Advertisment

‘ଆଲୋଚନା ସରିଛି, ଖୁବ୍‌ଶୀଘ୍ର ସମାଧାନ ହେବ ଆଳୁ ସମସ୍ୟା’

ପୋଲାଭରମ ପ୍ରସଙ୍ଗ ଉପରେ ବି ପ୍ରତିକ୍ରିୟା ରଖି କହିଛନ୍ତି, ଦିଲ୍ଲୀରେ ପୋଲାଭରମ ପ୍ରସଙ୍ଗ ଉପରେ ଏବଂ ଆମ ଦାବିକୁ ଦୋହରାଇଛୁ। ଆଗାମୀ ଦିନରେ ଅଧିକାରିସ୍ତରୀୟ ଏବଂ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ବସି ଆଲୋଚନା କରିବା ସହ ସମାଧାନର ବାଟ ବାହାର କରିବୁ।

author-image
Satyendu Shekher Mishra
CM Mohan Majhi

CM Mohan Majhi

ଖୁବଶୀଘ୍ର ବର୍ଦ୍ଧିତ ଆଳୁ ଦରରେ ସୁଧାର ଆସିବ। ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ସେଠିକାର ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ସରିଛି। ଆଗକୁ ଯେଭଳି ଆଳୁ ଦର ବୃଦ୍ଧି ନପାଇବ ଏବଂ ଯୋଗାଣ ସ୍ୱାଭାବିକ ରହିବ ସେନେଇ ପଶ୍ଚିମବଙ୍ଗ ସରକାର ସହମତି ପ୍ରକାଶ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୪ ଦିନିଆ ଗସ୍ତ ସାରି ଦିଲ୍ଲୀରୁ ଫେରିବା ପରେ ଏହା କହିଛନ୍ତି ମୋହନ।

Advertisment

ତା’ସହ କହିଛନ୍ତି, ଚିଠି ଲେଖା ଉପରେ ମୋର ବିଶ୍ବାସ ନାହିଁ। କି ଚିଠି ଲେଖି ଚୁପ୍ ବସିବା ଲୋକ ମୁଁ ନୁହଁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଅଧିକାରୀଙ୍କ ସହ ଆଲୋଚନା ପରେ ସେମାନେ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେହିପରି ପୋଲାଭରମ ପ୍ରସଙ୍ଗ ଉପରେ ବି ପ୍ରତିକ୍ରିୟା ରଖି କହିଛନ୍ତି, ଦିଲ୍ଲୀରେ ପୋଲାଭରମ ପ୍ରସଙ୍ଗ ଉପରେ ଏବଂ ଆମ ଦାବିକୁ ଦୋହରାଇଛୁ। ଆଗାମୀ ଦିନରେ ଅଧିକାରିସ୍ତରୀୟ ଏବଂ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ବସି ଆଲୋଚନା କରିବା ସହ ସମାଧାନର ବାଟ ବାହାର କରିବୁ।

ଅନ୍ୟପଟେ ପୋଲାଭରମ ପ୍ରସଙ୍ଗରେ ମଦ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ‘ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ପୋଲାଭରମ ନେଇ ଆଲୋଚନା କରିଛୁ। ଆଗାମୀ ଦିନରେ ଅଧିକାରୀ ଓ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ପାଇଁ ପ୍ରସ୍ତାବ ଦେଇଛି । ପ୍ରସ୍ତାବରେ ସେ ଏକମତ ହୋଇଛନ୍ତି, ଆଗାମୀ ଦିନରେ ନିଶ୍ଚିତ ଆଲୋଚନା ହେବ’ ।

Advertisment

ସେହିଭଳି ନୀତି ଆୟୋଗ ବୈଠକରେ ଯୋଗ ଦେଇ ଓଡ଼ିଶା ଫେରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି,‘ଆଗାମୀ ୫ ବର୍ଷରେ ବିରାଟ ପରିବର୍ତ୍ତନ ହେବ । ୨୦୩୬ରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଶହେ ବର୍ଷ ପୂରିବ । ଆଗାମୀ ୧୨ ବର୍ଷ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ୫ ବର୍ଷ ଆମକୁ ଫୋକସ୍ କରିବାକୁ ପଡ଼ିବ । ଓଡ଼ିଶାକୁ ଇଣ୍ଡଷ୍ଟ୍ରି ହବ୍, ଆଇଟି କ୍ଷେତ୍ରରେ ଆଗେଇ ନେବାକୁ ପ୍ରସ୍ତାବ ଦେଇଛି । ଆଦିବାସୀଙ୍କ ବିକାଶ, ପର୍ଯ୍ୟଟନର ବିକାଶ ପାଇଁ  ନୀତିଆୟୋଗ ବୈଠକରେ ପ୍ରସ୍ତାବ ଦେଇଛି ।

BJD BJP Congress Odisha Politics Mohan Majhi
Advertisment
Advertisment