Advertisment

ତ୍ରାହି ତ୍ରାହି ଡ଼ାକିଲେଣି ଓଡିଶାବାସୀ, ଶଙ୍ଖାସୁରଙ୍କୁ ଜଗନ୍ନାଥ ବଧ କରିବେ: କଂଗ୍ରେସ

ଅପରାଧୀମାନେ ଶଙ୍ଖର ଖୋଳପା ଭିତରେ ଏଭଳି ପଶିଯାଉଛନ୍ତି, ତାଙ୍କର ଭୟରେ ଓଡ଼ିଶାବାସୀ ତ୍ରାହି ତ୍ରାହି ଡାକିଲେଣି। ଆମ ସମସ୍ତଙ୍କ ଡାକ ଆରାଧ୍ୟା ଦେବତା ଜଗନ୍ନାଥ ଶୁଣିବେ।

author-image
Chandan Shishu
କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର: ମମିତା ହତ୍ୟାକାଣ୍ଡ ଘଟିଥିବା କଳାହାଣ୍ଡି ମାଟିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବସିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ମାସେ ଧରି ବିରୋଧୀଙ୍କ ଘନଘନ ଆକ୍ରମଣ ସତ୍ତ୍ୱେ ଦିବ୍ୟଶଙ୍କରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ପରିବର୍ତ୍ତେ ସଭାରେ ପାଖରେ ବସାଇଥିଲେ ନବୀନ। ତେବେ ମମିତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିନଥିବା ବେଳେ ସଭାମଞ୍ଚରେ ମନ୍ତ୍ରୀ ଦିବ୍ୟଶଙ୍କର ବସିବାକୁ ନେଇ ଗର୍ଜିଛନ୍ତି ବିରୋଧୀ। ଏହାରି ଭିତରେ କଂଗ୍ରେସ ଶଙ୍କାସୁର ଉପାଖ୍ୟାନ କହି ରାଜ୍ୟ ସରକାରଙ୍କୁ ସିଧା ନିଶାନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ।

Advertisment

ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଯେ ଶିକ୍ଷୟିତ୍ରୀ ମମିତାଙ୍କ ହତ୍ୟାକାଣ୍ଡକୁ ନେଇ ରାଜ୍ୟବାସୀ ମର୍ମାହତ ଅଛନ୍ତି କିନ୍ତୁ ଏପଟେ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଛନ୍ତି। ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗଲେ, କିନ୍ତୁ ମମିତା ମେହେରଙ୍କୁ ଭୁଲିଗଲେ। ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ ଦିବ୍ୟଶଙ୍କରଙ୍କୁ ବସାଇଲେ। ଏହାକୁ ନେଇ ସେ ଶଙ୍କାସୁରର ଉପାଖ୍ୟାନ କହିଛନ୍ତି।

ସେ କହିଛନ୍ତି ଯେ ଓଡ଼ିଶାର ସ୍କନ୍ଧ ଓ ପୁରାଣରେ ବର୍ଣ୍ଣିତ ଅଛି ଯେ ଶଙ୍ଖଚୂଡ଼ ନାମକ ଏକ ରାକ୍ଷାସ ଥିଲା। ସେଇ ରାକ୍ଷାସ ଇନ୍ଦ୍ରଙ୍କ ପାଖରୁ ୪ଟି ବେଦ ଚୋରାଇ ନେଇ ସମୁଦ୍ରରେ ଲୁଚିଥିଲା। ସେଥିପାଇଁ ପ୍ରଭୂ ବିଷ୍ଣୁ ମତ୍ସ୍ୟ ଅବତାର ଧାରଣ କରିଥିଲେ। କିନ୍ତୁ ବିଷ୍ଣୁ ଯେତେବେଳେ ତାକୁ ବଧ କରିବାକୁ ଯାଇଥିଲେ ସେ ଶଙ୍ଖର ଖୋଳପା ଭିତରେ ଲୁଚିଯାଇଥିଲା। ଫଳରେ ବିଷ୍ଣୁଙ୍କ ଚକ୍ର ବି ତାର କିଛି କ୍ଷତି କରିପାରୁନଥିଲା। ଶେଷରେ ବିଷ୍ଣୁ ବ୍ରହ୍ମାସ୍ତ୍ର ପ୍ରୟୋଗ କରି ଶଙ୍ଖଚୂଡ଼କୁ ବଧ କରିଥିଲେ।

Advertisment

ସେହିପରି ବିଷ୍ଣୁ ହେଉଛନ୍ତି ଆମର ଆରାଧ୍ୟ ଦେବତା ଜଗନ୍ନାଥ। ଆଜି ସେହିଭଳି ପରିସ୍ଥିତି ରାଜ୍ୟରେ ସୃଷ୍ଟି ହୋଇଛି। ଅପରାଧୀମାନେ ଶଙ୍ଖର ଖୋଳପା ଭିତରେ ଏଭଳି ପଶିଯାଉଛନ୍ତି, ତାଙ୍କର ଭୟରେ ଓଡ଼ିଶାବାସୀ ତ୍ରାହି ତ୍ରାହି ଡାକିଲେଣି। ଆମ ସମସ୍ତଙ୍କ ଡାକ ଆରାଧ୍ୟା ଦେବତା ଜଗନ୍ନାଥ ଶୁଣିବେ। ଆଗାମୀ ଦିନରେ ପ୍ରଭୁ ଜଗନ୍ନାଥ ଏଇ ଶଙ୍ଖର ଖୋଳପା ଭିତରେ ଶଙ୍ଖାସୁରଙ୍କୁ ବଧ କରିବେ।

ମୁଖ୍ୟମନ୍ତ୍ରୀ ଯେତେବେଳେ ପଦ ଓ ଗୋପନୀୟତାର ଶପଥ ନେଇଥିଲେ, ସେତେବେଳେ ସେ ବିନା ଭୟ ଓ ପକ୍ଷପାତିତାରେ ସାମ୍ବିଧାନିକ କାର୍ଯ୍ୟ ନିର୍ବାହ କରିବେ ବୋଲି ଶପଥ ନେଇଥିଲୋ। କିନ୍ତୁ ଏବେ ସମ୍ପୂର୍ଣ୍ଣ ଓଲଟା। ଅପରାଧୀ ଏବେ ଶଙ୍ଖ ଖୋଳପାରେ ଲୁଚୁଛନ୍ତି, ଶଙ୍ଖାସୁରଙ୍କୁ ଜଗନ୍ନାଥ ବଧ କରିବେ। ଆଗକୁ ପ୍ରତିବାଦ ଜୋରଦାର ହେବ, ସମସ୍ତେ ଓଡ଼ିଶା ବନ୍ଦକୁ ସଫଳ କରନ୍ତୁ ସେ ନିବେଦନ କରିଛନ୍ତି।

Odisha Government Congress Mamita Murder Case
Advertisment
Advertisment