• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ସରକାରକୁ ଆସିବା ପରେ ଏବେ ସଂଗଠନ ମଜଭୁତ ପାଇଁ ବିଜେପିର ପ୍ରୟାସ । ଖାସ୍ କରି ହାରିଥିବା ସିଟ୍ ଉପରେ ଫୋକସ୍ । ଆଜି ବିଜେପି ST ମୋର୍ଚ୍ଚା ସ୍ୱାଗତ ସମ୍ବର୍ଦ୍ଧନା ସଭାରେ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଟାସ୍କ, ଆଉ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ ଦେଇଥିଲେ ସବୁ ସଂରକ୍ଷିତ ସିଟ୍ ଦଖଲର ଗୁୁରୁମନ୍ତ୍ର । ରାଜ୍ୟ ବିଧାନସଭାରେ ୩୩ଟି ସିଟ୍ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଥିବାବେଳେ ବିଜେପି ଏଥର ୧୮ଟିରେ ବିଜୟ ଲାଭ କରିଥିଲା ।

ମିଶନ ମୋଡରେ କାମ କରିବ ବିଜେପି ଏସଟି ମୋର୍ଚ୍ଚା । ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ସବୁ ଆସନ ଜିତିବାକୁ ପ୍ରସ୍ତୁତ ହେଲା ଖସଡ଼ା । ବିଧାନସଭାରେ ୩୩ରୁ ୩୩ ଓ ଲୋକସଭାରେ ୫ ରୁ ୫ ଆସନ ଜିତିବା ଲକ୍ଷ୍ୟରେ କର୍ମୀଙ୍କୁ ଟାସ୍କ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଥିବାରୁ ଆଜି ବିଜେପି ST ମୋର୍ଚ୍ଚା ପକ୍ଷରୁ ଆୟୋଜିତ ହୋଇଥିଲା ସ୍ୱାଗତ ସମ୍ବର୍ଦ୍ଧନା ସଭା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆଦିବାସୀ ମୋର୍ଚ୍ଚାର ଦାବି ପୂରଣ ହେବ ମୋହନ ସରକାରଙ୍କ ପ୍ରାଥମିକତା । ଅନ୍ୟପଟେ ମନ୍ତ୍ରୀ ରବି ନାୟକ ମଧ୍ୟ ଆଦିବାସୀ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଥିଲେ କହିଥିଲେ ଆଦିବାସୀଙ୍କ ସଂଖ୍ୟା କମିବା ଗୁରୁତର ବିଷୟ । ଏଥିପାଇଁ ନିର୍ବାଚନମଣ୍ଡଳୀକୁ କ୍ଲଷ୍ଟର କରି ସବୁ ସମସ୍ୟାର ସମାଧାନ ଏବଂ ଯୋଜନାର କାର୍ଯ୍ୟକାରିତା କରିବାକୁ ହେବ । 


୧୯ ନିର୍ବାଚନ ଅପେକ୍ଷା ୨୪ରେ ବିଜେପି ପ୍ରତି ବଢିଛି ଆଦିବାସୀଙ୍କ ସମର୍ଥନ । ବିଧାନସଭାରେ ସଂରକ୍ଷିତ ଥିବା ୩୩ ଆସନ ମଧ୍ୟରୁ ବିଜେପି ୨୦୧୯ରେ ୧୧ଟି ଜିତିଥିବା ବେଳେ ୨୦୨୪ରେ ୧୮ରେ ପହଞ୍ଚିଛି । ସେହିପରି ଲୋକସଭାରେ ସଂରକ୍ଷିତ ୫ ଆସନରୁ ୨୦୧୯ରେ ୨ ଆସନ ଜିତିଥିବା ବେଳେ ଏଥର ୪ ଆସନ ହାତେଇଛି ଦଳ । କିନ୍ତୁ କାହିଁକି ଅନ୍ୟ ସିଟରେ ଦଳ ହାରିଲା ତାର ସମୀକ୍ଷା କରି ଆକ୍ସନ ମୋଡ଼କୁ ଆସିବାକୁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ । ଏମିତି କି ହାରିଥିବା ଆସନକୁ ଜଣେ ଜଣେ ନେତା ଆଡପ୍ଟ କରିବାକୁ ବି ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ । 

ସାଧାରଣ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜ ଆଦିବାସୀ ଚେହେରା ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ଆସନରେ ବସାଇ ମାଷ୍ଟର ଷ୍ଟ୍ରୋକ୍ ଖେଳିଥିଲା ବିଜେପି । ଆଉ ଏବେ ପୁଣି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ମୋହନ ଚରଣ ମାଝୀଙ୍କୁ ଦାୟିତ୍ୱ ଏବଂ କେନ୍ଦ୍ରରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ଆଦିବାସୀ ନେତା ଜୁଏଲ ଓରାମଙ୍କୁ ଦାୟିତ୍ୱ ବିଜେପିର ଅନୁସୂଚିତ ଜନଜାତି ଭୋଟ ବ୍ୟାଙ୍କକୁ ଆହୁରି ମଜଭୂତ କରିବ ବୋଲି କୁହାଯାଉଛି ।

  • Reported by:
  • SOUMYA RANJAN SAHOO

OTV is now on Whatsapp

Join and get latest news update delivered to you via whatsapp

Join Now