• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ନଡ୍ଡା ଦେବେ ଓଡିଶା ବିଧାୟକଙ୍କୁ ଗୁରୁମନ୍ତ୍ର । କେମିତି ହେବେ ଗୁଡ୍ ଏମଏଲଏ । ଆସନ୍ତା ୧୭ ଓ ୧୮ ଦୁଇଦିନ ଧରି ବିଧାନସଭାରେ ଚାଲିବାକୁ ଥିବା କର୍ମଶାଳାରେ ଦଳମତ ନିର୍ବିଶେଷରେ ବିଧାୟକମାନଙ୍କୁ ପାଠ ପଢ଼ାଇବେ କେନ୍ଦ୍ରମନ୍ତ୍ରୀ ଜେ.ପି.ନଡ୍ଡା । ତେବେ ଖାଲି ନଡ୍ଡା ନୁହଁନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ବି ସେହି କର୍ମଶାଳାରେ ଟିପ୍ସ ଦେବେ । ଅନ୍ୟପଟେ ଓଡ଼ିଶାରେ ପ୍ରଥମ କରି ସରକାରକୁ ଆସିବା ପରେ ଆସନ୍ତା ୧୬ ତାରିଖରେ ବସିବାକୁ ଯାଉଛି ରାଜ୍ୟ ବିଜେପିର ପ୍ରଥମ କୋର କମିଟି ବୈଠକ ।

ନୂଆ MLAଙ୍କ କ୍ଲାସ୍ ନେବେ ନଡ୍ଡା ଦେବେ ପଲିଟିକାଲ୍ ସକ୍ସେସ ମନ୍ତ୍ର ନୀତି ନୈତିକତାର ପାଠ ପଢାଇବେ ଧର୍ମେନ୍ଦ୍ର

ଆଚରଣ ଉଚ୍ଚାରଣ ଶିଖାଇବେ ଜୁଏଲ । ଆସନ୍ତା ୧୭ ଓ ୧୮ ଦୁଇଦିନ ଧରି ଚାଲିବ ବିଧାନସଭାରେ ବିଧାୟକଙ୍କ ତାଲିମ୍ କର୍ମଶାଳା । 
୧୭ରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ଏବଂ ୧୮ରେ ଦିନିକିଆ ଓଡିଶା ଗସ୍ତରେ ଆସି ସବୁ ନବାଗତ ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ୍ ପ୍ରକାଶ ନଡ୍ଡା । କାର୍ଯ୍ୟକ୍ରମରେ କେନ୍ଦ୍ର ସଂସଦୀୟ ବ୍ୟାପାର 
ମନ୍ତ୍ରୀ କିରଣ ରିଜ୍ଜୁ ବି ଯୋଗ ଦେବାକୁ ସ୍ଥିର ହୋଇଛି ।

ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାରକୁ ଆସିଛି ବିଜେପି । ଯେହେତୁ ଶାସକ ଦଳରେ ପ୍ରାୟ ୬୦ ଜଣ ନୂଆ ବିଧାୟକ ଅଛନ୍ତି । ତେଣୁ ସରକାରୀ ଦଳରେ ଥାଇ ସେମାନଙ୍କ ଭୂମିକା, ବିରୋଧୀଙ୍କୁ ଗଠନମୂଳକ କାଉଣ୍ଟର, ଆଞ୍ଚଳିକ ସମସ୍ୟାକୁ ଗୁରୁତ୍ୱ ଓ ଗୃହରେ ଆଚରଣ ଉଚ୍ଚାରଣ ବିଷୟରେ ବି ପାଠ ପଢାଇବେ ନଡ୍ଡା । ସେହିପରି ବିରୋଧୀ ଦଳର ବିଧାୟକମାନଙ୍କୁ ବି ଗୃହ ପରିଚାଳନା ପାଇଁ ଟିପ୍ସ ଦେବା ସହ ବିଧାନସଭା ଆଇନ କାନୁନ ସଂପର୍କରେ ଅବଗତ କରିବେ କେନ୍ଦ୍ରମନ୍ତ୍ରୀ । ଏପଟେ ଆସନ୍ତା ୧୬ ତାରିଖରେ ବସୁଛି ଓଡ଼ିଶା ବିଜେପିର କୋର କମିଟି ବୈଠକ । କ୍ଷମତାକୁ ଆସିବା ପରେ ଦଳର ଏହା ହେବ ପ୍ରଥମ କୋର୍ କମିଟି ମିଟିଂ । ଯେଉଁଥିରେ କ୍ଷତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ସହ ଦୁଇ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ଏବଂ ଲତା ଉସେଣ୍ଡୀ ବି ଉପସ୍ଥିତ ରହିବେ ।

ଫୋକସରେ ରହିଛି ଦଳର ପରବର୍ତ୍ତୀ କାର୍ଯ୍ୟପନ୍ଥା । ଏଥିସହ ଖାଲି ପଡିଥିବା ଗୋଟିଏ ରାଜ୍ୟସଭା ସିଟରେ କିଏ ଯିବେ ସେ ନେଇ ବି ଆଲୋଚନା ହୋଇପାରେ। ଏଥିପାଇଁ ଯଦିଓ ମନମୋହନ ସାମଲ, ସମୀର ମହାନ୍ତି, ଗୋଲକ ମହାପାତ୍ର ଓ ବିଶ୍ୱେଶ୍ୱର ଟୁଡୁଙ୍କ ନାଁ ଚର୍ଚ୍ଚାରେ ରହିଛି, ମମତା ମହନ୍ତ ବି ରିପିଟ୍ ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି । 

ଅନ୍ୟ ପଟେ ଖାଲି ପଡିଥିବା ୩୭ ନିଗମ ଏବଂ ବୋର୍ଡ ଗୁଡିକରେ କାହାକୁ କେଉଁଠି ଥଇଥାନ କରାଯିବ, ସେ ନେଇ ବି କମିଟିରେ କଥା ଉଠିପାରେ । ଏସବୁ ବାଦ୍ ରାଜ୍ୟ କାର୍ଯ୍ୟକାରିଣୀର ପ୍ଲାନ୍ କେତେ କାର୍ଯ୍ୟକାରୀ ହୋଇଛି ସେନେଇ ବି ସମୀକ୍ଷା କରିବେ ପ୍ରଭାରୀ ।
ଗୋଟିଏ ପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବେ ଦିଲ୍ଲୀ ଗସ୍ତରେ ଥିବାବେଳେ ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

 

  • Reported by:
  • PAWAN TIWARI , SOUMYA RANJAN SAHOO

OTV is now on Whatsapp

Join and get latest news update delivered to you via whatsapp

Join Now