Advertisment

ସାଲୁର ବିଧାୟକଙ୍କ ଦାବି- ଆନ୍ଧ୍ରରେ ମିଶିବାକୁ କୋଟିଆବାସୀଙ୍କ ଇଚ୍ଛା

କୋଟିଆକୁ ନେଇ ଆନ୍ଧ୍ର ଗୋଟିଏ ପରେ ଗୋଟିଏ ନୂଆ ଚାଲ୍‌ ଚଳାଇଥିବା ବେଳେ ଏବେ ଆନ୍ଧ୍ରପ୍ରଦେଶର ସାଲୁର ବିଧାୟକ ଏକ ନୂଆ ଦାବି କରିଛନ୍ତି। କୋଟିଆବାସୀ ଆନ୍ଧ୍ରରେ ମିଶିବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି ବୋଲି ବିଧାୟକ କହିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Kotia Issue

Kotia Issue

ଭୁବନେଶ୍ୱର: ଗୋଟିଏ ପଟେ କୋଟିଆ ସମେତ ସୀମା ବିବାଦର ସମାଧାନ ପାଇଁ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଲୋଚନା କରୁଥିବାବେଳେ ଅନ୍ୟପଟେ କୋଟିଆବାସୀ ଆନ୍ଧ୍ରରେ ମିଶିବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି। ଏନେଇ କୋଟିଆବାସୀ ସମର୍ଥନ ପତ୍ର ଲେଖି ଦେଇଥିବା ଆନ୍ଧ୍ରପ୍ରଦେଶର ସାଲୁର ବିଧାୟକ ରାଜନ୍ନା ଦୋରା ଦାବି କରିଛନ୍ତି।

Advertisment

ନିଜ ସୋସିଆଲ ମିଡିଆ ପେଜ୍‌ରେ ପୋଷ୍ଟ କରି ଏନେଇ ସୂଚନା ଦେବା ସହ କୋଟିଆବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜନ୍ନା ଦୋରା। କୋଟିଆବାସୀ ଆନ୍ଧ୍ରରେ ରହିବା ଲାଗି ଲିଖିତ ଭାବେ ଜଣାଇଥିବା ରାଜନ୍ନା ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। 

ରାଜନ୍ନା ସୋସିଆଲ୍‌ ମିଡିଆରେ ଶେଆର କରିଥିବା ପୋଷ୍ଟରେ ଲେଖିଛନ୍ତି, ଓଡ଼ିଶା ସହ ସୀମା ବିବାଦ ଅନେକ ଦିନ ଧରି ରହିଥିଲେ ବି ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହାର ସମାଧାନ କରିପାରିନଥିଲେ। ହେଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଏଭଳି ପଦକ୍ଷେପ ନେଇଥିବାରୁ ରାଜନ୍ନା ପ୍ରଶଂସା କରିଛନ୍ତି। ଏହାସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ରାଜନ୍ନା ପ୍ରଶଂସା କରିଛନ୍ତି।  

Advertisment

ଗତ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ମଧ୍ୟରେ ଭୁବନେଶ୍ୱରରେ ବୈଠକ ହୋଇଥିଲା। ଏହି ବୈଠକର ନିଷ୍ପତ୍ତି ଅନୁସାରେ, ଦୁଇ ରାଜ୍ୟ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହେବ। ଉଭୟ ରାଜ୍ୟର ମୁଖ୍ୟ ସଚିବ ମିଳିତ ଭାବେ ଏକ ବ୍ୟବସ୍ଥା କାର୍ଯ୍ୟକାରୀ କରିବେ। ଉଭୟ ରାଜ୍ୟରେ ଜଳ ସମ୍ପଦ, ରାଜସ୍ୱ, ଜଙ୍ଗଲ ଓ ପରିବେଶ ବିଭାଗର ଅଧିକାରୀମାନେ ଏହି କମିଟିରେ ରହିବେ। 

Kotia Issue Salur MLA Rajanna Dora
Advertisment
Advertisment