ଚିଠି ଲେଖିଲେ ଧର୍ମେନ୍ଦ୍ର । ଚିହିଁକିଲା ବିଜେଡି । ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନ୍ ୨୦୨୦କୁ ନେଇ ତେଜିଲା ରାଜନୀତି । ଆଇନରେ ସଂଶୋଧନ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିରେ ଦର୍ଶାଯାଇଛି, ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେଡି ସରକାର ଏହି ଆଇନ୍ ଆଣିଥିଲେ । ଯେଉଁଥିଲାଗି ବିଶ୍ୱବିଦ୍ୟାଳୟ ତାର ସ୍ୱତନ୍ତ୍ରତା ହରାଇଛି । ଖାଲି ସେତିକି ନୁହେଁ ଏହା ୟୁଜିସି ଗାଇଡ୍ ଲାଇନର ପରିପନ୍ଥୀ । ଏଥିରେ ଆବଶ୍ୟକ ସଂଶୋଧନ ଅଣାଯିବ ଉଚିତ ବୋଲି ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଏହି ଚିଠି ପରେ ଘନେଇଛି ରାଜ୍ୟ ରାଜନୀତି ।
Published By: Satyendu Shekher Mishra
Last updated: 13 August 2024, 10:55 PM IST
ବାପାଙ୍କ ହତ୍ୟା ନେଇ ମୁହଁ ଖୋଲିଛନ୍ତି ଝିଅ ଦୀପାଳି ଦାସ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଲେ ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ଦେବୁ। ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ ପରିବାରରେ ଆଲୋଚନା ଚାଲିଥିବା ନେଇ କହିଲେ।