Advertisment

ମମତାଙ୍କ ଝଟକା ପରଠୁ ଅସ୍ତବ୍ୟସ୍ତ ବିଜେଡି, ତେଜୁଛି ଦଳୀୟ ନେତାଙ୍କ ବୟାନ ବାଜି

ମମତାଙ୍କ ପରେ ଆଉ କେତେ ଅସନ୍ତୁଷ୍ଟ ଅଛନ୍ତି ବିଜେଡିରେ। ଯେଉଁମାନେ କି ନେଇ ପାରନ୍ତି ଚରମ ନିଷ୍ପତ୍ତି। ସଂଗଠନ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଥିବାରୁ ସୁପ୍ରିମୋ ନବୀନ ତୁରନ୍ତ ମୟୂରଭଞ୍ଜ ଜିଲ୍ଲାର ନେତାଙ୍କୁ ଡାକି ବୈଠକ କରିଛନ୍ତି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

BJD

ମୟୂରଭଞ୍ଜ ଓ ଗଞ୍ଜାମରେ ଚରମ ବିପର୍ଯ୍ୟୟ ଓ ପରେ ପରେ ମମତା ଝଟକାରେ ଅସ୍ତବ୍ୟସ୍ତ ବିଜେଡି ସୁପ୍ରିମୋ । ଫୋକସରେ ୨୪ ନିର୍ବାଚନରେ ଦଳର ଦୁର୍ବଳ ପ୍ରଦର୍ଶନ ଥିବା ଜିଲ୍ଲା । ଗତକାଲି ନବୀନ ନିବାସରେ ଦୁଇ ଜିଲ୍ଲାର ପରାଜିତ ପ୍ରାର୍ଥୀ ଓ ବରିଷ୍ଠ ନେତାଙ୍କ ବୈଠକ ଡାକି ଏକଜୁଟ୍ ହୋଇ ରହିବାକୁ ଗୁରୁମୁନ୍ତ୍ର ଦେଇଛନ୍ତି ନବୀନ । କାରଣ ଲୋକସଭାରେ ଖାତା ଖୋଲିବାକୁ ଅସମର୍ଥ ଦଳ ପାଇଁ ଚିନ୍ତା ବଢ଼ାଇଲାଣି ରାଜ୍ୟସଭା ଘଳିଆ । ତେଣୁ ମମତା ମହାନ୍ତଙ୍କ ଦଳକୁ ବାଏ ବାଏ ପରେ ବିଧାନସବା ଆସନରେ ବିଜୟ ଶୂନ୍ୟ ମୟୂରଭଞ୍ଜ ଜିଲ୍ଲାରେ ଘରସଜାଡ଼ା କାମ ଆରମ୍ଭ କରିଛି ଦଳ ।

Advertisment

ସେହିପରି ଗଞ୍ଜାମରେ କେବଳ ନବୀନଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକୁ ଛାଡି ଅନ୍ୟ ସବୁଠି ଦଳ ମାଟି କାମୁଡିଛି । ଯେଉଁଥିପାଇଁ ଦଳର ବରିଷ୍ଠ ନେତାଙ୍କଠାରୁ ଆରମ୍ଭ କରି କର୍ମକର୍ତ୍ତା ଯାଏଁ ସମସ୍ତେ ଯେମିତି ଦଳୀୟ ପରିଚାଳନାକୁ ନେଇ ଖପ୍ପା । ସେଇଥିପାଇଁ ଥିଲା ଗତକାଲିର ଏ ଆଲୋଚନା । ହେଲେ ମୟୂରଭଞ୍ଜ ନେତାଙ୍କ ବୈଠକରେ ସୁଦାମ ମାରାଣ୍ଡି କି ତାଙ୍କ ପତ୍ନୀ ତଥା ବାଙ୍ଗିରୀପୋଷିରୁ ବିଧାୟିକା ଭାବେ ଲଢିଥିବା ରଞ୍ଜିତା ମାରାଣ୍ଡି ଅନୁପସ୍ଥିତ ରହିବା ରାଜନୀତି ମହଲରେ ଚର୍ଚ୍ଚାକୁ ବଢାଇଛି ।

ମମତାଙ୍କ କ୍ଷେତ୍ରରେ ବଡ଼ ଡିଲ୍ ବା କାରବାର ହୋଇଥିବା ନେଇ ବିଜେଡି ଅଭିଯୋଗ ଆଣିଥିବାବେଳେ ଦଳ କିନ୍ତୁ ସଂଗଠିତ ହେବ ବୋଲି କହିଛନ୍ତି ମୟୂରଭଞ୍ଜର ଟାଣୁଆ ନେତା ରାଜକିଶୋର ଦାସ । ଅପରପକ୍ଷେ ବିଜେପି ଆସ୍କା ବିଧାୟକ ସରୋଜ ପାଢୀଙ୍କ କାଉଣ୍ଟର ହେଲା ବିଜେଡିରେ ନେତା ଏବେ ଅଣନିଶ୍ବାସୀ, ଯେଉଁଥିପାଇଁ ସେମାନେ ବିଜେପିକୁ ଆସୁଛନ୍ତି। ଡିଲ୍ ଅଭିଯୋଗ କେବଳ ବିଜେଡିର ବୃଥା ବୟାନବାଜି।

Advertisment

କେବଳ ମୟୂରଭଞ୍ଜ କି ଗଞ୍ଜାମ ନୁହେଁ । ୨୪ ପରୀକ୍ଷାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ୧୪ ବିଧାନସଭା ଆସନରୁ କେବଳ ଡାବୁଗାଁରେ ବିଜେଡିର ମନୋହର ରନ୍ଧାରୀ ପାସ୍ କରିଥିବାବେଳେ ଅନ୍ୟସବୁ ଦଳୀୟ ପ୍ରାର୍ଥୀ ଫେଲ୍ ମାରିଥିଲେ। ତା ପରଠୁ ଦଳ ଭିତରେ ଏବେ ଗୋଷ୍ଠୀ କନ୍ଦଳ ତୀବ୍ର । ସତ୍ତାରୁ ଯିବାପରେ ନେତୃତ୍ବ ଉପରୁ ବି ଭିତିରିଆ ଭାବେ ଆସ୍ଥା ହରାଇଲେଣି ନେତା । ଏଭଳି ସ୍ଥିତିରେ ଦଳକୁ ସଜାଡି ପୁଣି ସଂଗଠିତ କରିବା ଦଳ ପାଇଁ ବଡ ଚାଲେଞ୍ଜ ବୋଲି ମତ ରଖିଛନ୍ତି ରାଜନୈତିକ ସମୀକ୍ଷକ ।

ଜନାଦେଶ ମାଡ଼ରେ ବିଜେଡିର କେବଳ ଅଣ୍ଟା ଭାଙ୍ଗିନି ନେତାଙ୍କ ମନୋବଳ ବି ଭାଙ୍ଗି ଚାଲିଛି । ଯେଉଁଥିପାଇଁ ଦଳର ନେତା ଏବେ ଅନ୍ୟ ଦଳ ସମ୍ପର୍କରେ ଅଛନ୍ତି । ତେଣୁ ବିଜେଡି କେମିତି ଟ୍ରାକକୁ ଫେରୁଛି ତା ଉପରେ ନଜର ।

BJD
Advertisment
Advertisment