ମମିତା ତାତି ଭିତରେ ଆଜି କଳହାଣ୍ଡି ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଛି । ସେପଟେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତକୁ ବିରୋଧ କରି କଳାପତାକା ଦେଖାଇବ ବିଜେପି ।
ମମିତା ମେହେର ହତ୍ୟା ମାମଲା ତାତି ଭିତରେ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ କରି କଳାପତାକା ଦେଖାଇବ ବିଜେପି।
ୟୁପି ସମେତ ୫ ରାଜ୍ୟ ବିଧାନସଭା ନିର୍ବାଚନରେ କେମିତି ହେବ ବାଜିମାତ୍ ? ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ମୋଦି ଦେଲେ ଗୁରୁମନ୍ତ୍ର । କରୋନା ଲଢ଼େଇ ସହ ଅର୍ଥନୀତିକୁ ଟ୍ରାକ୍କୁ ଫେରାଇ ଆଣିଥିବାରୁ ମୋଦିଙ୍କୁ ପ୍ରଶଂସା ।
ଦିବ୍ୟଶଙ୍କରଙ୍କ ହୋମ୍ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଶାସକ-ବିରୋଧୀI କାଲି ନବୀନଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ଛକାପଞ୍ଝା ରାଜନୀତି ।
ବିଜେଡିର ମିଶ୍ରଣ ପର୍ବରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ରଣହୁଙ୍କାର ଦେଇଛନ୍ତି। ବିରୋଧୀ ଦଳମାନେ କେବଳ ମିଛ କଥା କହୁଥିବା ଅଭିଯୋଗ ଆଣି, ଯଦି କିଛି ତଥ୍ୟ ପ୍ରମାଣ ଅଛି ତେବେ କୋର୍ଟରେ ଦେବାକୁ ସେ ଆହ୍ୱାନ ଦେଇଛନ୍ତି। ସେପଟେ ଦିବ୍ୟଶଙ୍କର ମିଶ୍ର, ଜିଲ୍ଲା ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀଙ୍କ ସହ ଷ୍ଟେଜ୍ ସେୟାର କରିବେ ନା ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି
ଦଳରୁ ନିଲମ୍ବନ ହେବା ପରେ ବି ଦଳୀୟ ପତାକା ସହ ଏବଂ ଦଳର କର୍ମୀଙ୍କ ସହ ରାଲି କରିଛନ୍ତି ବିଧାୟକ । ଖାଲି ସେତିକି ନୁହେଁ, ବିଧାୟକଙ୍କ ଏହି ବାଇକ ରାଲି ଓ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଦଳର ଶହ ଶହ କର୍ମୀ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ ରହିଥିବା ବେଳେ ଏହି ମାମଲାକୁ ଯେନତେନ ହାଲୁକା କରିବାକୁ ଚେଷ୍ଟା କରାଯାଇଛି । ତେଣୁ ତାଙ୍କ ପରିବାର ପରେ ସରକାରଙ୍କ ପକ୍ଷରୁ ଚାପ ପ୍ରୟୋଗ କରି ପରିବାର ଲୋକଙ୍କ ମତ ବଦଳାଇବାକୁ ଚେଷ୍ଟା କରାଯାଉଛି ବୋଲି ଜୁଏଲ ଅଭିଯୋଗ କରିଛନ୍ତି ।
ଆସନ୍ତାବର୍ଷ ବିଜେପି ଶାସିତ ୪ଟି ରାଜ୍ୟ ସମେତ ୫ଟିରେ ବିଧାନସଭା ନିର୍ବାଚନକୁ ନେଇ ଆଜି ବସିବାକୁ ଥିବା ବିଜେପିର କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହେବ । #OTV
ସୁଦାମ ମାରାଣ୍ଡିଙ୍କର ରାଜସ୍ୱ ସମୀକ୍ଷା ବୈଠକ ଢେଙ୍କାନାଳ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଥିଲା । ସର୍କିଟ ହାଉସଠାରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷକୁ ଯିବା ରାସ୍ତାରେ କଳାପତାକା ଦେଖାଇଥିଲେ ୪ ଯୁବକ ।
ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ତତ୍ପରତା । ଆସନ ସଂରକ୍ଷଣର ତାଲିକା ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହେବାପରେ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଜୋରଦାର କସରତ ।
ପଞ୍ଚାୟତ ନିର୍ବାଚନ ସଜବାଜ I ମତଦାନ ସମୟ ବଢ଼ାଇବା ଓ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ବୃଦ୍ଧି ଦାବି I ଭୋଟ୍ ଗ୍ରହଣର ସପ୍ତାହେ ପୂର୍ବରୁ ମଦ ବ୍ୟାନ୍ ପାଇଁ ପ୍ରସ୍ତାବ I ନିର୍ବାଚନ ଆୟୋଗଙ୍କ ସହ ସର୍ବଦଳୀୟ ବୈଠକ ବେଳେ ପ୍ରସ୍ତାବ I ତ୍ରୁଟିଶୂନ୍ୟ ଭୋଟର ଲିଷ୍ଟ୍ ଉପରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଫୋକସ୍
ବିଜେପିର ହଲ୍ଲାବୋଲ୍, ଆଟାକିଂ ମୁଡରେ କଂଗ୍ରେସ୍। ମନ୍ତ୍ରୀଙ୍କୁ ବହିଷ୍କାରରେ ବିଳମ୍ବ ନେଇ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା I ସିବିଆଇ ତଦନ୍ତ ଆଦେଶ ଦାବିରେ ବି ଆନ୍ଦୋଳନ।
ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦେବା ଓ ଘଟଣାର ସିବିଆଇ ତଦନ୍ତ ସହ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ତୀବ୍ର ହେଉଛି ପ୍ରତିବାଦ । ଏ ତିନି ବ୍ରହ୍ମାସ୍ତ୍ରକୁ ଧରି ରାଜ୍ୟ ସରକାରଙ୍କ ବିପକ୍ଷରେ ବିରୋଧୀ ଚଳାଇଥିବା ଶାଣିତ ଆକ୍ରମଣ ଥମିବାର ନାଁ ଧରୁନି ।
ଅତିକମ୍ରେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ଏକାଠି ବସି ଆଲୋଚନା କରିଥିଲେ କୋଟିଆ ବିବାଦର ସମାଧାନ ହୋଇପାରିଥାନ୍ତା । ମୁଁ ଶୁଣୁଛି ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଏଠାକୁ ଆସୁଛନ୍ତି ଆଲୋଚନା କରିବାକୁ ।
ରିପୋର୍ଟ ଦେବାର ୫ ଦିନ ଭିତରେ କେନ୍ଦ୍ରରୁ ରିଲିଜ ହେଲା ଟଙ୍କା । କିନ୍ତୁ ଓଡ଼ଶା ସରକାର ରିପୋର୍ଟ ନଦେଇ ଟଙ୍କା ପାଇଁ ଖାଲି ଚିଠି ଲେଖୁଛନ୍ତି କେନ୍ଦ୍ରକୁ ।
ମମିତା ମେହେର ହତ୍ୟା ମାମଲାରେ ବିରୋଧୀଙ୍କୁ ଜବାବ ଦେଇଛି ବିଜେଡି । ସସ୍ମିତ କହିଲେ ତୁଚ୍ଛା ରାଜନୀତି କରୁଛି ବିଜେପି ।
ଶଙ୍ଖ ଧରିଲେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ନବରଙ୍ଗପୁରରେ ଆୟୋଜିତ ବିଜେଡିର ମିଶ୍ରଣ କାର୍ଯ୍ୟକ୍ରମରେ ପ୍ରଦୀପ ମାଝୀ ଓ ତାଙ୍କ ସହ ଅନେକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ଟାର୍ଗେଟ୍ କରିଛି। ସମ୍ବେଦନହୀନ ସରକାର, ମୁଖ୍ୟମନ୍ତ୍ରୀ ଧ୍ରୁତରାଷ୍ଟ୍ର ଭଳି ବସିଛନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ।
ପଂଚାୟତ ର୍ନିବାଚନ ପ୍ରସ୍ତୁତି ନେଇ ସର୍ବଦଳୀୟ ବୈଠକ। ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରୁଛନ୍ତି ରାଜ୍ୟ ନିର୍ବାଚନ କମିଶନ୍ । ଶୁଣନ୍ତୁ... ।
ବିଜେଡିରେ ଯୋଗ ଦେବା ନେଇ ପ୍ରଦୀପ ମାଝି ପ୍ରତିକ୍ରିୟା ରଖି କହିଛନ୍ତି, ‘ଜନସେବା ଓ ଅଞ୍ଚଳର ଉନ୍ନତି ହେଉଛି ମୂଳ ଉଦ୍ଦେଶ୍ୟ ।
କଂଗ୍ରେସ ଟାର୍ଗେଟ୍ରେ ସରକାର। ପ୍ରେସମିଟ୍ କରି ଦଳ କହିଲା, ଶାସକ ଦଳର ନେତା ଓ ପ୍ରଶାସନ ଏଠି ଏକାଠି ହୋଇ ରହିଛନ୍ତି
ସରପଞ୍ଚ ଓ ସମିତିସଭ୍ୟଙ୍କ ନିର୍ବାଚନୀ ଖର୍ଚ୍ଚ ବୃଦ୍ଧି ସହ ପୂର୍ବରୁ ଥିବା ୮୦ ହଜାରକୁ ଡବଲ ବା ୨ ଲକ୍ଷ କରାଯିବାକୁ ଆଜି ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଦିଆଯାଇଛି
ଆସନ୍ତା ମଙ୍ଗଳବାର ଦିନ ଅର୍ଥାତ୍ ଅକ୍ଟୋବର ୯ରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଜଗନମୋହନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି
କୋଟିଆକୁ ନେଇ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ବେଳେ ଅକ୍ଟୋବର ୯ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।
ନବରଙ୍ଗପୁରରେ ଆଜି ବିଜେଡିର ବଡ଼ ଆୟୋଜନ। ସେଠି କଂଗ୍ରେସର ପୂର୍ବତନ ହେଭିୱେଟ୍ ନେତା ତାହ ଛାଡ଼ି ଶଙ୍ଖ ଫୁଙ୍କିବେ ବୋଲି ବ୍ୟବସ୍ଥା ଚାଲିଛି।