• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

cm
ପଶ୍ଚିମ ଓଡ଼ିଶା କାର୍ଡ ଖେଳିଲେ ନବୀନ: ବିରୋଧୀ କହିଲେ ବୁମେରାଂ ହେବ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ି ପାରନ୍ତି ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ପଶ୍ଚିମ ଓଡ଼ିଶାର ବିଜେଡି ନେତାଙ୍କ ସହ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବା ପରେ ନବୀନ ଏହାକୁ ଗୁରୁତର ସହ ବିଚାର କରୁଥିବା କହିଛନ୍ତି। ତେବେ ଲଗାତାର ହିଞ୍ଜିଳିରୁ ନିର୍ବାଚିତ ହେଉଥିବା ନବୀନ, ପଶ୍ଚିମ ଓଡ଼ିଶାରୁ ହଠାତ୍ କାହିଁକି ନିର୍ବାଚନ ଲଢ଼ିବା ପାଇଁ ମନ ବଳାଇଲେ ତାହା ଏବେ ଚର୍ଚ୍ଚାର ବିଷୟ […]

  • Tuesday, 20 July 2021
bjp
କେନ୍ଦ୍ରାପଡ଼ାରେ ପ୍ରଚାର ଆରମ୍ଭ କଲା ବିଜେପି

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ଆଜିଠୁ ପ୍ରଚାର ଆରମ୍ଭ କରିଛି ବିଜେପି। ଏହି ସଂସଦୀୟ କ୍ଷେତ୍ରର ୭ଟି ନିର୍ବାଚନ ମଣ୍ଡଳୀରେ ପ୍ରଚାର ପାଇଁ ୨୧ଟି ରଥ ବୁଲିବ। ପ୍ରତି ନିର୍ବାଚନ ମଣ୍ଡଳୀରେ ୩ଟି ଲେଖାଏ ରଥ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି। ଆଜି ଏନେଇ ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ଭୁବନ ମୋହନ ଜେନା, ବିଜେପି ନେତ୍ରୀ, ଉର୍ମିଳା ସେଠୀ, […]

  • Tuesday, 20 July 2021
balabhadra
ବିଜେଡି ଉପରେ ବର୍ଷିଲେ ବଳଭଦ୍ର

ଭୁବନେଶ୍ୱର: ବିଜେପିରେ ମିଶିବା ପରେ ବିଜେଡି ଉପରେ ବର୍ଷିଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି। ବିଜେଡି ଶାସନରେ ଆଦିବାସୀମାନଙ୍କ ବିକାଶ ହୋଇପାରି ନାହିଁ। ଆଦିବାସୀଙ୍କୁ ଭୁଆଁ ବୁଲାଇବାକୁ ସ୍ପେଶାଲ ଟ୍ରାଇବାଲ କାଉନସିଲ ଗଠନ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ସାଂସଦ ହିସାବରେ କୌଣସି ମତ ରଖିବାକୁ ବିଜେଡିରେ ସୁଯୋଗ ଦିଆଯାଇନାହିଁ। ମୋତେ ବିଜେଡି ବାରମ୍ବାର ଅଣଦେଖା କରିଛି।” ଅନ୍ୟପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ରମେଶ ମାଝି। ସେ କହିଛନ୍ତି, “ଅଞ୍ଚଳର […]

  • Tuesday, 20 July 2021
election
ରାଜନୀତିକ ଦଳଙ୍କ ପାଇଁ କାଳ ହୋଇପାରେ ଭୋଟରଙ୍କ ଅସନ୍ତୋଷ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ରଣକୌଶଳ ପ୍ରସ୍ତୁତି କରିସାରିଲେଣି। ଏପରିକି ରାଜନେତାମାନେ ମଇଦାନକୁ ଲମ୍ଫ ମାରିବାକୁ ସଜବାଜ ହେଲେଣି। ହେଲେ ଚଳିତବର୍ଷ ରାଜନୀତିକ ଦଳ ଗୁଡ଼ିକ ପାଇଁ କାଳ ହୋଇପାରେ ଭୋଟରଙ୍କ ଅସନ୍ତୋଷ। ପ୍ରତିଶ୍ରୁତି ଦେଇ ଠକିଥିବାରୁ କେତେକ ସ୍ଥାନରେ ଭୋଟରମାନେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ବସବାସ କରନ୍ତି ଝୋଡ଼ିଆ ସଂପ୍ରଦାୟ। ଆଦିବାସୀ ମାନ୍ୟତା ଦାବିରେ ଏମାନେ […]

  • Tuesday, 20 July 2021
prakash-behera
କଂଗ୍ରେସ ଛାଡ଼ି ପାରନ୍ତି ସାଲେପୁର ବିଧାୟକ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଜାରି ରହିଛି ହଟଚମଟ। ଡାକ୍ତର ଦାମୋଦର ରାଉତଙ୍କ ପରେ ପଦ୍ମ କ୍ୟାମ୍ପରେ ସାମିଲ୍‌ ହୋଇପାରନ୍ତି ସାଲେପୁର ବିଧାୟକ ପ୍ରକାଶ ବେହେରା। ଆସନ୍ତାକାଲି ସେ କଂଗ୍ରେସ ଛାଡୁଥିବା ପ୍ରକାଶଙ୍କ ନିକଟତମ ସୂତ୍ରରୁ ସୂଚନା ମିଳିଛି। ତେବେ ପ୍ରକାଶ କିନ୍ତୁ ଏନେଇ ମୁହଁ ଖୋଲିନାହାନ୍ତି। ସେପଟେ ସାଲେପୁରରୁ ପ୍ରଶାନ୍ତ ବେହେରାଙ୍କ ଟିକଟ କେହି କାଟି ପାରିବେ ନାହିଁ ବୋଲି ମନ୍ତ୍ରୀ ପ୍ରତାପ ଜେନାଙ୍କ ଘୋଷଣା ପରେ ପ୍ରକାଶଙ୍କ ବିଜେଡି ଯିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ […]

  • Tuesday, 20 July 2021
pratap
ସାମ୍ନାକୁ ଆସିଲା ଭୋଟରଙ୍କୁ ଟଙ୍କା ଲୋଭ ଦେଖାଉଥିବା ମନ୍ତ୍ରୀଙ୍କ ଭିଡିଓ

ଭୁବନେଶ୍ୱର: ବିଜେଡି ସଭାରେ ଭୋଟରଙ୍କୁ ଟଙ୍କା ଲୋଭ ଦେଖାଉଥିବା ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡିଓକୁ ନେଇ ବିବାଦ ପରେ ଏବେ ଏହାର ଭିଡିଓ ଫୁଟେଜ୍ ସାମ୍ନାକୁ ଆସିଛି। ସାଲେପୁର ମାଳଠାରେ ଗତ ୧୩ ତାରିଖରେ ଏକ ସଭାରେ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଖୋଲା ଅଫର ଦେଇଥିଲେ ପ୍ରତାପ। ସାଲେପୁର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ ଯେଉଁ ପଞ୍ଚାୟତ ଅଧିକ ଭୋଟ୍ ଦେବ ସେହି ପଞ୍ଚାୟତକୁ ୩୫ ଲକ୍ଷ ଓ ବୁଥ୍‌କୁ ୧୫ ଲକ୍ଷ ଟଙ୍କା […]

  • Tuesday, 20 July 2021
bjp2
କ୍ଷମତାକୁ ଆସିଲେ ୬ ମାସ ଭିତରେ ସବୁ ଚିଟ୍‌ଫଣ୍ଡ କ୍ଷିତଗ୍ରସ୍ତଙ୍କୁ ଚିହ୍ନଟ କରାଯାଇ: ବିଜେପି

ଭୁବନେଶ୍ୱର: କ୍ଷମତାକୁ ଆସିଲେ ୬ ମାସ ଭିତରେ ସବୁ ଚିଟ୍‌ଫଣ୍ଡ କ୍ଷିତଗ୍ରସ୍ତଙ୍କୁ ଚିହ୍ନଟ କରାଯିବ। ପରବର୍ତ୍ତୀ ୬ ମାସ ମଧ୍ୟରେ ଅର୍ଥ ଫେରସ୍ତ କରିବ। ନିଜ ନିର୍ବାଚନୀ ଇସ୍ତାହାର ପତ୍ରରେ ଏକଥା ସ୍ଥାନିତ କରିବାକୁ ବିଜେପି ଇସ୍ତାହାର କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଏହାସହ ଦଳ କ୍ଷମତାକୁ ଆସିଲେ ଭାଗଚାଷୀ ଆଇନ ଲାଗୁ କରିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ଇସ୍ତାହାର କମିଟି ଅଧ୍ୟକ୍ଷ ବିଶ୍ୱଭୂଷଣ ହରିଚନ୍ଦନ। ଏ ଦୁଇ ପ୍ରସଙ୍ଗ ସହ ଜଳସେଚନକୁ ଗୁରୁତ୍ୱ ଓ […]

  • Tuesday, 20 July 2021
bjp1
ଦାମଙ୍କ ‘ଆପଣମାନେ ଖୁସି ତ’ ବାଣ, ବୈଜୟନ୍ତ ମାରିଲେ ଛକା

ଭୁବନେଶ୍ୱର: ଦିଲ୍ଲୀରେ ପଦ୍ମ ଧରିବା ପରେ ବରିଷ୍ଠ ନେତା ଡା. ଦାମୋଦର ରାଉତ ଆସି ଓଡ଼ିଶା ଫେରିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ଏକ ରାଲିରେ ତାଙ୍କୁ ବିଜେପି କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେଠାରେ ତାଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ସଭାରେ ଦାମ ଏବଂ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରିଥିଲେ। ଏହି ସଭାରେ ଦାମବାବୁ ନବୀନଙ୍କ […]

  • Tuesday, 20 July 2021
dama-ok
ପଦ୍ମ ଧରିଲେ ଦାମ

ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେପିରେ ଯୋଗଦେଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ପ୍ରଭାରୀ ଅରୁଣ ସିଂ ଓ କେଭି ସିଂଦେଓଙ୍କ ଉପସ୍ଥିତିରେ ସେ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଛନ୍ତି। ବିଜେପିରେ ଯୋଗ ଦେବା ପରେ ସେ କହିଛନ୍ତି,“ଓଡ଼ିଶାର ସ୍ୱାର୍ଥ ପାଇଁ ମୁଁ ବିଜେପିରେ ଯୋଗ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ […]

  • Tuesday, 20 July 2021
bolangiri
ବଲାଙ୍ଗିରରେ ବଢ଼ିବାରେ ଲାଗିଛି ରାଜନୈତିକ ଉଷ୍ମତା

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ନିର୍ବାଚନ ଯେତେ ପାଖେଇ ଆସୁଛି ବଲାଙ୍ଗିରରେ ରାଜନୈତିକ ଉଷ୍ମତା ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ୫ଟି ବିଧାନସଭା ମଣ୍ଡଳୀରୁ କାଁ ଭାଁ ଗୋଟିଏ, ଅଧେକୁ ଛାଡିଦେଲେ, ସବୁଠି ମାଳ ମାଳ ଆଶାୟୀ। ତେଣୁ କେଉଁଠୁ କିଏ ଟିକେଟ ପାଇବ ? ବିଧାୟକଙ୍କ ଟିକେଟ ରହିବ ନାଁ କଟିବ ? ଏପରି ରାଜନୈତିକ ହିସାବ ନିକାଶରେ ଏବେ ବ୍ୟସ୍ତ ଅଛନ୍ତି ଆଶାୟୀମାନେ। ବଲାଙ୍ଗିର ସଦର ନିର୍ବାଚନ ମଣ୍ଡଳୀ ଜିଲ୍ଲାର ରାଜନୀତିରେ ବେଶ ଗୁରୁତ୍ୱ ବହନ […]

  • Tuesday, 20 July 2021
advejary
ଶୃଙ୍ଖଳିତ ନିର୍ବାଚନ ପାଇଁ ଗାଇଡ୍‌ଲାଇନ୍‌ ଜାରି କଲା କମିଶନରେଟ ପୁଲିସ

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ନେଇ ସବୁ ଦଳ ମଧ୍ୟରେ ଚାଲିଛି ଜୋରଦାର କସରତ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର କମିଶନରେଟ ପୁଲିସ ପକ୍ଷରୁ ପ୍ରାର୍ଥୀଙ୍କ ପାଇଁ ଆଡ୍‌ଭାଇଜାରୀ ସହ ପବ୍ଲିକ୍ ମିଟିଂ, ରାଲି ଓ ରୋଡ୍‌ ଶୋ’ ପାଇଁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ସେହିପରି ଶିଶୁ, ପଶୁ ଓ ସ୍କୁଲ ଡ୍ରେସ୍‌ରେ ଥିବା ପିଲାଙ୍କୁ ପ୍ରଚାରରେ ସାମିଲ ନକରିବାକୁ ନିର୍ଦ୍ଦେଶ ରହିଛି। ନିୟମ ଉଲ୍ଲଂଘନ କଲେ ପ୍ରାର୍ଥୀଙ୍କଠାରୁ ଫାଇନ ଆଦାୟ ସହ ମାମଲା ରୁଜୁ […]

  • Tuesday, 20 July 2021
pratap
ପ୍ରତାପ ଜେନାଙ୍କ ଭୋଟ ପାଇଁ ପ୍ୟାକେଜ୍‌ ଘୋଷଣା: ଦେବେ ୩୫ ଲକ୍ଷ !

ସାଲେପୁର: ଭୋଟରଙ୍କୁ ପ୍ରଲୋଭିତ କରିବାକୁ ମନ୍ତ୍ରୀ ପ୍ରତାପ ଜେନା ଖୋଲା ଅଫର ଘୋଷଣା କରିଛନ୍ତି। ସାଲେପୁରର ମାଳଠାରେ ଆୟୋଜିତ ବିଜେଡି ସଭାରେ ମନ୍ତ୍ରୀ ଭୋଟ୍ ପାଇଁ ଟଙ୍କା ଲୋଭ ଦେଖାଇଥିବା ଅଭିଯୋଗ ହୋଇଛି। ସାଲେପୁର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ ଯେଉଁ ପଞ୍ଚାୟତ ଅଧିକ ଭୋଟ୍ ଦେବେ ସେହି ପଞ୍ଚାୟତକୁ ୩୫ ଲକ୍ଷ ଓ ବୁଥ୍‌କୁ ୧୫ ଲକ୍ଷ ଟଙ୍କା ଦିଆଯିବ ବୋଲି ମନ୍ତ୍ରୀ ଖୋଲାଖୋଲି ଘୋଷଣା କରିଛନ୍ତି। ଏହି ଅର୍ଥ ନିର୍ବାଚନ ପରେ […]

  • Tuesday, 20 July 2021
mamata
ମମତାଙ୍କ ମହିଳା କାର୍ଡ ବଢ଼ାଇଲା ଓଡ଼ିଶାରେ ଚିନ୍ତା

ଭୁବନେଶ୍ୱର: ମମତା ବାନାର୍ଜୀ ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗର ୪୨ ସାଂସଦ ସିଟ୍‌ରେ ୧୭ ଜଣ ମହିଳା (୪୧ ପ୍ରତିଶତ)ଙ୍କୁ ପ୍ରାର୍ଥୀ କରି ପୂରା ଦେଶରେ ହଇଚଇ ସୃଷ୍ଟି କରିଛନ୍ତି। ଯାହାର ପ୍ରଭାବ ଓଡ଼ିଶା ରାଜନୀତିରେ ପଡ଼ିବାକୁ ଲାଗିଛି। ମମତାଙ୍କ ମାଷ୍ଟର ଷ୍ଟ୍ରୋକ୍‌ ପରେ ୧୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିସାରିଥିବା କଂଗ୍ରେସ୍‌ ଏଥିରେ ପରିବର୍ତ୍ତନ କରିବାକୁ ଯାଉଛି। ଅନ୍ୟପକ୍ଷରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କାର୍ଡ ଖେଳି କିଛିଦିନ ତଳେ ଜାତୀୟ […]

  • Tuesday, 20 July 2021
bjd1
ସମ୍ଭାବ୍ୟ ବିଦ୍ରୋହ ଏଡ଼ାଇବାକୁ ବିଜେଡିର ନୂଆ ଯୋଜନା!

ଭୁବନେଶ୍ୱର: ଏକାଧିକ ଆଶାୟୀ ତା’ସାଙ୍ଗକୁ ସିଟିଂ ବିଧାୟକ ଓ ସାଂସଦଙ୍କ ବିରୋଧରେ ଜନମତ। ଏହାକୁ ନେଇ ପ୍ରାର୍ଥୀ ଚୟନ ଦ୍ୱନ୍ଦ୍ୱରେ ପଡ଼ିଛି ବିଜେଡି। ତେଣୁ ସମ୍ଭାବ୍ୟ ଅସନ୍ତୋଷ ଓ ବିଦ୍ରୋହକୁ ଏଡ଼ାଇବା ଲାଗି ଦଳ ଏକାଥରକେ ବଦଳରେ ପର୍ଯ୍ୟାୟ କ୍ରମେ କରିପାରେ ପ୍ରାର୍ଥୀ ଘୋଷଣା। ପ୍ରଥମ ପର୍ଯ୍ୟାୟ ପାଇଁ ତାଲିକା ଚୂଡ଼ାନ୍ତ ହୋଇଥିବା କୁହାଯାଉଥିଲେ ବି ଆଜି ଏସବୁ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଛନ୍ତି ନବୀନ। ସେ ଫାଇନାଲ୍ ଟଚ୍ ଦେବା ପରେ ତାଲିକା ଘୋଷଣା […]

  • Tuesday, 20 July 2021
dama
କେଉଁ ଦଳକୁ ଯିବେ ଦାମ ?

ଭୁବନେଶ୍ୱର: ବରିଷ୍ଠ ନେତା ତଥା ବିଧାୟକ ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ ହେବା ପରେ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଏବେ ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଥିବା ବେଳେ ସେ ବିଜେପି ନା କଂଗ୍ରେସ୍‌କୁ ଯିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏନେଇ ଦାମ ଦାମ କହିଛନ୍ତି, “ସେ ନିଶ୍ଚିତ ଯିବେ, ତେବେ କେଉଁ ଦଳକୁ ଯିବେ ତାହା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଜଣାଇବେ। ଉଭୟ ବିଜେପି […]

  • Tuesday, 20 July 2021
naveen
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି

ଭୁବନେଶ୍ୱର: ଏପ୍ରିଲ ୧୧ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡିର ଟିକେଟ କସରତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫାଇନାଲ୍‌ ଟଚ୍‌ ଦେବା ବାକି ରହିଛି। ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଆସନ କଳାହାଣ୍ଡି, କୋରାପୁଟ, ବ୍ରହ୍ମପୁର ଓ ନବରଙ୍ଗପୁର ପାଇଁ ବିଜେଡି ଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରେ। ୪ଟି ଲୋକସଭା ସମେତ ଏହା ଅଧୀନରେ ଆସୁଥିବା ୨୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ। ତେବେ […]

  • Tuesday, 20 July 2021
congress
ପୃଥ୍ୱୀ ନିର୍ବାଚନ ଲଢ଼ିବାକୁ ଚାହିଁଲେ, ବିଚାର କରିବୁ: ନିରଞ୍ଜନ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ନିର୍ବାଚନ ଲଢ଼ିବା ପାଇଁ ଇଚ୍ଛୁକ ଥିବା ସଙ୍କେତ ଦେବା ପରେ ରାଜ୍ୟ କଂଗ୍ରେସ୍‌ରେ ରାଜନୀତି ସରଗରମ ହୋଇଛି। ଏହାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ମତ ରଖିଛନ୍ତି। ସେ କହିଛନ୍ତି, “ନିର୍ବାଚନ ଲଢିବା ନେଇ ପୃଥ୍ୱୀବଲ୍ଲଭ ଇଚ୍ଛୁକ ନୁହନ୍ତି। ସେ ଏଥିପାଇଁ ଆଗ୍ରହୀ ନଥିବା ବ୍ୟକ୍ତିଗତ ଭାବେ ମୋତେ ଜଣାଇଛନ୍ତି।” ସେ ଆହୁରି କହିଛନ୍ତି, “ଯଦି ସେ ନିର୍ବାଚନ ଲଢିବା ପାଇଁ […]

  • Tuesday, 20 July 2021
sdfsadf
ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ବିଜେଡି ନେତ୍ରୀ ସିପ୍ରା ମଲ୍ଲିକ

ଭୁବନେଶ୍ୱର: ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ବିଜେଡି ନେତ୍ରୀ ସିପ୍ରା ମଲ୍ଲିକ। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା ପରେ ସେ ଏହି ସୂଚନା ଦେଇଛନ୍ତି। ଦଳୀୟ ଟିକେଟ୍ ନ ମିଳିବାରୁ ଗତକାଲି ସିପ୍ରା ମଲ୍ଲିକ କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତେବେ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ବୋଲି କହିଛନ୍ତି ସିପ୍ରା। ପ୍ରାର୍ଥିପତ୍ର ପ୍ରତ୍ୟାହାର ନିଷ୍ପତ୍ତି ପରେ ସିପ୍ରା କହିଛନ୍ତି,“ଏଥର ନିର୍ବାଚନ ଲଢ଼ିବାକୁ ଇଚ୍ଛାଥିଲା। […]

  • Tuesday, 20 July 2021
fdgfg
ଭୋଟ୍‌ ଗ୍ରହଣ ପାଇଁ ମାଲକାନଗିରି ଓ କୋରାପୁଟ୍‌ରେ ପ୍ରସ୍ତୁତି କଡ଼ାକଡ଼ି

ଭୁବନେଶ୍ୱର: ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ନିର୍ବାଚନ ହେବ। ଏହି ଅଞ୍ଚଳ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଏଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଚ୍ଛିନ୍ନାଞ୍ଚଳ ଓ ମାଓ ଉପଦ୍ରୁତ ଅଞ୍ଚଳକୁ ହେଲିକପ୍ଟର୍ ଯୋଗେ ପୋଲିଂ ପାର୍ଟି ଓ ସୁରକ୍ଷା କର୍ମୀଙ୍କୁ ପଠାଯାଇଛି। ନିର୍ବାଚନ କାର୍ଯ୍ୟରେ ବାୟୁସେନାର ହେଲିକପ୍ଟର୍ ନିୟୋଜିତ କରାଯାଇଛି। ଚିତ୍ରକୋଣ୍ଡାର କୁନ୍ତରପଦରରେ ୧୦ଟି ବୁଥ ଥିବାରୁ ଥରକେ ୨ରୁ ୩ଟି ପୋଲିଂ ପାର୍ଟିକୁ  ହେଲିକପ୍ଟର୍‌ରେ ନିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ୧୦ଟି ବୁଥକୁ […]

  • Tuesday, 20 July 2021
fdsdf
ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଗାଡ଼ିରୁ ଜବତ ହେଲା ଦୁଇ ଲକ୍ଷ ଟଙ୍କା

ଧର୍ମଗଡ଼: ରାଜ୍ୟରେ ନିର୍ବାଚନୀ ମାହୋଲ ଚାଲୁଥିବାରୁ ବିଭିନ୍ନ ଆଡ଼ୁ ଟଙ୍କା ଓ ମଦ ଜବତ ହେଉଥିବା ବେଳେ ଆଜି ଖୋଦ୍‌ ଶାସକ ଦଳର ବିଧାୟକ ପ୍ରାର୍ଥୀଙ୍କ ଗାଡ଼ିରୁ ୨ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ଲାଞ୍ଜିଗଡ଼ର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ କାରରୁ ଏହି ମୋଟା ଅଙ୍କର ଅର୍ଥରାଶି ଜବତ ହୋଇଛି। ଜୟପାଟଣାରେ ପ୍ରଦୀପଙ୍କ କାର୍‌ରୁ ଏହି ଟଙ୍କା ଜବତ କରିଛି ଫ୍ଲାଇଂ ସ୍କ୍ୱାଡ୍। ତେବେ ଏହି ଟଙ୍କା କେଉଁଠୁ ଆସିଲା ସେ […]

  • Tuesday, 20 July 2021
bhauja
ବଲାଙ୍ଗିରରେ ଏଥର ବି ରୟାଲ ଫାଇଟ୍: ମୁହାଁମୁହିଁ ରାଜପରିବାର ଦିଅର ଓ ଭାଉଜ

ବଲାଙ୍ଗିର(ମନରଂଜନ ଯୋଷୀ): ବଲାଙ୍ଗିର ଲୋକସଭା ଆସନରେ ଏଥର ବି ରୟାଲ୍ ଫାଇଟ୍ ଦେଖିବାକୁ ମିଳିବ। କାରଣ ନିର୍ବାଚନୀ ମୈଦାନରେ ମୁହାଁମୁହିଁ ହୋଇଛନ୍ତି ପାଟଣା ରାଜପରିବାର ଦିଅର-ଭାଉଜ। ବିଜେପି ପ୍ରାର୍ଥୀ ସଂଗୀତ ସିଂହଦେଓଙ୍କୁ ଟକ୍କର ଦେଉଛନ୍ତି ବିଜେଡିର କଳିକେଶ ସିଂହଦେଓ। ୨୦୦୯ ଓ ୨୦୧୪ରେ ବିଜେଡି କ୍ରମାଗତ ଭାବେ ଦୁଇ ଥର ଏହି ଆସନକୁ କବ୍‌ଜା କରିଛି। ଉଭୟ ଥର ରାଜ ପରିବାରର ଲାଲସାହେବ କଳିକେଶଙ୍କୁ ନିର୍ବାଚିତ କରିଛନ୍ତି ବଲାଙ୍ଗିରବାସୀ। ବାପା ଅନଙ୍ଗ ଉଦୟ ସିଂଦେଓ ଓ ଦଳୀୟ […]

  • Tuesday, 20 July 2021
naveen
ଆଜି ସୁନ୍ଦରଗଡ଼ରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ଼ରେ ମାରାଥନ ପ୍ରଚାର କରିବେ। ସୁନ୍ଦରଗଡ଼ ଜିଲ୍ଲାରେ ୬ଟି ନିର୍ବାଚନୀ ସଭାରେ ଯୋଗ ଦେବା ସହ ୨ଟି ରୋଡ୍ ଶୋ’ ମଧ୍ୟ କରିବେ। ମୁଖ୍ୟମନ୍ତ୍ରୀ ସକାଳ ୧୦ଟା ୩୫ ମିନିଟରେ ସୁନ୍ଦରଗଡ଼ ନିର୍ବାଚନମଣ୍ଡଳୀର ହେମଗିରିଠାରେ ପହଞ୍ଚି ନିର୍ବାଚନୀ ସଭାରେ ଯୋଗ ଦେବେ। ଏହାପରେ ତଳସରା ବିଧାନସଭାମଣ୍ଡଳୀର ତିଲେଇକାନୀ, ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀର ଜାମପାଲି ଓ ବଣାଇ ଏବଂ ପରେ ବୀରମିତ୍ରପୁର ବିଧାନସଭା ର୍ନିବାଚନମଣ୍ଡଳୀର ରାଏବଗାରେ ର୍ନିବାଚନୀ ସଭାରେ […]

  • Tuesday, 20 July 2021
fs
କଂଗ୍ରେସଠୁ ଆହୁରି ନିକୃଷ୍ଟ ଶାସନ ବିଜେଡିର: ଶାହ

ଭୁବନେଶ୍ୱର: ଓଡ଼ିଶା ଗସ୍ତ ଅବସରରେ ଆଜି ରାଜ୍ୟ ସରକାରଙ୍କ ଉପରେ ଜୋରଦାର୍ ଢଙ୍ଗରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଦଳର ଇସ୍ତାହାର ଉନ୍ମୋଚନ ଅବସରରେ ସେ କହିଛନ୍ତି ଯେ ବିଜେଡିର ଶାସନ କଂଗ୍ରେସ ଶାସନଠାରୁ ମଧ୍ୟ ନିକୃଷ୍ଟ ଧରଣର। ସେ ଆହୁରି ମଧ୍ୟ କହିଛନ୍ତି, ବିଜେଡି ସରକାରରେ ନବୀନ ଆଗରେ ଥିଲେ ବି ପଛରେ ରହି ବାବୁମାନେ ହିଁ ଶାସନ କରୁଛନ୍ତି। ଦୂରଦୃଷ୍ଟିର ଅଭାବ, ଆଳସ୍ୟ, ଦୁର୍ନୀତି ଓଡ଼ିଶାକୁ ପତନ ଆଡ଼କୁ ନେଉଛି। ବିଜେଡିରେ […]

  • Tuesday, 20 July 2021
g
ଭାଇରାଲ୍ ଭିଡ଼ିଓକୁ ନେଇ ଅଡ଼ୁଆରେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝୀ

ଭୁବନେଶ୍ୱର: ଭାଇରାଲ ଭିଡ଼ିଓ ନେଇ ଅଡ଼ୁଆରେ ନବରଙ୍ଗପୁର କଂଗ୍ରେସ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ। ସୋଶାଲ୍ ମିଡିଆରେ ପ୍ରଦୀପ ମାଝୀଙ୍କ ସହ ଏକ ଯୁବତୀଙ୍କ ଆପତ୍ତିଜନକ ଭିଡ଼ିଓ ଭାଇରାଲ ହେବା ପରେ ବିଜେଡି ମହିଳା ମୋର୍ଚ୍ଚା ପ୍ରଦୀପଙ୍କୁ ଟାର୍ଗେଟ୍‌ କରିଛି। ଯାହାର ନାରୀ ଜାତିଙ୍କ ପ୍ରତି ସମ୍ମାନ ନାହିଁ ସେ ସଂସଦରେ ନାରୀ ଜାତିର ନ୍ୟାୟ ପାଇଁ କ’ଣ ଲଢ଼େଇ କରିବ ବୋଲି ବିଜେଡି ମହିଳା ମୋର୍ଚ୍ଚା ପ୍ରଶ୍ନ କରିଛି। ଏଆଇସିସି ଓ ପିସିସି ତରଫରୁ ପ୍ରଦୀପଙ୍କ […]

  • Tuesday, 20 July 2021
naveen
ରାୟଗଡ଼ା ଓ ଗଜପତି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଜୋର୍‌ଦାର୍ ପ୍ରଚାର

ଭୁବନେଶ୍ୱର: ରାୟଗଡ଼ା ଓ ଗଜପତି ଜିଲ୍ଲାରେ ଜୋରଦାର ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁଣୁପୁର ନିର୍ବାଚନୀ ସଭାରେ ଯୋଗଦେଇ ବିଜେପି ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ନବୀନ। ତିତଲିରେ ଅନେକ କ୍ଷୟକ୍ଷତି ହୋଇଥିଲେ ହେଁ ଓଡ଼ିଶାକୁ କ୍ଷତିପୂରଣ ଦେବାରେ କେନ୍ଦ୍ର ସରକାର ପାତରଅନ୍ତର କଲେ। ରାଜ୍ୟ ସରକାରଙ୍କ ଆହାର ଯୋଜନାରେ ମଧ୍ୟ କେନ୍ଦ୍ର ସରକାର ସହଯୋଗ କରିନାହାନ୍ତି। ଏବେ ନିର୍ବାଚନ ଆସିବାରୁ ଓଡ଼ିଶା କଥା କେନ୍ଦ୍ରର ମନେ ପଡ଼ିଲା ବୋଲି ନବୀନ କହିଛନ୍ତି। ତେବେ […]

  • Tuesday, 20 July 2021