Advertisment

ଫିକା ଫିକା କଂଗ୍ରେସର ବନ୍ଦ ଡାକରା : ସୁର କହିଲେ, ମନ୍ତ୍ରୀଙ୍କୁ ପାଖରେ ବସାଇ କଳଙ୍କିତ ହୋଇଗଲେ ନବୀନ ବାବୁ

ବାଣୀବିହାର, ଆଚାର୍ଯ୍ୟ ବିହାର, ଏଜି-ଛକ, ମାଷ୍ଟର କ୍ୟାଣ୍ଟିନ, ରାଜମହଲ, ବିମାନ ବନ୍ଦର, କଳ୍ପନା, ବରମୁଣ୍ଡା, ଖଣ୍ଡଗିରି, ଜୟଦେବ ବିହାର, ରସୁଲଗଡ ଆଦି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ପୋଲିସ ନିୟୋଜିତ ଅଛନ୍ତି।

author-image
Sarbeswar
ଅଦ୍ୟତନ ହୋଇଛି
Sura Rout

Sura Rout

ଭୁବନେଶ୍ୱର: ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନରମିଗଲା କଂଗ୍ରେସ l ଫିକା ପଡିଲା ବନ୍ଦ ପାଳନ। l ଶାନ୍ତିପୂର୍ଣ୍ଣ ଭାବରେ କଂଗ୍ରେସର ନେତା ଓ କର୍ମୀ ଏକାଠି ହୋଇ ରାଜରାସ୍ତାକୁ ଆସିଛନ୍ତି l କଂଗ୍ରେସ ବିଧାୟକ ସୁର ରାଉତରାୟ ,ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଓ ମହିଳା ଛାତ୍ର ଓ ଯୁବ କଂଗ୍ରେସର କର୍ମକର୍ତ୍ତା ମାନେ ମାଷ୍ଟର କ୍ୟାଣ୍ଟିନ ଛକରେ ଏକାଠି ହୋଇ ହରତାଳ କରିଛନ୍ତି l ସୁରକ୍ଷା ଦୃଷ୍ଟିରୁ ରାଜଧାନୀରେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି l

Advertisment

ବାଣୀବିହାର, ଆଚାର୍ଯ୍ୟ ବିହାର, ଏଜି-ଛକ, ମାଷ୍ଟର କ୍ୟାଣ୍ଟିନ, ରାଜମହଲ, ବିମାନ ବନ୍ଦର, କଳ୍ପନା, ବରମୁଣ୍ଡା, ଖଣ୍ଡଗିରି, ଜୟଦେବ ବିହାର, ରସୁଲଗଡ ଆଦି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ପୋଲିସ ନିୟୋଜିତ ଅଛନ୍ତି। ସେପଟେ କଂଗ୍ରେସ ନେତା ସୁର ରାଉତରାୟ କହିଲେ, ଆମେ ହାଇକୋର୍ଟ ଅର୍ଡ଼ର ମାନିଛୁ। କାହାକୁ ଜୋରଜବରଦସ୍ତ ଅଟକାଇ ନାହୁଁ।

ଆମେ କେବଳ ନିବେଦନ କରୁଛୁ, ତାହାକୁ ମାନି ଆଜି ବଜାର ଓ ଦୋକାନ ବନ୍ଦ ରହିଛି। ଗାଡ଼ି ବନ୍ଦ ରହିଛି। କିନ୍ତୁ ଏ ସରକାର ଜାଣିଶୁଣି ମେଂଚାଏ ପୋଲିସ ଫୋର୍ସ ଠିଆ କରାଇଛି। ବନ୍ଦ ପରେ ବି ଲୋକମାନେ ଶାନ୍ତିପୂର୍ଣ୍ଣ ଭାବରେ ଯାଉଛନ୍ତି। ଆମେ ପାଣି, କ୍ଷୀର ଓ ଆମ୍ବୁଲାନ୍ସ ସବୁ ଛାଡ଼ି ଦେଉଛୁ। କାହାକୁ ଅସୁବିଧା କରୁନାହୁଁ। ଆମେ କେବଳ ହାତଯୋଡ଼ି ଅନୁରୋଧ କରୁଛୁ। ଏହାସହ ସୁର କହିଛନ୍ତି ମମିତାଙ୍କ ପରିବାରକୁ ନିଶ୍ଚିତ ନ୍ୟାୟ ମିଳିବ।

Advertisment

କିନ୍ତୁ ଏ ସରକାର ପୂରା କଳଙ୍କିତ ସରକାର। ନବୀନ ବାବୁ ଦିବ୍ୟଶଙ୍କରଙ୍କୁ ପାଖରେ ବସାଇ ନିଜେ କଳଙ୍କିତ ହୋଇଯାଇଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ଶ୍ରୀ ରାଉତ କହିଛନ୍ତି। ସେପଟେ କଂଗ୍ରେସ କର୍ମୀ ଦାବି କରିଛନ୍ତି ଯେ, ଆଗାମୀ ଦିନରେ ମନ୍ତ୍ରୀଙ୍କୁ ବହିଷ୍କାର ନଦେଲେ ଆନ୍ଦୋଳନ ଆହୁରି ଜୋରଦାର କରାଯିବ। ସରକାରଙ୍କୁ ବାଧ୍ୟ କରାଯିବ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୋଲି କହିଛନ୍ତି କଂଗ୍ରେସ ନେତା।

Congress Odisha Bandh
Advertisment
Advertisment