Advertisment

ସିଲ୍‌ କଭର୍‌ର ସିକ୍ରେଟ୍‌ ମୁଖ୍ୟମନ୍ତ୍ରୀଙ୍କୁ ଅଜଣା

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଦିନକୁ ଦିନ ତେଜୁଛି ରାଜନୀତି। ଆଗକୁ ବଡ଼ ଧରଣର ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ଉଭୟ ବିଜେପି ଓ କଂଗ୍ରେସ୍। ଜିଲ୍ଲାଓ୍ୱାରୀ ବନ୍ଦ ଡାକରା ଓ ଏସ୍‌ପି ଅଫିସ୍ ଘେରାଓ, ଦସ୍ତଖତ ଅଭିଯାନ, କ୍ୟାଣ୍ଡଲ ଯାତ୍ରା ଭଳି ଅନେକ କାର୍ଯ୍ୟକ୍ରମ ପାଇଁ ଯୋଜନା କରୁଛି ବିଜେପି।

author-image
Chandan Shishu
Lady Teacher Murder Case

Lady Teacher Murder Case

ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଦିନକୁ ଦିନ ଆସୁଛି ନୂଆ ନୂଆ ତଥା ସାଂଘାତିକ ତଥ୍ୟ। ଗୋବିନ୍ଦ-ମମିତା-ଦିବ୍ୟଶଙ୍କରଙ୍କ ମଧ୍ୟରେ ହୋଇଥିବା ତଥାକଥିତ ବୈଠକକୁ ନେଇ ଚର୍ଚ୍ଚା କୁହାଯାଉଛି। ଛତିଶଗଡ଼ ରାୟପୁରରେ ଥିବା ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଘରେ ହୋଇଥିଲା ଏକ ବୁଝାମଣା ବୈଠକ। ହତ୍ୟାକାଣ୍ଡର କିଛି ଦିନ ପୂର୍ବରୁ ଗୋବିନ୍ଦ ଓ ମମିତାଙ୍କ ମଧ୍ୟରେ କଂପ୍ରମାଇଜ୍ ଲାଗି କୁଆଡେ ଭରପୁର ଉଦ୍ୟମ କରିଥିଲେ। ଦିବ୍ୟଶଙ୍କର ଆଜି ଏଭଳି  ସାଂଘାତିକ ଅଭିଯୋଗ ଆଣିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହପାତ୍ର। ପୋଲିସକୁ ମିଳିଥିବା ମନ୍ତ୍ରୀଙ୍କ କିଛି କଲ୍ ରେକର୍ଡରୁ ଏହା ସ୍ପଷ୍ଟ ହୋଇଛି ଏବଂ ଏହି ରିପୋର୍ଟକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦିଆଯାଇଛି ବୋଲି କହିଛନ୍ତି ବିଜୟ।

Advertisment

ତେବେ କଲ୍ ରେକର୍ଡ ରିପୋର୍ଟକୁ ଅଣଓଡ଼ିଆ ଅଫିସର୍ ଲୁଚେଇ ରଖିଥିବା ସେ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଏସବୁର ଅନୁଧ୍ୟାନ କରିବାକୁ ଦାବି କରିଛନ୍ତି ବିଜୟ। ଏହାସହ କାହିଁକି ପୋଲିସ୍ ଗୋବିନ୍ଦର ଜୁଡିସିଆଲ କନଫେସନ୍ ଓ ଟିଆଇ ପରେଡ୍ କରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କଳାହାଣ୍ଡି ଓ ବଲାଙ୍ଗିରରେ ପୋଲିସ୍ ଫିଲ୍ମ ସୁଟିଂ କଲାଭଳି ତଦନ୍ତ କରୁଛି। ଏ ସଂପର୍କରେ ପୋଲିସ୍ କିମ୍ବା ଦିବ୍ୟଶଙ୍କରଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ। ସେପଟେ କଂଗ୍ରେସ୍ ଏକ ସମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛି, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ ଛତ୍ରଛାୟା ତଳେ ଗୋବିନ୍ଦ ତାର କରାନାମା ଚଳାଇଥିଲା। ଜାଣିଶୁଣି ବିଜୁଳି କାଟି ଗୋବିନ୍ଦଙ୍କୁ ଫେରାର କରାଯାଇଥିଲା।

ସେପଟେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଦିନକୁ ଦିନ ତେଜୁଛି ରାଜନୀତି। ଆଗକୁ ବଡ଼ ଧରଣର ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ଉଭୟ ବିଜେପି ଓ କଂଗ୍ରେସ୍। ଜିଲ୍ଲାଓ୍ୱାରୀ ବନ୍ଦ ଡାକରା ଓ ଏସ୍‌ପି ଅଫିସ୍ ଘେରାଓ, ଦସ୍ତଖତ ଅଭିଯାନ, କ୍ୟାଣ୍ଡଲ ଯାତ୍ରା ଭଳି ଅନେକ କାର୍ଯ୍ୟକ୍ରମ ପାଇଁ ଯୋଜନା କରୁଛି ବିଜେପି। ସେପଟେ ଆସନ୍ତା ୨୬ରେ ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ କରିବାକୁ ନିଷ୍ପତ୍ତି ନେଇଛି। କଂଗ୍ରେସ ସଚିବାଳୟ ଘେରାଉ କରିବ ବୋଲି କହିଛି।

Advertisment

ତେଣେ ଜାତୀୟ ମହିଳା କଂଗ୍ରେସ୍ ସଭାନେତ୍ରୀ ନିତା ଡିସୁଜା, ଆଜି ମମିତାଙ୍କ ଗାଁରେ ଏକ ପ୍ରତିବାଦ ଶୋଭାଯାତ୍ରା କରି ନ୍ୟାୟ ଦାବି କରିଥିଲେ। ସେ ମମିତାଙ୍କ ପରିବାର ସହ ସେ ପ୍ରାୟ ଘଣ୍ଟାଏ ଧରି ଆଲୋଚନା କରିଥିଲେ। ସେପଟେ ବିଜେଡି ଏସବୁ ଅଭିଯୋଗର ଜବାବ ରଖି କହିଛି ବିରୋଧୀ ହୀନ ରାଜନୀତି କରୁଛନ୍ତି। ଆଗକୁ ଥିବା ପଂଚାୟତ ନିର୍ବାଚନ ପାଇଁ ଏହା କେବଳ ନିର୍ବାଚନୀ ଚାଲ ବୋଲି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଅଡୁଆ ବଢୁଥିବା ବେଳେ ଦଳ କିନ୍ତୁ ତାଙ୍କ ପଛରେ ରହିଛି ତେବେ ଖୋଦ୍ ମନ୍ତ୍ରୀ କିନ୍ତୁ ପୁରା ନିରବ। ଯାହାକୁ ନେଇ ସନ୍ଦେହ ବଢିବାରେ ଲାଗିଛି।

ରିପୋର୍ଟ: ଅନ୍ତିମ ପାଣିଗ୍ରାହୀ, ଜଗଦୀଶ ଦାଶ ଓ ହରିହର ଚାନ୍ଦ

Bolangir Mamita Meher Murder Case Bijaya Mohapatra
Advertisment
Advertisment