Advertisment

ବିଜେପି ସହ ହାତ ମିଳାଇଛି କଂଗ୍ରେସ: ବିଜେଡି

ଧର୍ମଘଟ ଡାକରା ପୂର୍ବରୁ ରାଜଭବନ ଆଗରେ ୨ ଦିନିଆ ଅହୋରାତ୍ର ଧାରଣା ଦେଇଥିବା ଯୁବ କଂଗ୍ରେସ ମମିତା ମାମଲାକୁ ଧରି ଦିଲ୍ଲୀ ଦରବାରରେ ପହଞ୍ଚିଛି। ମାମଲାରେ ଯେହେତୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ଉଠୁଛି, ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ବହିଷ୍କାର ଦାବି କରିଛି ଯୁବ କଂଗ୍ରେସ।

author-image
Chandan Shishu
BJD Pressmeet

BJD Pressmeet

ଭୁବନେଶ୍ୱର: ବଢୁଛି ମମିତା ମାମଲା ତାତି, ତେଜୁଛି ରାଜନୈତିକ ଆନ୍ଦୋଳନ। ଶାଣିତ ଢଙ୍ଗରେ ରାଜ୍ୟ ସରକାରଙ୍କୁ ନିଶାନା କରି ରାଜ୍ୟବ୍ୟାପି ତମ୍ବିତୋଫାନ କରୁଥିବା କଂଗ୍ରେସ ଓ ବିଜେପି ନଛୋଡ଼ବନ୍ଧା। ପୀଡ଼ିତାଙ୍କ ପରିବାରକୁ ନ୍ୟାୟ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର। ଏହି ୨ଟି ପ୍ରମୁଖ ଦାବି ଉଠାଇ ବିରୋଧୀ ଜାରି ରଖିଛନ୍ତି  ହଲ୍ଲାବୋଲ୍। ଏସବୁ ଭିତରେ ଆସନ୍ତାକାଲି ୬ ଘଣ୍ଟିଆ ଓଡ଼ିଶା ବନ୍ଦର ଆହ୍ୱାନ ଦେଇଥିଲା କଂଗ୍ରେସ। ତେବେ ବନ୍ଦ ପାଳନ ବିରୋଧରେ ହାଇକୋର୍ଟରେ ପହଞ୍ଚିଥିବା ଏକ ମାମଲାର ଶୁଣାଣି କରି ବନ୍ଦ ପାଳନ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ହରତାଳ କରାଯାଇପାରିବ ବୋଲି କହିଥିଲେ।

Advertisment

ତାସହ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ଜୋରଜବରଦସ୍ତ ଦୋକାନବଜାର କାହାରିକୁ ବନ୍ଦ କରାଯାଇପାରିବ ନାହିଁ। କୌଣସି ଗାଡ଼ି ମୋଟରକୁ କେହି ଅଟକାଇପାରିବେ ନାହିଁ। ଏପରିକି ରେଳ ରୋକ, ରାସ୍ତାରୋକ କରି ସାଧାରଣ ଜନଜୀବନକୁ ବ୍ୟାହତ କରିପାରିବେନି। ତେବେ ବନ୍ଦ ସଂପର୍କରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କଂଗ୍ରେସ କହିଛି, ଆମେ ଶାନ୍ତିପୂର୍ଣ୍ଣ ଭାବେ ୬ ଘଣ୍ଟିଆ ଧର୍ମଘଟ ଡାକରା ଦେଇଛୁ। ଜୋର ଜବରଦସ୍ତ ବନ୍ଦ ପାଳନ ନେଇ ଆମେ କେବେ କହିନାହୁଁ। 

ଧର୍ମଘଟ ଡାକରା ପୂର୍ବରୁ ରାଜଭବନ ଆଗରେ ୨ ଦିନିଆ ଅହୋରାତ୍ର ଧାରଣା ଦେଇଥିବା ଯୁବ କଂଗ୍ରେସ ମମିତା ମାମଲାକୁ ଧରି ଦିଲ୍ଲୀ ଦରବାରରେ ପହଞ୍ଚିଛି। ମାମଲାରେ ଯେହେତୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ଉଠୁଛି, ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ବହିଷ୍କାର ଦାବି କରିଛି ଯୁବ କଂଗ୍ରେସ। ତାସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଦିଲ୍ଲୀ ଯନ୍ତରମନ୍ତରରେ ଗଣଧାରଣାରେ ବସିଛି ଏନେଇ ରାଷ୍ଟ୍ରପତିଙ୍କୁ ଭେଟି ଏକ ସ୍ମାରକପତ୍ର ବି ଦେବ ଯୁବ କଂଗ୍ରେସ।

Advertisment

ଏଣେ ବରଗଡ଼ରେ ବିଜେପି ଯୁବ ମୋର୍ଚ୍ଚାର ଗର୍ଜନ। ଏସପି ଅଫିସ ଘେରାଉବେଳେ ପୋଲିସ ସହ ମୁହାଁମୁହିଁ ସ୍ଥିତି। ପୋଲିସ ହେପାଜତରେ ପ୍ରାଣ ହରାଇଥିବା ତୋରା ଗାଁର ଗୋବିନ୍ଦ କୁମ୍ଭାରଙ୍କ ପରିବାରକୁ ଆର୍ଥିକ କ୍ଷତିପୂରଣ ପ୍ରଦାନ ଏବଂ ମମିତା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି କରି ଆଜି ବରଗଡ଼ରେ ଗର୍ଜିଛି ବିଜେପି ଯୁବ ମୋର୍ଚ୍ଚା। ଏପରିକି ଦିନକ ପରେ ବରଗଡ଼ ଗସ୍ତରେ ଯାଉଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବିରୋଧ କରିବାକୁ ବି ବିଜେପି ଯୁବ ମୋର୍ଚ୍ଚା ନିଷ୍ପତ୍ତି ନେଇଛି। ମମିତାଙ୍କୁ ନ୍ୟାୟ ଦାବିରେ ବିରୋଧୀ କଂଗ୍ରେସ ଏବଂ ବିଜେପିର ନନଷ୍ଟପ୍ ରଣହୁଙ୍କାରକୁ ନେଇ ବିଜେଡି କହିଛି, ହୀନ ରାଜନୀତି ଉଦ୍ଦେଶ୍ୟରେ ବିଜେପି ସହ ହାତ ମିଳାଇଛି କଂଗ୍ରେସ।  

Odisha High Court Mamita Murder Case Odisha Band
Advertisment
Advertisment