Advertisment

ମମିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା : ଜୋରଜବରଦସ୍ତ କାହାକୁ ନଅଟକାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆଜି କଂଗ୍ରେସର ୬ ଘଂଟିଆ ଓଡ଼ିଶା ବନ୍ଦ। ଗାଡ଼ି ଚଳାଚଳକୁ ଜୋରଜବରଦସ୍ତ ପ୍ରଭାବିତ ନକରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ

author-image
Sarbeswar
ଅଦ୍ୟତନ ହୋଇଛି
Congress Bandh

Congress Bandh

ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଦାବିରେ ଆଜି କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ହରତାଳ ଡାକରା ଦିଆଯାଇଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଏବଂ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଅଡ଼ି ବସିଛନ୍ତି ବିରୋଧୀ । ପ୍ରଥମେ ୬ ଘଣ୍ଟିଆ ଓଡ଼ିଶା ବନ୍ଦର ଆହ୍ୱାନ ଦେଇଥିଲା କଂଗ୍ରେସ। ତେବେ ବନ୍ଦ ପାଳନ ବିରୋଧରେ ହାଇକୋର୍ଟରେ ପହଞ୍ଚିଥିବା ଏକ ମାମଲାର ଶୁଣାଣି କରି ବନ୍ଦ ପାଳନ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ହର୍ତାଳ କରାଯାଇପାରିବ ବୋଲି କହିଥିଲେ। ତାସହ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ, ଜୋରଜବରଦସ୍ତ ଦୋକାନବଜାର କାହାରିକୁ ବନ୍ଦ କରାଯାଇପାରିବ ନାହିଁ ।

Advertisment

କୌଣସି ଗାଡ଼ି ମୋଟରକୁ କେହି ଅଟକାଇପାରିବେ ନାହିଁ। ଏପରିକି ରେଳ ରୋକ, ରାସ୍ତାରୋକ କରି ସାଧାରଣ ଜନଜୀବନକୁ ବ୍ୟାହତ କରିପାରିବେନି। ତେବେ ବନ୍ଦ ସଂପର୍କରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କଂଗ୍ରେସ କହିଛି, ଆମେ ଶାନ୍ତିପୂର୍ଣ୍ଣ ଭାବେ ୬ ଘଣ୍ଟିଆ ଧର୍ମଘଟ ଡାକରା ଦେଇଛୁ । ଜୋର ଜବରଦସ୍ତ ବନ୍ଦ ପାଳନ ନେଇ ଆମେ କେବେ କହିନାହୁଁ। ଏପଟେ ଶାନ୍ତି ଶୃଙ୍ଖଳାର ସହ ହରତାଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ବିଶୃଙ୍ଖଳା କିମ୍ବା ଆଇନକୁ ହାତକୁ ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ।

ସୂଚନା ଅନୁସାରେ, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମମିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ଦିନ ୧୨ଟା ଯାଏ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି।

Advertisment

ବନ୍ଦ ଡାକରା ସମୟରେ ମେଡିକାଲ ସମେତ ଜରୁରୀ ସେବା ବନ୍ଦରୁ ବାଦ୍ ପଡ଼ିବ। ରେଳ, ବସ୍, ଟ୍ରକ୍ ଚଳାଚଳ, ଦୋକାନ, ବଜାର ବନ୍ଦ ରହିବ। ଏନେଇ ପ୍ରେସ୍‌ମିଟ୍‌ରେ କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ ଗତକାଲି ସୂଚନା ଦେଇଥିଲେ।

Congress Odisha Bandh MamitaMurderCase
Advertisment
Advertisment