• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

mi
ଚମ୍ପୁଆରୁ ଜିତିଲେ ବିଜେଡିର ମିନାକ୍ଷୀ ମହାନ୍ତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ମିନାକ୍ଷୀ ମହାନ୍ତ ବିଜୟୀ ହୋଇଛନ୍ତି। ମିନାକ୍ଷୀ ବିଜେପିର ମୁରଲୀ ଶର୍ମାଙ୍କୁ ୨୫, ୫୦୪ ଭୋଟରେ ହରାଇଛନ୍ତି। ୨୦୧୪ରେ ଏଠାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ସନାତନ ମହାକୁଡ଼ ଜିତିଥିଲେ।  ସୂଚନାଯୋଗ୍ୟ, ୨୦୧୪ ନିର୍ବାଚନରେ ଏଠାରେ ସ୍ୱାଧୀନ ପ୍ରାର୍ଥୀ ସନାତନ ମହାକୁଡ଼ ଓ ବିଜେଡି ପ୍ରାର୍ଥୀ ପପୁ ପମ୍‌ପମ୍‌ଙ୍କ ମଧ୍ୟରେ ଟକ୍କର ହୋଇଥିବା ବେଳେ ସନାତନ ବିଜୟୀ ହୋଇଥିଲା। ସନାତନଙ୍କ ପୂର୍ବରୁ ଏଠାରେ ବିଧାୟକ ଥିଲେ ଜିତୁ ପଟ୍ଟନାୟକ। ଏଥର […]

aa
ହାରିଯିବେକି ଏଇ ୨ ଭଉଣୀ ?

ଭୁବନେଶ୍ୱର  : ଏଥର ଅନେକ ନେତା ଓ ତାଙ୍କ ପିଲାମାନେ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ସେହିଭଳି କିଛି ନେତାଙ୍କର କେବଳ ପୁଅ ଅବା ଝିଅମାନେ ପ୍ରାର୍ଥୀ ହୋଇଛନ୍ତି। ଏହି ତାଲିକାରେ ସାମିଲ ଅଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ। ସେ ଏଥର ପ୍ରାର୍ଥୀ ହୋଇ ନାହାନ୍ତି। କିନ୍ତୁ ତାଙ୍କର ଦୁଇ ଝିଅ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ତା’ ପୁଣି ଦୁଇଟି ଭିନ୍ନ ଦଳରୁ। ତାଙ୍କ ବଡ଼ ଝିଅ ସୁନୀତା ବିଶ୍ୱାଳ କଂଗ୍ରେସ […]

6y
ଲୋକସଭା ଆସନରେ ଧିମା ଚାଲିଛି ଭୋଟ୍‌ ଗଣତି !

ଭୁବନେଶ୍ୱର: ଚାଲିଛି ଭୋଟ୍ ଗଣତି। ତେବେ ଓଡ଼ିଶାର କିଛି ଆସନରେ ଗଣତି ଧିମା ଚାଲିଥିବା ଲକ୍ଷ୍ୟ କରାଯାଉଛି। ବିଶେଷ କରି କିଛି ଲୋକସଭା ଆସନରେ ଏହା ଦେଖିବାକୁ ମିଳିଛି। । ମିଳିଥିବା ସୂଚନା ଆନୁଯାୟୀ, ଓଡ଼ିଶାରେ ୬୩ଟି ସ୍ଥାନରେ ଭୋଟ୍‌ ଗଣତି ଚାଲିଛି। ଅଧିକାଂଶ ବିଧାନସଭା ଆସନରେ ଟ୍ରେଣ୍ଡ ତୀବ୍ର ବେଗରେ ଜଣାପଡ଼ୁଥିବା ବେଳେ ଲୋକସଭା ଆସନ ଗୁଡ଼ିକରେ କିନ୍ତୁ ଗଣତି ଧୀରେ ଧୀରେ ହେଉଥିବା ଦେଖିବାକୁ ମିଳୁଛି। କେଉଁ କାରଣରୁ ଏପରି ହେଉଛି ତାହା ଏପର୍ଯ୍ୟନ୍ତ […]

kkv
ଏଠି ବାପ ଆଗରେ, ପୁଅ ପଛରେ

ଭୁବନେଶ୍ୱର : ଏଥର ନିର୍ବାଚନରେ ଯେତେ ଜଣ ପ୍ରାର୍ଥୀ ହୋଇଛନ୍ତି, ସେଥିରେ ବାପ-ପୁଅ ମଧ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର ଓ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର। ନରସିଂହ ମିଶ୍ର ବଲାଙ୍ଗିର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ସମରେନ୍ଦ୍ର ମିଶ୍ର ବଲାଙ୍ଗିର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସମରେନ୍ଦ୍ରଙ୍କର ଏହା ହେଉଛି ଡେବ୍ୟୁ ନିର୍ବାଚନ। ନରସିଂହ ମିଶ୍ର ଆଗରେ ରହିଥିବା ବେଳେ ତାଙ୍କ ପୁଅ ପଛରେ ରହିଛନ୍ତି। ବଲାଙ୍ଗିର ଲୋକସଭା […]

sadasiv
ନବରଙ୍ଗପୁର ବିଧାନସଭା ଆସନରୁ ଜିତିଲେ ସଦାଶିବ ପ୍ରଧାନୀ

ନବରଙ୍ଗପୁର: ରାଜ୍ୟରେ ଲୋକସଭା ଓ ବିଧାନସଭା ଆସନ ପାଇଁ ଭୋଟ୍ ଗଣନା ଚାଲିଥିବା ବେଳେ ନବରଙ୍ଗପୁର ବିଧାନସଭା ଆସନର ଫଳାଫଳ ଆସିଯାଇଛି। ଏହି ଆସନରେ ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜୟୀ ହୋଇଛନ୍ତି। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଗୌରୀ ମାଝୀଙ୍କୁ ୭୦୭୯ ଭୋଟ୍‌ରେ ପରାସ୍ତ କରିଛନ୍ତି। ସୂଚନାଯୋଗ୍ୟ, ୧୬ଟି ଲୋକସଭା ଆସନରେ ବିଜେଡି ଆଗୁଆ ଥିବାବେଳେ ବିଜେପି ୫ଟି ଆସନରେ ଆଗୁଆ ରହିଛି। ଅନ୍ୟପକ୍ଷରେ କଂଗ୍ରେସ କୌଣସି ଆସନରେ ଆଗରେ ନାହିଁ। ବିଧାନସଭା […]

  • Wednesday, 21 July 2021
sambit-1-750x430
ପୁରୀ ଲୋକସଭା ଆସନରେ ଆଗେଇଲେ ସମ୍ବିତ ପାତ୍ର

ଭୁବନେଶ୍ୱର: ଆଜି ରାଜ୍ୟରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟ୍‌ ଗଣତି ଚାଲିଛି। ଉଭୟ ଲୋକସଭା ଓ ବିଧାନସଭା ଆସନରେ ବିଜେଡି ଆଗରେ ରହିଛି। ତେବେ ଲୋକସଭା ଆସନରେ ପ୍ରାର୍ଥୀଙ୍କ ମଧ୍ୟରେ ଆଗପଛ ଚାଲିଛି। କେତେବେଳେ କିଏ ଆଗଉଛି, ତ କେତେବେଳେ ପଛଉଛି। ଆସିକା ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋୟୀ ଆଗୁଆ ଅଛନ୍ତି। ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଆଗୁଆ ରହିଛନ୍ତି। ବଲାଙ୍ଗିର ଲୋକସଭା ଆସନରେ ବିଜେପି […]

  • Wednesday, 21 July 2021
123
ମ୍ୟାଜିକ ନମ୍ବର ଆଗରେ ବିଜେଡି

ଭୁବନେଶ୍ୱର: ଆଜି ସାରା ଦେଶରେ ଭୋଟ୍ ଗଣତି ଚାଲିଥିବା ବେଳେ ବିଜେପି ଆଗୁଆ ରହିଛି। ତେବେ ଓଡ଼ିଶା ବିଧାନସଭାରେ ଆଞ୍ଚଳିକ ଦଳ ବିଜେଡି ଆଗରେ ରହିଛି । ରାଜ୍ୟର ୧୪୭ ବିଧାନସଭା ଆସନ ମଧ୍ୟରୁ  ବିଜେଡି ୯୪ଟି ଆସନରେ ଆଗୁଆ ଅଛି। ବିଜେପି ୨୯ଟି ଆସନରେ ଆଗରେ ଅଛି। କଂଗ୍ରେସ ୧୨ଟି ଆସନରେ ଆଗୁଆ ରହିଛି। ରାଜ୍ୟରେ ସରକାର ଗଢିବା ପାଇଁ ମ୍ୟାଜିକ ନମ୍ବର ହେଉଛି ୭୪। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଯାହା ଜଣାପଡ଼ୁଛି, ବିଜେଡି ମ୍ୟାଜିକ […]

  • Wednesday, 21 July 2021
kk
ବିଜେପି ୨୨ ଏବଂ ବିଜେଡି ୮୮ ସିଟ୍‌ରେ ଆଗୁଆ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବିବୃତି ମୁତାବକ ରାଜ୍ୟରେ ଏବେ ଭୋଟ ଗଣନା ଆଗେଇ ଚାଲିଥିବା ବେଳେ ବିଜେପି ୨୨ଟି ଓ ବିଜେଡି ୮୮ ସିଟ୍‌ରେ ଆଗୁଆ ରହିଛି। ସେହିପରି କଂଗ୍ରେସ ୨ଟି ବିଧାନସଭା ସିଟ୍‌ରେ ଆଗୁଆ ରହିଥିବା ଜଣାପଡିଛି। ସମସ୍ତ ୧୪୬ ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟ ଗଣତି ଚାଲିଛି। କଂଗ୍ରେସର ସ୍ଥିତି ଭଲ ନ ଥିଲେ ମଧ୍ୟ ୨ଟି ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଆଗୁଆ ରହିଥିବା  ଖବର ମିଳିଛି। କଂଗ୍ରେସ ଦଳରୁ ଜଟଣୀ […]

  • Wednesday, 21 July 2021
aparajita-750x430
ଓଡ଼ିଶାରେ ୬ ବିଜେପି ଓ ୯ ବିଜେଡି ଲୋକସଭା ପ୍ରାର୍ଥୀ ଆଗୁଆ

ଭୁବନେଶ୍ୱର : ଭୋଟ୍ ଗଣତି ଚାଲିଛି। ଶେଷ ଖବର ଲେଖାଯିବା ସୁଦ୍ଧା ଓଡ଼ିଶାର ୨୧ଟି ଲୋକସଭା ଆସନରୁ ୧୫ ଟିର ଫଳାଫଳ ଆସୁଛି। ଏଥିରେ ୬ଟି ଆସନରେ ବିଜେପି ଆଗୁଆ ରହିଥିବା ବେଳେ ବିଜେଡି ୯ଟିରେ ଆଗରେ ରହିଛି। ବଲାଙ୍ଗିରରେ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ଆଗରେ ଥିବା ବେଳେ ଢେଙ୍କାନାଳ ଓ ଭୁବନେଶ୍ୱରରେ ଯଥାକ୍ରମେ ଦଳୀୟ ପ୍ରାର୍ଥୀ ରୁଦ୍ର ପାଣି ଓ ଅପରାଜିତା ଷଡ଼ଙ୍ଗୀ ଆଗରେ ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅପରାଜିତା ଷଡ଼ଙ୍ଗୀ ୪୦୦୦ […]

  • Wednesday, 21 July 2021
t-6
ପଛରେ ପଡ଼ିଛନ୍ତି ଏହି ହେଭିୱେଟ୍‌

ନୂଆଦିଲ୍ଲୀ: ସାରା ଦେଶରେ ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ ବାଲଟ୍‌ର ଗଣତି ହେଉଛି। ପ୍ରାଥମିକ ଗଣତି ଅନୁଯାୟୀ, କଂଗ୍ରେସର ୩ ହେଭିୱେଟ୍‌ ବିଜେପି ପ୍ରାର୍ଥୀଙ୍କ ଠାରୁ ପଛରେ ରହିଛନ୍ତି। ମଧ୍ୟପ୍ରଦେଶର ଗୁନାରୁ ପ୍ରାର୍ଥୀ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ, ଭୋପାଲରୁ ପ୍ରାର୍ଥୀ ହୋଇଥିବା ଦିଗବିଜୟ ସିଂହ ଓ ଯବଲପୁରରୁ ପ୍ରାର୍ଥୀ ହୋଇଥିବା ବିବେକ ଟାଙ୍ଖା ପଛରେ ରହିଛନ୍ତି। ଭୋପାଲାରେ ଏଥର ବିଗ୍‌ ଫାଇଟ୍‌ ହେଉଛି। କଂଗ୍ରେସ ପ୍ରାର୍ଥୀ ଦିଗବିଜୟ ସିଂହଙ୍କ ବିରୋଧରେ ବିଜେପି […]

  • Wednesday, 21 July 2021
Untitled-1-18
ସଙ୍ଗୀତା ସିଂଦେଓ ବଲାଙ୍ଗିର, ରୁଦ୍ର ପାଣି ଢେଙ୍କାନାଳରେ ଆଗରେ ଚାଲିଛନ୍ତି

ଭୁବନେଶ୍ୱର: ଆଜି ସାରା ଦେଶରେ ଭୋଟ୍ ଗଣତି ଚାଲିଥିବା ବେଳେ ବିଜେପି ଆଗୁଆ ରହିଛି। ଓଡ଼ିଶାରେ ମଧ୍ୟ ପ୍ରାରମ୍ଭରୁ ବିଜେପି ଆଗରେ ଚାଲିଛି। ଏଠାରେ ଥିବା ୨୧ଟି ଲୋକସଭା ଆସନରୁ ୨ଟି ଆସନରେ ଦଳ ଆଗରେ ଚାଲିଛି। ବଲାଙ୍ଗିର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ଆଗରେ ଚାଲିଛନ୍ତି। ସେହିପରି ଢେଙ୍କାନାଳ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆଗରେ ଚାଲିଛନ୍ତି। ବୀରମହାରାଜପୁର ବିଧାନସଭା ଆସନରେ ମଧ୍ୟ ବିଜେପି ପ୍ରାର୍ଥୀ ରଘୁନାଥ ଜଗଦଳା […]

  • Wednesday, 21 July 2021
22-3
ଓଡ଼ିଶାରେ ବିଜେପି ବଢ଼ୁଛି, ବିଜେଡ଼ି ଲୋକପ୍ରିୟତା ହରାଉଛି: ବୈଜୟନ୍ତ

ଭୁବନେଶ୍ୱର: ଓଡ଼ିଶାରେ ଭାରତୀୟ ଜନତା ପାର୍ଟି(ବିଜେପି)ର ଲୋକପ୍ରିୟତା ବଢ଼ୁଛି। ଅନ୍ୟପକ୍ଷରେ ଉଭୟ ବିଜୁ ଜନତା ଦଳ (ବିଜେଡ଼ି) ଓ କଂଗ୍ରେସ୍ ଦିନକୁ ଦିନ ଦୁର୍ବଳ ହେଉଛନ୍ତି। ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଆଜି ଏକ ଜାତୀୟ ଗଣାମଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ଏଭଳି କହିଛନ୍ତି। ସେ କହିଛନ୍ତି , ବିଭିନ୍ନ ଏକ୍‌ଜିଟ୍‌ ପୋଲ୍ ଅନୁଯାୟୀ, ଓଡ଼ିଶାର ଲୋକସଭା ଆସନ ମଧ୍ୟରୁ ଅଧିକାଂଶ ସିଟ୍‌ରେ ବିଜେପି ବିଜୟୀ ହେବ ବୋଲି ରିପୋର୍ଟ ଆସୁଛି। ସେହିପରି ବିଧାନସଭା ନିର୍ବାଚନରେ […]

  • Wednesday, 21 July 2021
221
ଭୋଟ୍ ଗଣତି ପାଇଁ କାଉଣ୍ଟ ଡାଉନ୍‌ ଆରମ୍ଭ

ଭୁବନେଶ୍ୱର: ଭୋଟ୍ ଗଣତି ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ୍। ଆସନ୍ତାକାଲି ହେବାକୁ ଥିବା ବହୁ ପ୍ରତୀକ୍ଷିତ ଭୋଟ୍‌ ଗଣତି ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ଅଫିସ୍‌ରେ ବ୍ୟାପକ ପ୍ରସ୍ତୁତି ହୋଇଛି। ତେବେ ଏଥର ଫଳାଫଳ ଆସିବାରେ ବିଳମ୍ବ ହେବ। ପ୍ରଥମ ଥର ପାଇଁ ଭିଭିପାଟ୍ ପେପର୍ ସ୍ଲିପ୍ କାଉଣ୍ଟିଂ ସହ ୨୦୧୪ ତୁଳନାରେ ଏଥର ୧୭୬୧ଟି ବୁଥ୍ ବଢ଼ିଥିବାରୁ ରେଜଲ୍ଟ ଆସିବାକୁ ଅଧିକ ସମୟ ଲାଗିବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଗଣମାଧ୍ୟମକୁ […]

  • Wednesday, 21 July 2021
cm
ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ ନିର୍ବାଚନ କମିଶନଙ୍କୁ ଭେଟିବେ ନବୀନ

ଭୁବନେଶ୍ୱର: ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଆଜି ଅପରାହ୍ନରେ ନବୀନ ପଟ୍ଟନାୟକ ନିର୍ବାଚନ କମିଶନଙ୍କୁ ଭେଟିବାକୁ ଯିବେ। ଯଦି ବାତ୍ୟା ହିଟ୍ କରେ, ତା ହେଲେ ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ ନିର୍ବାଚନ କମିଶନଙ୍କୁ ସେ ଅନୁରୋଧ କରିବେ ବୋଲି କହିଛନ୍ତି। ଆସନ୍ତା ୧୯ ତାରିଖରେ ପାଟକୁରା ନିର୍ବାଚନ ହେବାର ଅଛି। ଆସନ୍ତା ୩ ତାରିଖରେ ଓଡ଼ିଶାରେ ଫୋନି ଲାଣ୍ଡଫଲ୍ କରିବାର ସମ୍ଭାବନା ଅଛି। ଚତୁର୍ଥ ପର୍ଯ୍ୟାୟରେ ଏପ୍ରିଲ ୨୯ ତାରିଖରେ ପାଟକୁରାରେ ବିଧାନସଭା ନିର୍ବାଚନ ହେବାର ଥିଲା କିନ୍ତୁ […]

  • Wednesday, 21 July 2021
election
ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ଲୋକସଭା ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ ହେବ। ଏଥିପାଇଁ ଇଭିଏମ୍, ଭିଭିପ୍ୟାଟ୍ ଓ ଅନ୍ୟାନ୍ୟ ଭୋଟିଂ ସରଞ୍ଜାମ ସହ ମତଦାନ କେନ୍ଦ୍ର ଗୁଡିକରେ ପୋଲିଂ ପାର୍ଟି ପହଞ୍ଚି ସାରିଛନ୍ତି। ଯେଉଁ ବୁଥ୍‌ରେ ପୋଲିଂ କର୍ମଚାରୀ  ପହଞ୍ଚି ନାହାନ୍ତି, ସେହି ବୁଥ୍‌ରେ ଆଜି ପହଞ୍ଚିବେ। ଓଡ଼ିଶାରେ ୬ଟି ଲୋକସଭା […]

  • Wednesday, 21 July 2021
amit-saha
ମୟୂରଭଂଜ ମୋରଡ଼ାରେ ନବୀନଙ୍କୁ ଶାହଙ୍କ କଡ଼ା ସମାଲୋଚନା

ବାରିପଦା: ମୟୂରଭଂଜ ମୋରଡ଼ାରେ ତୀବ୍ର ଭାବେ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ ଆସି ନବୀନଙ୍କ ଉପରେ ବର୍ଷିଛନ୍ତି ଶାହା। ସେ କହିଛନ୍ତି, ‘ସାରା ଭାରତରେ ମୋଦି ନାରା ଶୁଭୁଛି। ଦେଶ ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ନିର୍ଣ୍ଣୟ ନେଇସାରିଛି। ମୋଦି ଲହର ଦେଖି ଏଠାରେ ଶାସନ ଚଳାଉଥିବା ବାବୁଙ୍କ ନିଦ ଉଡ଼ିଗଲାଣି। ଭ୍ରଷ୍ଟାଚାରୀ ବିଜେଡି ସରକାରକୁ ଉପାଡ଼ି ଫିଙ୍ଗିବା ଦରକାର। ଓଡ଼ିଆ ଭାଷା ଜାଣିନଥିବା, କହୁନଥିବା ମୁଖ୍ୟମନ୍ତ୍ରୀ ଦରକାର […]

  • Wednesday, 21 July 2021
election
କେଉଁ ଦଳକୁ କେତେ ଆସନ ମିଳିବ ତାକୁ ନେଇ ଚାଲିଛି ଅଙ୍କକଷା

ଭୁବନେଶ୍ୱର: ରାଜ୍ୟରେ କିଏ ଗଢ଼ିବ ପରବର୍ତ୍ତୀ ସରକାର? ବିଜେଡି କ୍ଷମତା ବଜାୟ ରଖିବ କି ବିଜେପି କ୍ଷମତା ଛଡ଼ାଇ ନେବ ନା କଂଗ୍ରେସ ଚମତ୍କାର କରିବ? ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ କେଉଁ ଦଳକୁ କେତେ ଆସନ ମିଳିବ ତାକୁ ନେଇ ମଧ୍ୟ ଜୋର ଧରିଛି ଅଙ୍କକଷା। ପ୍ରଥମ ତିନିଟି ପର୍ଯ୍ୟାୟରେ ୧୦୫ଟି ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ ହୋଇ ସାରିଥିବା ବେଳେ ଉପକୂଳ ଓ ଉତ୍ତର ଓଡ଼ିଶାର ଅତି ଗୁରୁତ୍ୱପୂର୍ଣ୍ଣ ୪୧ଟି ଆସନ ଉପରେ […]

  • Wednesday, 21 July 2021
sambalpur-mla
ନିର୍ବାଚନ ପରେ ଏବେ କ’ଣ କରୁଛନ୍ତି ଆମ ରାଜନେତା?

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସମ୍ବଲପୁର ଲୋକସଭା କ୍ଷେତ୍ର ଏବଂ ଏହା  ଅଧୀନରେ ଥିବା ବିଧାନସଭା ଆସନ ଲାଗି ମତଦାନ ସମ୍ପନ୍ନ ହୋଇଛି। ଆସନ୍ତା ମେ ୨୩ରେ ବାହାରିବ ଏହାର ଫଳାଫଳ। ତେବେ କିଏ ଜିତିବ କିଏ ହାରିବ ତାହା ତ ସମୟ କହିବ। ହେଲେ ଏବେ ଜନପ୍ରତିନିଧିମାନେ ଟିକିଏ ରିଲାକ୍ସ ମୁଡ୍‌ରେ ଅଛନ୍ତି। ଘନଘନ ପ୍ରଚାର, ସାଧାରଣ ସଭା, ଜନତାଙ୍କୁ ଭେଟିବା ଆଦି ଅହରହ ନିର୍ବାଚନୀ ଜଞ୍ଜାଳ ତୁଟିବା ପରେ ନେତା ମାନେ ଏବେ ଟିକେ […]

  • Wednesday, 21 July 2021
1
ଆଠଗଡ଼ର ୯ଟି ବୁଥ୍‌ରେ ଆଉଥରେ ହେଉ ମତଦାନ: ବିଜେପି

କଟକ: କଟକ ଲୋକସଭା କ୍ଷେତ୍ର ଅଧିନରେ ଥିବା ଆଠଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ୯ଟି ବୁଥରେ ବ୍ୟାପକ ଅନିୟମିତ ହୋଇଛି। ଏଠାରେ ନାଗରିକମାନେ ଠିକ୍‌ରେ ଭୋଟ୍‌ ଦେଇ ପାରିନାହାନ୍ତି। ଖାଲିସେତିକି ନୁହେଁ ଏଠାରେ ଇଭିଏମ୍‌ରେ ତ୍ରୁଟି ପରିଲକ୍ଷିତ ମଧ୍ୟ ହୋଇଛି। ଏଣୁ ଏଠାରେ ସାନିମତଦାନ କରାଯାଉ। ଆଜି ଭାରତୀୟ ଜନତାପାର୍ଟିର ସ୍ଥାନୀୟ ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର ଓ ଦଳର ଅନ୍ୟ କର୍ମକର୍ତ୍ତାମାନେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଏଭଳି ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ଆଠଗଡ଼ର ୧୬୬, […]

  • Wednesday, 21 July 2021
8
ଏଥର ବିଜେଡ଼ି ଯିବ, ବିଜେପି ଆସିବ: ମୋଦି

ବାଲେଶ୍ୱର/କେନ୍ଦ୍ରାପଡ଼ା/ଭୁବନେଶ୍ୱର:  ଏଥର ବିଜେଡ଼ି ଯାଉଛି ଏବଂ ବିଜେପି ଆସୁଛି। ହାତଗଣତି କେତେଜଣ ଅଫିସର ନବୀନ ସରକାରକୁ ଓଡ଼ିଶାରେ ବଞ୍ଚାଇ ରଖିପାରିବେ ନାହିଁ। ନବୀନଙ୍କ ନାଁ ଧରି ଏଭଳି ସିଧା ସିଧା ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ପୂର୍ବରୁ ମୋଦି ଦୁଇ ଦୁଇ ଥର ଓଡ଼ିଶା ଆସି ପରୋକ୍ଷରେ ନବୀନଙ୍କୁ କଟକ୍ଷା କରିଥିଲେ ମଧ୍ୟ ଏତେ ମାତ୍ରାରେ ଉତ୍ତେଜିତ ହୋଇ ନ ଥଇଲେ। ଏଥର କିନ୍ତୁ ମୋଦି କହିଛନ୍ତି, ମୁଁ ପୂର୍ବରୁ ମର୍ଯ୍ୟାଦା ପାଳନ କରି […]

  • Wednesday, 21 July 2021
5
ତୃତୀୟ ପର୍ଯ୍ୟାୟରେ ୬୧% ମତଦାନ

ଭୁବନେଶ୍ୱର: ରାଜ୍ୟରେ ଆଜି ଥିଲା ତୃତୀୟ ପର୍ଯ୍ୟାୟ ମତଦାନ। ଏଥିରେ ୬ଟି ଲୋକସଭା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଚାଲିଥିଲା କସରତ। ହେଲେ ଦିନ ଗୋଟେ ସୁଦ୍ଧା ଆଖିଦୃଷ୍ଟିଆ ଭୋଟ୍ ଦାନ ହୋଇ ନ ଥିବା ବେଳେ ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ମତଦାନ ସର୍ବନିମ୍ନ ୨୦%ରେ ସୀମିତ ଥିଲା। ହେଲେ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ସୂଚନା ଅନୁସାରେ ସଂନ୍ଧ୍ୟା ୫ଟା ସୁଦ୍ଧା ମତଦାନ ହାର ୬୧ ପ୍ରତିଶତକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଇଭିଏମ୍ ସହ ଭିଭିପାଟରେ […]

  • Wednesday, 21 July 2021
3
ଇଭିଏମ୍‌ ଭାଙ୍ଗିଦେଲେ ଗାଁ ଲୋକେ

ପୁରୀ(ମଧୂସୁଦନ ମିଶ୍ର): ଗୋଟିଏ ଦଳକୁ ଭୋଟ୍ ଦେଲେ ଆଉ ଗୋଟିଏ ଦଳକୁ ଭୋଟ୍‌ ଯାଉଛି। ଏଭଳି ସନ୍ଦେହ ସକାଶେ ଆଜି ଏକ ପୋଲିଂ ବୁଥ୍‌ରେ ଭୋଟରମାନେ ଇଭିଏମ୍‌ ଭଙ୍ଗାରୁଜା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କମାଶାସନ ଅଞ୍ଚଳର ୨୨୨ ନମ୍ବର ବୁଥ୍‌ରେ ଏଭଳି ଦୁର୍ଘଟଣା ଘଟିଛି। ସ୍ଥାନୀୟ ଭୋଟରଙ୍କ ଅଭିଯୋଗ ଫଳରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ହୋଇଛି।

  • Wednesday, 21 July 2021
1
ଭଦ୍ରକରେ ଭୋଟ ମାଗିଲେ ନବୀନ

ଭଦ୍ରକ(କିର୍ତ୍ତୀ ଦାସ): ଭଦ୍ରକ ଜିଲ୍ଲାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ନିର୍ବାଚନୀ ପ୍ରଚାର କରିଛନ୍ତି। ସ୍ଥାନୀୟ ନେହରୁ ଷ୍ଟାଡ଼ିୟମରେ ଦଳର ବିଧାୟକ ପ୍ରାର୍ଥୀ ସଂଜୀବ ମଲ୍ଲିକ ଓ ଲୋକସଭା ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳଙ୍କ ପାଇଁ ନବୀନ ପ୍ରଚାର କରିଥିଲେ। ଏହି ଅବସରରେ ନବୀନ ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ଚିରାଚରିତ ଭାବରେ ନିଜର ଲିଖିତ ଭାଷଣ ପଢ଼ି ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ଆଡ଼ୁ ଅବହେଳାର ଦୋଷ […]

  • Wednesday, 21 July 2021
deadbody
ଭୋଟ୍‌ ଗ୍ରହଣ ବେଳେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଆଜି ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ବେଳେ ଜଣେ ପୋଲିଂ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। କର୍ମଚାରୀଜଣଙ୍କ ନାମ ନବ କିଶୋର ନାୟକ(୪୨) ଏବଂ ତାଙ୍କ ଘର ହିନ୍ଦୋଳ ଅଞ୍ଚଳରେ ବୋଲି ଜଣା ପଡ଼ିଛି। ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀର ୪୧ ନମ୍ବର ବୁଥରେ କର୍ମଚାରୀ ଜଣକ କାର୍ଯ୍ୟରତ ଅବସ୍ଥାରେ ଏହି ଅଭାବନୀୟ ଘଟଣା ଘଟିଛି। ମତଦାନ ଚାଲିଥିବା ବେଳେ ନବ କିଶୋର ହଠାତ ଅସୁସ୍ଥ ହୋଇପଡ଼ିଥିଲେ।  ତାଙ୍କୁ ତୁରନ୍ତ ସ୍ଥାନୀୟ […]

  • Wednesday, 21 July 2021
niranjan
କଂଗ୍ରେସ ଏଜେଣ୍ଟଙ୍କୁ ମାଡ଼ ମାରି ବାହାର କରିଦେଉଥିବା ଅଭିଯୋଗ ଆଣିଲେ ନିରଞ୍ଜନ

ଭୁବନେଶ୍ୱର: ଆଜି ଦେଶର ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏଥିପାଇଁ ରାଜ୍ୟର ବିଭିନ୍ନ ବୁଥ୍‌ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ହେଲେ କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍‌ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇନଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି। କଂଗ୍ରେସ ଏଜେଣ୍ଟକୁ ମାଡ଼ ମାରି ବାହାର କରି ଦେଉଥିବା ନିରଞ୍ଜନ ଅଭିଯୋଗ ଆଣିଛନ୍ତି। ଏଥିସହ […]

  • Wednesday, 21 July 2021