Advertisment

ଧର୍ମଶାଳା ବିଜେଡିରେ ବିସ୍ଫୋରଣ ! ପରାଜୟର କାରଣ ପାଇଁ ଦୁଇ ଗୋଷ୍ଠୀ ଦୋଷ ଲଦାଲଦି

ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରି ଦଳ ଛାଡ଼ିଲେ ବଡ଼ ଗୋଷ୍ଠୀ । କଟକରେ ବି ୨ ଗୋଷ୍ଠୀ ଗୋହି ଖୋଳାଖୋଳି ।

author-image
Satyendu Shekher Mishra
undefined

Odisha Politics

ଆଶଙ୍କା ଓ ଅନିଶ୍ଚିତତା ଭିତରେ ବିଜେଡି । କଣ ହେବ ଦଳର ଭବିଷ୍ୟତ ? କେମିତି ଚାଲିବ ଦଳ ? ସନ୍ନ୍ୟାସ ପରେ ବି କାହିଁକି ପାଣ୍ଡିଆନଙ୍କ ଇସାରାରେ ଚାଲିଛି ବିଜେଡି ? ନେତା ଓ କର୍ମୀଙ୍କ ମନରେ ଏମିତି ହଜାରେ ପ୍ରଶ୍ନ । ଆଉ ଏମିତି ସ୍ଥିତିରେ ଫାଳ ଫାଳ ହେବାରେ ଲାଗିଛି ବିଜେଡି ! ଯାହାର ସଦ୍ୟ ଉଦାହରଣ ହେଲା, ଧର୍ମଶାଳାରେ ବିଜେପିର ମିଶ୍ରଣ ପର୍ବ ।

Advertisment

ସରାକର ଗଠନର ୨ ମାସ ନ ପୂରୁଣୁ, ବିଜେଡି ଛାଡି ବିଧାୟକ ହିମାଂଶୁ ସାହୁଙ୍କ କ୍ୟାଂପରେ ଯୋଗ ଦେଇଛନ୍ତି ବିଜେଡି ସମର୍ଥିତ ୮ ସରପଞ୍ଚ ଆଉ ୧୩ ସମିତି ସଭ୍ୟ । ୨୪ ବର୍ଷ ହେଲା ଶାସକ ଦଳରେ ତଥା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସହ ଥିବା ଏହି ଗୋଷ୍ଠୀ ହଠାତ୍ ବିଜେଡି ହାତ ଛାଡି ଦେଇଛନ୍ତି । କୁହାଯାଉଛି ଏହା ପଛରେ ରହିଛି ବିଜେଡି କନ୍ଦଳ।

କଟକରେ ବି ତୀବ୍ର ହୋଇଛି କନ୍ଦଳ। ପରାଜୟକୁ ନେଇ ମୁହାଁମୁହିଁ ହୋଇଛନ୍ତି କଟକ ବିଜେଡିର ଦୁଇ ଗୋଷ୍ଠୀ। ଏମିତିକି ପରାଜୟ ପଛରେ ଗଣମାଧ୍ୟମ ଆଗରେ ଉଭୟ ଗୋଷ୍ଠୀ ପରସ୍ପରକୁ ଦାୟୀ କରିବାକୁ ପଛାଇ ନାହାନ୍ତି। କଟକ ଯୁବ ଛାତ୍ରର ଗୋଟିଏ ଗୋଷ୍ଠୀ ପରାଜୟ ପଛରେ କର୍ପୋରେଟରଙ୍କୁ ଦାୟୀ କରିବା ସହ ନିର୍ବାଚନ ବେଳେ ବିଜେଡି ପ୍ରାର୍ଥିତ୍ୱକୁ ବିରୋଧ କରି ସୁପ୍ରିମୋଙ୍କ ପାଖରେ ଫେରାଦ ହୋଇଥିଲେ ବୋଲି ଅଭିଯୋଗ କରିଛନ୍ତି।

Advertisment

ଅନ୍ୟପଟେ କର୍ପୋରେଟର ଗୋଷ୍ଠୀ କହିଛନ୍ତି ଆମେ କାମ କରିଛୁ, ହେଲେ ଯୁବ-ଛାତ୍ର ମାନେ ସଠିକ୍ ଭାବେ କାମ କରି ନଥିବାରୁ ଦଳ ହାରିଲା।

ସମାନ ଚିତ୍ର ଦେଖିବାକୁ ମିଳିଛି ପାରାଦୀପ ବିଜେଡିରେ। ପୂର୍ବରୁ ବି ପରାଜୟ ପଛରେ ଢୋଲ ଭିତରେ ମୂଷା ଉପାଖ୍ୟାନ ବଖାଣିଥିଲେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ। ସେହି କଥାକୁ ପାରାଦୀପ ବିଜେଡି ବନ୍ଧୁମିଳନ ସଭାରେ ଦୋହରାଇଛନ୍ତି ସମ୍ବିତ । ଆଉ ତାଠୁ ବଡ଼ କଥା ହେଲା ନିର୍ବାଚନ ପରେ ପ୍ରଥମ ଦଳୀୟ ସଭାକୁ ଡକା ଯାଇନି ନଗର ସଭାପତି ବସନ୍ତ ବିଶ୍ୱାଳଙ୍କୁ । କିନ୍ତୁ ଉପସ୍ଥିତ ଅଛନ୍ତି ବାପି ସର୍ଖେଲ। ଯାହାକି ଦଳୀୟ କନ୍ଦଳକୁ ପଦାରେ ପକାଇଛି। କାହିଁକି ନା ନିର୍ବାଚନ ବେଳେ ସମ୍ବିତଙ୍କୁ ବିରୋଧ କରିଥିଲେ ବସନ୍ତଙ୍କ ଗୋଷ୍ଠୀ।

ଏମିତିକି ବସନ୍ତଙ୍କ ସମର୍ଥକମାନେ ନବୀନ ନିବାସ ଆସି ସମ୍ବିତଙ୍କ ବିରୋଧରେ ଫେରାଦ ହୋଇଥିଲେ। ଯଦିଓ ବାପି ସର୍ଖେଲ ଏବଂ ସମ୍ବିତ ରାଉତରାୟ କନ୍ଦଳ କଥାକୁ ଅସ୍ୱୀକାର କରିଛନ୍ତି, କିନ୍ତୁ ବସନ୍ତ କହିଛନ୍ତି ଦଳକୁ ଭାଙ୍ଗିବା ପାଇଁ ଏପରି ବନ୍ଧୁ ମିଳନ କରାଯାଉଛି।

୨୪ ବର୍ଷ ନିରଙ୍କୁଶ କ୍ଷମତାରେ ରହିବା ପରେ ପ୍ରଥମ ଥର ପାଇଁ କ୍ଷମତା ହରାଇଛି ଦଳ। ଅପ୍ରତ୍ୟାଶିତ ପରାଜୟ ଭାଙ୍ଗି ଦେଇଛି ନେତା, କର୍ମୀଙ୍କ ମନୋବଳ। ତା ଭିତରେ ପୁଣି ମାସେରୁ ଅଧିକ ଦିନ ରାଜ୍ୟ କମିଟି ଭଙ୍ଗା ହୋଇଥିଲେ ବି ନୂଆ କମିଟି ତିଆରି ହୋଇ ପାରୁନି କି ପରାଜୟର ସମୀକ୍ଷା କରି ପାରୁନି ଦଳ । ହେଲେ ବିଜେଡି ବିଧାୟକ କହିଛନ୍ତି ଦଳ ସମୀକ୍ଷା କରୁଛି, ଦୃଢ ଅଛି ।

Internal Rift Explodes in BJD's Dharmsala Unit Amid Leadership Uncertainty

BJD BJP Congress Odisha Politics
Advertisment
Advertisment