• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିର୍ବାଚନ ପୂର୍ବରୁ ହେଲିକପ୍ଟର ଧରି ଘନ ଘନ ଉଡ଼ୁଥିଲେ । ଏକା ଏକା ପ୍ରଚାର କରୁଥିଲେ । ହେଲେ ଏବେ ଉଭାନ୍ । ଆଜ୍ଞା ହଁ ଆମେ ସେଇ ଭିକେ ପାଣ୍ଡିଆନଙ୍କ କଥା କହୁଛୁ । ଯାହାକୁ ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ବୋଲି କୁହାଯାଉଥିଲା । ସେ ଏବେ କେଉଁଠି ? କେଉଁଠି ଅଛନ୍ତି ପାଣ୍ଡିଆନ୍‌ ? ଭୁବନେଶ୍ୱରରେ ନା ଆଉ କେଉଁଠି ? ନିର୍ବାଚନ ଫଳାଫଳ ପରେ ଆଉ ତାଙ୍କର ଦେଖା ନାହିଁ ।

ଗୋଟିଏ ଭିଡିଓ କରି କହିଦେଲେ ମୁଁ ସନ୍ନ୍ୟାସ ନେଲି । ତା’ପରେ ଗାୟବ । ହେଲେ କୁହାଯାଉଛି ସେ ନବୀନ ନିବାସରେ ଲୁଚିଛନ୍ତି । କିନ୍ତୁ ଗଣମାଧ୍ୟମ ସାମ୍ନାକୁ ଆଉ ଆସୁ ନାହାନ୍ତି । ନିଜ ଘର ଥାଇ ସେଠି କାହିଁକି ରହୁଛନ୍ତି ବୋଲି ମଧ୍ୟ ଅନେକ  ପ୍ରଶ୍ନ କରିଛନ୍ତି । ତେବେ ତା’ର ଉତ୍ତର ତ ମିଳି ନାହିଁ , କିନ୍ତୁ ଏବେ ବି ତାଙ୍କୁ ନେଇ ଚାଲିଛି ଚର୍ଚ୍ଚା । କାରଣ ତାଙ୍କ ନାଁରେ ଉଠୁଛି ପ୍ରବଳ ଦୁର୍ନୀତି ଅଭିଯୋଗ...।

ଅଧିକ ପଢନ୍ତୁ : ଯାଜପୁରକୁ ରାଜ୍ୟସଭା ସାଂସଦଙ୍କ ପାଣ୍ଠି ବର୍ଷା ! ୧୧ ସାଂସଦ ଦେଇଛନ୍ତି ୧୪ କୋଟିରୁ ଅଧିକ ଟଙ୍କା

ଆଉ ସେଥିମଧ୍ୟରୁ ଗୋଟିଏ ହେଲା ହେଲିକପ୍ଟର ବୁଲା । ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା ଖର୍ଚ୍ଚ କେଉଁଠୁ ଆସିଛି । କିଏ ବହନ କରିଛି ଏତେ ଟଙ୍କା ? ସେନେଇ ସମସ୍ତଙ୍କ ମନରେ ଅନେକ ଦିନ ଧରି ପ୍ରଶ୍ନ ଚାପି ରହିଛି । ହେଲେ ଖୁବ୍‌ଶୀଘ୍ର ଏହି ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିବ ବୋଲି ଆଶା ରଖିଛନ୍ତି ଓଡ଼ିଶାବାସୀ ।

ଏହା ପଛର ବଡ଼ କାରଣ ହେଲା ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚ ନେଇ ଆରମ୍ଭ ହୋଇଛି ତଦନ୍ତ । ପରିବହନ ମନ୍ତ୍ରୀ ଏନେଇ ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ତଦନ୍ତ ଚାଲିଛି, ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ । ସର୍ବସମ୍ମୁଖରେ ରାଜକୋଷ ଲୁଣ୍ଠନ କେବେ ବି ଗ୍ରହଣୀୟ ନୁହେଁ । ସରକାର ନଜର ରଖିଛନ୍ତି, ଅପେକ୍ଷା କରନ୍ତୁ କାର୍ଯ୍ୟାନୁଷ୍ଠାନ ନିଶ୍ଚୟ ହେବ ।

OTV is now on Whatsapp

Join and get latest news update delivered to you via whatsapp

Join Now