯାହାକୁ ନେଇ ରାଗିଯାଇଛନ୍ତି ଜୟା । ଡେପୁଟି ଚେୟାରମ୍ୟାନ୍ ହରିବଂଶ ନାରାୟଣ ସିଂ, ଜୟା ଅମିତାଭ ବଚ୍ଚନ କହି ସମ୍ବୋଧନ କରିବାରୁ ଆପତ୍ତି ଜାହିର କରିଥିଲେ ଜୟା ।

Advertisment

ସାଂସଦ ଜୟା ବଚ୍ଚନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ପାର୍ଲିଆମେଣ୍ଟରେ ଜୟା ଅମିତାଭ ବଚ୍ଚନ ନାମରେ ସମ୍ବୋଧନକୁ ବିରୋଧ କରୁଛନ୍ତି । ଡେପୁଟି ଚେୟାରମ୍ୟାନ୍ ହରିବଂଶ ଜୟାଙ୍କୁ ନିଜର ବକ୍ତବ୍ୟ ରଖିବାକୁ କହିବାରୁ, ଜୟା ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ । ଜୟା କହିଥିଲେ, "ସାର୍ କେବଳ ଜୟା ବଚ୍ଚନ କହିଥିଲେ ଯଥେଷ୍ଟ ହୋଇଥାନ୍ତା ।" ତେବେ ଡେପୁଟି ଚେୟାରମ୍ୟାନ୍ ଉତ୍ତର ରଖଥିଲେ ଯେ, ତାଙ୍କର ନାମ ଔପଚାରିକ ଭାବେ ଯାହା ରହିଛି, ସେହି ନାମରେ ସମ୍ବୋଧନ କରାଯାଇଛି ।

ଅଧିକ ପଢ଼ନ୍ତୁ: ଅମିତାଭ ବଚ୍ଚନ ଜୟାଙ୍କ ସହ ଶେୟାର କଲେ ରୋମାଣ୍ଟିକ୍ ଫଟୋ; ଲୋକେ କହିଲେ…

Advertisment

ମାତ୍ର ଜୟା ରାଗିଯିବା ସହ କହିଥିଲେ, ମହିଳାମାନଙ୍କୁ ନିଜ ସ୍ୱାମୀଙ୍କ ନାମରେ ପରିଚିତ ହେବା ଏକ ନୂଆ ତରିକା । ମହିଳାଙ୍କର କ’ଣ ନିଜର କୌଣସି ପରିଚୟ ନାହିଁ | ସେମାନଙ୍କର କୌଣସି ଉପଲବ୍ଧି ନାହିଁ..."

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାପରେ ୟୁଜର୍ସଙ୍କ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । କିଛିଜଣ ଅଭିନେତ୍ରୀଙ୍କୁ ସମର୍ଥନ କରିଥିବାବେଳେ, ଅନେକଜଣ ପାର୍ଲିଆମେଣ୍ଟରେ ରାଗିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଜଣେ ୟୁଜର୍ସ ସମର୍ଥନ କରି ଲେଖିଛନ୍ତି, "ସେ କୌଣସି ଭୁଲ୍ କଥା କହିନାହାନ୍ତି ।" ଅନ୍ୟଜଣେ ୟୁଜର୍ସ ଲେଖିଛନ୍ତି, ପାର୍ଲିଆମେଣ୍ଟରେ ମ୍ୟାଡାମ୍ ଇନ୍ଦିରା ଗାନ୍ଧିଙ୍କ ଚରିତ୍ରରେ ଅଭିନୟ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ମଦର ଇଣ୍ଡିଆ ୨ରେ ତାଙ୍କୁ ମା' ଚରିତ୍ରରେ ଅଭିନୟ ହୁଏତ ମିଳିନପାରେ । ଅନ୍ୟଜଣେ ୟୁଜର୍ସ ଲେଖିଛନ୍ତି, "ଏହା ସତ ଯେ ମହିଳାଙ୍କର ନିଜର ପରିଚୟ ହେବା ଉଚିତ୍ କିନ୍ତୁ ତାଙ୍କର ଅହଂକାର ଓ ଯେପରି ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି...ସେ କେବେ ଭାବିଛନ୍ତି କି, ଯଦି ସେ ଅମିତାଭ ବଚ୍ଚନଙ୍କ ପତ୍ନୀ ହୋଇନଥାନ୍ତେ, ପାର୍ଲିଆମେଣ୍ଟରେ ଥାନ୍ତେ କି...? ।" 

ଅଧିକ ପଢ଼ନ୍ତୁ: ବିଗ୍ ବି’ଙ୍କ ନମ୍ରତା; କହିଲେ ନିର୍ଦ୍ଦେଶକ ହେଉଛନ୍ତି ଅଧିନାୟକ, ମୁଁ କେବଳ ଜଣେ କର୍ମଚାରୀ… ତେଣୁ…

Amitabh Bachchan Parliament Jaya Bachchan
Advertisment
Advertisment