• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ରେଳ ପ୍ରକଳ୍ପକୁ ନେଇ ବିଜେଡିରେ ଫାଟ । ସାଂସଦ ସୁଜିତ୍ କୁମାର କେନ୍ଦ୍ର ସରକାର ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଅନ୍ୟଜଣେ ସାଂସଦ ମାନସ ମଙ୍ଗରାଜ କିନ୍ତୁ ପ୍ରକଳ୍ପ ସବୁକୁ ପୁରୁଣା କହି ସମାଲୋଚନା କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଘନେଇଛି । ରାଜନୈତିକ ମହଲରେ ଆଲୋଚନା, ମମତା ମହାନ୍ତଙ୍କ ପରେ ହୁଏତ ଆଉ କିଛି ବିଜେଡି ସାଂସଦ ବିଜେପି ସଂପର୍କରେ ଅଛନ୍ତି ।

ବିଜେପି ଆଡକୁ ଢଳୁଛନ୍ତି କି ବିଜେଡି ସାଂସଦ ସୁଜିତ କୁମାର ? ଯେଉଁଠି ରେଳ ପ୍ରକଳ୍ପକୁ ଦଳ ତଥା ଅନ୍ୟ ସାଂସଦ ବିରୋଧ କରୁଛନ୍ତି, କିନ୍ତୁ ସେଇ ଦଳର ରାଜ୍ୟସଭା ସାଂସଦ ସୁଜିତ୍ କୁମାର କରିଛନ୍ତି ଭୂରି ଭୂରି ପ୍ରଶଂସା । ନିକଟରେ ଘୋଷଣା ହୋଇଥିବା ଜୁନାଗଡ଼- 

ନବରଙ୍ଗପୁର ରେଳ ଲାଇନ୍ ପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ Xରେ ଧନ୍ୟବାଦ ଜଣାଇଛନ୍ତି । ତାସହ ରେଳମନ୍ତ୍ରୀଙ୍କ ସହ ଏକ ଫଟୋ ସେୟାର କରିଛନ୍ତି ସୁଜିତ୍ ।

ଅନ୍ୟପଟେ ଏ ହେଉଛି ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ସୋସିଆଲ୍ ମିଡିଆ Xର ପୋଷ୍ଟ । ଯେଉଁଥିରେ ସେ ଓଡ଼ିଶାକୁ ମିଳିଥିବା ୬ ପ୍ରକଳ୍ପକୁ ପୁରୁଣା କହି କଡ଼ା ସମାଲୋଚନା କରିଛନ୍ତି । ବିଜେଡିର ଏ ଦୁଇ ସାଂସଦଙ୍କ ଭିନ୍ନ ଭିନ୍ନ ଆଭିମୁଖ୍ୟକୁ ନେଇ ତେଜିଛି ରାଜନୀତି । ଏହି ପ୍ରସଙ୍ଗରେ ସୁଜିତ୍ କୁମାରଙ୍କ ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ବିଜେଡି କହିଛି ଏହା ସୁଜିତଙ୍କ ବ୍ୟକ୍ତିଗତ ମତ । ତା ମାନେ ନୁହଁ ଯେ, ସେ ବିଜେପି ଆଡକୁ ଢଳୁଛନ୍ତି । ସେପଟେ ବିଜେପି କହିଛି ବିଜେଡିରେ ଏବେ ନେତାମାନେ ଅଣନିଶ୍ୱାସୀ । ବିକାଶ ଧାରାରେ ସାମିଲ ହେବା ପାଇଁ ବିଜେପି ମୁହାଁ । ଏହାକୁ କେହି ରୋକି ପାରିବେ ନାହିଁ । 

କିଛି ଦିନ ତଳେ ମମତା ମହାନ୍ତ ରାଜ୍ୟସଭା ସଦସ୍ୟ ପଦ ଛାଡ଼ିବା ସହ ବିଜେଡିରୁ ଇସ୍ତଫା ଦେଇ ପଦ୍ମ ଧରିଥିଲେ । ଚର୍ଚ୍ଚା ହେଉଛି, ଏବେ ଏକାଧିକ ବିଜେଡି ସାଂସଦ ମମତାଙ୍କ ରାସ୍ତାରେ ଯିବାକୁ ଆଗ୍ରହୀ। ଆଉ ଏହି ଚର୍ଚ୍ଚାକୁ ଅଧିକ ଖୋରାକ୍ ଯୋଗାଇଛି ସୁଜିତ୍ କୁମାରଙ୍କ social media ପୋଷ୍ଟ । ରାଜନୈତିକ ସମୀକ୍ଷକଙ୍କ ମତରେ, ନେତୃତ୍ୱ ଉପରେ ନେତାମାନେ ଆସ୍ଥା ହରାଇବା ଆରମ୍ଭ କରିଛନ୍ତି। ଯଦିଓ ଦଳକୁ ସଙ୍ଗଠିତ କରିବାକୁ ପ୍ରୟାସ ଆରମ୍ଭ ହୋଇଛି, ତଥାପି ପାଣ୍ଡିଆନ୍ ଓ ବବିଙ୍କ ଦବଦବା ଏବେବି ପ୍ରଚ୍ଛଦ ପଟ୍ଟରେ ଥିବାରୁ ନେତା ଅସନ୍ତୁଷ୍ଟ ଅଛନ୍ତି ।

୨୪ ନିର୍ବାଚନରେ ବିଜେଡି ଲୋକସଭାରେ ଖାତା ଖୋଲିପାରିନଥିଲା । ଆଉ ଏବେ ରାଜ୍ୟସଭା ସାଂସଦ ପାଖୁଡା ଖସିବା ଆରମ୍ଭ ହୋଇଥିବାରୁ ଦଳର ଚିନ୍ତା ବଢିଯାଇଛି । 

  • Reported by:
  • JAGDISH DAS , SOUMYA RANJAN SAHOO

OTV is now on Whatsapp

Join and get latest news update delivered to you via whatsapp

Join Now