/odishatv-khabar/media/post_attachments/uploadimage/library/16_9/16_9_0/IMAGE_1636631773.jpg)
BJP Yuva Morcha Members Scuffle With Police
ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ଥମିବାର ନାଁ ନେଉଁନି ବିରୋଧ। ଆଜି ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଓ ମାମଲାର ସିବିଆଇ ତଦନ୍ତ ଦାବିରେ ଆଜି ବରଗଡ଼ରେ ବିଜେପି ନେତା ଓ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ବରଗଡ଼ ଏସ୍ପି ଅଫିସ ଘେରାଉ ବେଳେ ପୋଲିସ ସହ ଆଜି ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା। ବେଶ୍ କିଛି ସମୟ ପାଇଁ ଘଟଣାସ୍ଥଳରେ ହଙ୍ଗାମା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ ଶତାଧିକ କର୍ମୀଙ୍କୁ ଗିରଫ କରାଯାଇଥିଲା। ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି।
ଇରାଶିଷ ଆଚାର୍ଯ୍ୟ କହିଛନ୍ତି, ‘ମମିତା ମେହେରର ଅପହରଣ ଓ ହତ୍ୟାକାଣ୍ଡ ଘଟଣାରେ ସିଧାସଳଖ ଭାବେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସାମିଲ ଅଛନ୍ତି। ଆମେ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା, ଗିରଫଦାରୀ ଓ ମାମଲାର ସିବିଆଇ ତଦନ୍ତ ଦାବି କରୁଛୁ। ଏହାସହ ପୋଲିସ୍ ହାଜତରେ ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁର ମଧ୍ୟ ତଦନ୍ତ ହେଉ। ପୋଲିସ୍ ଭାବୁଛି ବିଜେଡିର ଗୁଣ୍ଡା ସାଜି ନାଲି ଆଖି ଦେଖାଇ ମିଛ ଦଫା ଲଗାଇ, ପାଣି ମାରି ଓ ଲାଠି ଚାର୍ଜ କରି ଗିରଫ କରି ଡରେଇବ। ଏଥିରେ ଯୁବ ମୋର୍ଚ୍ଚା ଆଦୌ ଡରିବ ନାହିଁ। ଆଗାମୀ ଦିନରେ ଲଢ଼େଇ ଆହୁରି ଜୋରଦାର ହେବ।’
ଅନ୍ୟପକ୍ଷେ, ମମିତା ମେହେରଙ୍କୁ ନ୍ୟାୟ ଦାବି ନେଇ ଦିଲ୍ଲୀ ଦରବାରରେ ପହଞ୍ଚିଛି କଂଗ୍ରେସ। ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ ଆସିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ବହିଷ୍କାର ଦାବି କରିଛି କଂଗ୍ରେସ। ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଯୁବ କଂଗ୍ରେସ ପକ୍ଷରୁ ଦିଲ୍ଲୀର ଜନ୍ତରମନ୍ତରରେ ଗଣଧାରଣା ଦିଆଯାାଇଛି। ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଧାରଣା ଦିଆଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)