Advertisment

ସୁଭଦ୍ରା ଯୋଜନା ! ରାକ୍ଷୀ ପୂର୍ଣ୍ଣିମାରେ ଆସିପାରେ SOP

ଖୁବଶୀଘ୍ର ସୁଭଦ୍ରା ଯୋଜନା ଆବେଦନ । ସୁଭଦ୍ରା ଯୋଜନାର ପ୍ରାଥମିକ ନିୟମ ସ୍ଥିର କଲାଣି ବିଭାଗ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Subhadra Scheme

Subhadra Scheme

ଖୁବ୍‌ଶୀଘ୍ର ସୁଭଦ୍ରା ଯୋଜନାରେ ଆବେଦନ। ରାକ୍ଷୀ ପୂର୍ଣ୍ଣିମାରେ ଆସିପାରେ ଏସ୍ଓପି ! ଫାଇନାଲ୍ ପାଇଁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି। ଗ୍ରାଉଣ୍ଡରୁ ଜନଅଡିଟ୍ କରି ମହିଳାଙ୍କ ଫିଡବ୍ୟାକ୍ ଦେବାକୁ ନିର୍ଦ୍ଦେଶ। ପ୍ରାଥମିକ SOP ସ୍ଥିର ହୋଇସାରିଛି । ହେଲେ ଫିଡବ୍ୟାକ୍ ଆସିବା ପରେ ଏଥିରେ ହୋଇପାରେ ପରିବର୍ତ୍ତନ। ୩୦ ଜିଲ୍ଲାକୁ ୧୦ଟି କ୍ଲଷ୍ଟରରେ ଭାଗ କରି ଫିଡବ୍ୟାକ୍ ପାଇଁ ଚିଠି କରିଛି ମିଶନ ଶକ୍ତି ବିଭାଗ।

Advertisment

ସ୍ଥାନୀୟ ସାଂସଦଙ୍କ ଉପସ୍ଥିତିରେ ବିଭିନ୍ନ ସମାଜସେବୀ, ଏସ୍ଏଚ୍‌ଜି, ସାଧାରଣ ମହିଳାଙ୍କୁ ନେଇ ବୈଠକ କରିବାକୁ କୁହଯାଇଛି। ଏହି ବୈଠକରେ ଯୋଜନାର ଏସ୍ଓପି କଣ ହେବ, କଣ ଯୋଗ୍ୟତା ରହିବା ଆବଶ୍ୟକ, କେଉଁ ବର୍ଗଙ୍କୁ ଗୁରୁତ୍ୱ ଦେବା ଦରକାର, ଆବେଦନ ପ୍ରକ୍ରିୟା କେମିତି ହେବା ଆବଶ୍ୟକ ? ସେନେଇ ଆଲୋଚନା କରି ଖୁବଶୀଘ୍ର ରିପୋର୍ଟ ଦେବାକୁ କୁହାଯାଇଛି।

ଅନ୍ୟପଟେ ଗ୍ରାଉଣ୍ଡରେ ସୁଭଦ୍ରା ଯୋଜନାକୁ ନେଇ ଏବେ ଚାଲିଥିବା ଚର୍ଚ୍ଚାକୁ ଗୁଜବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମହିଳାମାନଙ୍କ ଫିଡବ୍ୟାକ୍ ଅନୁସାରେ ଏସ୍ଓପିରେ ପରିବର୍ତ୍ତନ କରି ରୂପରେଖ ଚୂଡାନ୍ତ ହେବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ପୂର୍ବରୁ ଅଗଷ୍ଟ ୧୫ ସୁଦ୍ଧା SOP ଫାଇନାଲ ହେବାର ଥିଲା କିନ୍ତୁ ବିଳମ୍ବ ହେବାକୁ ନେଇ ଘେରିଛି ବିଜେଡି।

Advertisment

ସୁଭଦ୍ରା ଯୋଜନାରେ କେତେ ହିତାଧିକାରୀଙ୍କୁ ସାମିଲ କରାଯିବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଏସଓପି ଉପରେ ତାହା ନିର୍ଭର କରୁଛି। ପ୍ରତି ପରିବାରର ଜଣେ ମହିଳାଙ୍କୁ ସାମିଲ କରିବେ? ନା ଆଉ କିଛି ଆଧାରରେ ଫାଇନାଲ୍ କରିବେ? ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନାରେ କୋଟିଏ ୫ ଲକ୍ଷ ପରିବାର ରହିଛନ୍ତି।

ଆଉ ଏହାକୁ ଯଦି ସୁଭଦ୍ରା ଯୋଜନାର ଆଧାର ଭାବେ ନିଆଯାଏ, ତାହେଲେ କମ୍ ସେ କମ୍ କୋଟିଏ ହିତାଧିକାରୀଙ୍କୁ ସାମିଲ କରିବାକୁ ହେବ। କିନ୍ତୁ ବଡ଼ କଥା ହେଲା ରାଜ୍ୟରେ ଗରିବୀ ତଥ୍ୟକୁ ନେଇ ଏକ ଦ୍ୱନ୍ଦ୍ୱ ରହିଛି। ନିକଟରେ ରାଜ୍ୟ ସରକାରଙ୍କ ଅର୍ଥନୈତିକ ସର୍ଭେ ରିପୋର୍ଟ କହୁଛି, ୨୦୧୫-୧୬ରୁ ୧୯-୨୧ ଯାଏଁ ୬୨ ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି।ଏମିତି ସ୍ଥିତିରେ ହିତାଧିକାରୀ ଚୟନର ଆଧାର କଣ ହେବ ଏବଂ କେତେ ହିତାଧିକାରୀଙ୍କୁ ସାମିଲ କରାଯିବ ତାହା ହିଁ ସରକାରଙ୍କ ପାଇଁ ଆହ୍ୱାନ ହେବ।

ସେପ୍ଟେମ୍ବର ୧୭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ମୋଦି। ଏଥିପାଇଁ ଚଳିତ ବଜେଟରେ ୧୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାହା ବଢିପାରେ ବୋଲି କୁହାଯାଇଛି।

Advertisment
Advertisment