Advertisment

ନିର୍ବାଚନର ଦୁଇ ମାସ ପରେ EVMକୁ ଦୋଷ ଦେଲେଣି ବିଜେଡି-କଂଗ୍ରେସ

ଟାମ୍ପରିଂ ହେଲା ୫୧ଟା ସିଟ୍ ପାଇଲେ କେମିତି। ଗତ ୨୪ ବର୍ଷରେ ବିଜେଡି କେତେ ଥର ଇଭିଏମ ଗଣ୍ଡଗୋଳ କରିଛି କହୁ ବୋଲି କହିଛି ବିଜେପି।

author-image
Satyendu Shekher Mishra
BJD

BJD

ନିର୍ବାଚନର ଦୁଇ ମାସ ପରେ ଇଭିଏମ ଓ ନିର୍ବାଚନ କମିଶନଙ୍କ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ  ଉଠାଇଲା ବିଜେଡି। ବଡ଼ ଅଭିଯୋଗ ଆଣିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ସେ କହିଛନ୍ତି, ମତଦାନ ଦିନ ପଡିଥିବା ଭୋଟ ଓ କାଉଣ୍ଟିଂ ଦିନ ଗଣତି ଭୋଟ ଭିତରେ ୫ କୋଟିର ବ୍ୟବଧାନ ଅଛି। ଏହାକୁ ବିଜେପିର ଷଡଯନ୍ତ୍ର କହିଛନ୍ତି ଲେଖାଶ୍ରୀ ।

Advertisment

ସେପଟେ ଇଭିଏମ୍ ଟାମ୍ପରିଂକୁ ନେଇ ବିଜେଡି ସହ ସ୍ୱର ମିଳାଇଛି କଂଗ୍ରେସ। ବିଧାୟକ ସାଗର ଦାସ କହିଛନ୍ତି, ଯେଉଁଠି ମୋଦି ଲହର ନଥିଲା ସେଠି ବିଜେପି ଆସିବା କେମିତି ସମ୍ଭବ। ନିର୍ବାଚନୀ ରେଜଲ୍ଟ ସମୀକ୍ଷା ବେଳେ ଟାମ୍ପରିଂ ସନ୍ଦେହ ବଢୁଛି। ଜବାବରେ ବିଜେପି କହିଛି, ଶାସନରୁ ଯିବା ପରେ ଇଭିଏମ କଥା କହୁଛି ବିଜେଡି। ଯଦି ଟାମ୍ପରିଂ ହେଲା ୫୧ଟା ସିଟ୍ ପାଇଲେ କେମିତି। ଗତ ୨୪ ବର୍ଷରେ ବିଜେଡି କେତେ ଥର ଇଭିଏମ ଗଣ୍ଡଗୋଳ କରିଛି କହୁ ବୋଲି କହିଛି ବିଜେପି।

ଅନ୍ୟପଟେ ଏବେ ବିଜେଡିରେ ଅମ୍ଲଜାନ ନାହିଁ। ତେଣୁ ସବୁ ଦଳ ଛାଡ଼ୁଛନ୍ତି। ମମତା ମହାନ୍ତ ବିଜେଡି ଛାଡ଼ିବା ପରେ ପୁଣି ଥରେ ଏମିତି କିଛି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ । ବିଜେଡିରେ ଅମ୍ଲଜାନ ଅଭାବରୁ ସବୁ ଏବେ ଦଳ ଛାଡ଼ୁଛନ୍ତି। ଖାଲି ଏତିକି ନୁହେଁ ୨୪ ବର୍ଷ ହେଲା ନବୀନ ବାବୁ କାହାକୁ ଭେଟୁନଥିଲେ, ଏବେ କାହିଁକି ଭେଟୁଛନ୍ତି ବୋଲି କହି କଡ଼ା ସମାଲୋଚନା କରିଛନ୍ତି ସରୋଜ । ତାଙ୍କ ମନ୍ତବ୍ୟକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି।  

Advertisment

BJD BJP Congress EVM Odisha Politics
Advertisment
Advertisment