Advertisment

ନିଶ୍ଚୟ ଆକ୍ସନ ନିଆଯିବ ବୋଲି ଆଶା: ବୈଜୟନ୍ତ

ଏହି ଘଟଣାରେ ଯେଉଁ ଅଭିଯୋଗ ଆସିଛି, ତାହା ଅତି ସାଂଘାତିକ ଅଭିଯୋଗ। ଗୋଟିଏ ମହିଳା ହଷ୍ଟେଲକୁ ମନ୍ତ୍ରୀ ଯିବା ଅଭିଯୋଗ ଆସୁଛି। ସେ ସେଠାକୁ କାହିଁକି ଯାଉଥିଲେ। ଏହି ପ୍ରସଙ୍ଗ ଏବେ ଓଡ଼ିଶା ଭିତରେ ସୀମିତ ରହିନି, ବରଂ ଜାତୀୟ ମିଡ଼ିଆରେ ବି ଚର୍ଚ୍ଚା ହେଉଛି।

author-image
Chandan Shishu
Mamita Meher Murder Case

Mamita Meher Murder Case

ଭୁବନେଶ୍ୱର: ଗତ କିଛି ବର୍ଷ ହେଲା ଓଡ଼ିଶାରେ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି ଏବଂ ବିଭିନ୍ନ ମାମଲାରେ ରାଜନୈତିକ ଦିଗ ମଧ୍ୟ ରହୁଛି। ରାଜନୈତିକ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆସିଲେ ମଧ୍ୟ ସରକାର ଯେମିତି ପଦକ୍ଷେପ ନେବା କଥା, ସେମିତି ନିଆଯାଇନାହିଁ। ମମିତା ହତ୍ୟା ମାମଲାରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

Advertisment

ଏହି ଘଟଣାରେ ଯେଉଁ ଅଭିଯୋଗ ଆସିଛି, ତାହା ଅତି ସାଂଘାତିକ ଅଭିଯୋଗ। ଗୋଟିଏ ମହିଳା ହଷ୍ଟେଲକୁ ମନ୍ତ୍ରୀ ଯିବା ଅଭିଯୋଗ ଆସୁଛି। ସେ ସେଠାକୁ କାହିଁକି ଯାଉଥିଲେ। ଏହି ପ୍ରସଙ୍ଗ ଏବେ ଓଡ଼ିଶା ଭିତରେ ସୀମିତ ରହିନି, ବରଂ ଜାତୀୟ ମିଡ଼ିଆରେ ବି ଚର୍ଚ୍ଚା ହେଉଛି। ତେଣୁ ଆଶା କରୁଛି ଏହା ଉପରେ ନିଶ୍ଚୟ ଆକ୍ସନ ନିଆଯିବ ବୋଲି ବୈଜୟନ୍ତ କହିଛନ୍ତି ।

ମମିତା ରାଜନୀତି ପ୍ରସଙ୍ଗ ନେଇ ଗତକାଲି ଟ୍ୱିଟ୍ ଯୋଗେ ବୈଜୟନ୍ତ ଲେଖିଛନ୍ତି ଯେ, ଜଣେ ମହିଳାଙ୍କୁ ହତ୍ୟା କରାଗଲା, ଯୁବତୀମାନଙ୍କୁ ଶୋଷଣ କରାଯାଇଥିବାର ଅଭିଯୋଗ ରହିଛି। ଏହାକୁ ନେଇ ରାଜ୍ୟରେ ନିଆଁ ଜଳୁଛି, କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଙ୍କ ମନ୍ତ୍ରୀଙ୍କୁ ବାଦ ଦେବାକୁ ମନା କରୁଛନ୍ତି। ଏସବୁ ପଢ଼ି କାନ୍ଦିବା ଛଡ଼ା ଆଉ କିଛି ଉପାୟ ନାହିଁ।

Advertisment
Baijayant Panda Mamita Meher Death Case BJP National Vice-President
Advertisment
Advertisment