• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୁବନେଶ୍ୱର: ମମିତା ହତ୍ୟା ମାମଲାର ସିବିଆଇ ତଦନ୍ତ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବିରେ ଶାନ୍ତ ପଡୁନାହାନ୍ତି ବିରୋଧୀ ଦଳ । ମୁଖ୍ୟମନ୍ତ୍ରୀଙ୍କ ପ୍ରତି କାର୍ଯ୍ୟକ୍ରମକୁ ପ୍ରତିବାଦ କରୁଛି ବିରୋଧି ଦଳ । ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ମନ୍ତ୍ରୀ ଓ ନେତାଙ୍କ ଗାଡିକୁ ଅଣ୍ତାମାଡ କରାଯାଉଛି । ଆଜି ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ସମାନ ଚିତ୍ର ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମପୂର୍ବରୁ ଉଭୟ ବିଜେପି ଓ କଂଗ୍ରେସ ନେତାଙ୍କୁ ପୋଲିସର ଆଗୁଆ ଗିରଫଦାରୀକୁ ନେଇ ଅସନ୍ତୋଷ ବଢ଼ିଥିବାବେଳେ ବିଜେଡି ପକ୍ଷରୁ କୁହାଯାଇଛି ଯେ, ବିରୋଧୀ ଏବେ ଅପପ୍ରଚାରରେ ମାତିଛନ୍ତି ।

ଆଜି ବରଗଡ଼ ଏକାମ୍ର ଛକରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ଗାଡ଼ିକୁ କଂଗ୍ରେସର ଅଣ୍ଡାମାଡ ହୋଇଥିବା ବେଳେ ଅନ୍ୟପଟେ ପଦ୍ମପୁର ପାଇକମାଳ ଛକରେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ିକୁ ବିଜେପି ପକ୍ଷରୁ ଅଣ୍ଡାମାଡ଼ କରାଯାଇଛି । ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ସାଙ୍ଗକୁ ଗିରଫ ଘଟଣାର ସିବିଆଇ ତଦନ୍ତ ଦାବିରେ ଅଡ଼ି ବସିଛନ୍ତି ବିରୋଧୀ ଦଳ । ତେଣୁ ପୂର୍ବ ନିଷ୍ପତ୍ତି ମୁତାବକ ଆଜି ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ଗସ୍ତକୁ ବିରୋଧ କରିଥିଲା ବିଜେପି । ବରଗଡ଼ରୁ ବାଇକ୍ ଯୋଗେ ବିଜେପୁର ଯିବାବେଳେ ଭଟଲି ଛକରେ ଜିଲ୍ଲା ବିଜେପି ସଭାପତିଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ବିଜେପି କର୍ମୀଙ୍କୁ ଅଧାରାସ୍ତାରୁ ଗିରଫ କରିଥିଲା ପୋଲିସ୍ । ତାପୂର୍ବରୁ ପଦ୍ମପୁର ଏୟାରଷ୍ଟ୍ରିପ୍ ସତୀଭଟା ଛକରେ ବି ଶତାଧିକ ବିଜେପି କର୍ମୀଙ୍କୁ ଆରେଷ୍ଟ କରାଯାଇଥିଲା ।

ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟଙ୍କୁ ତାଙ୍କ ଭଟଲି ଘରୁ ବିନା ସୂଚନାରେ ପୋଲିସ ଆରେଷ୍ଟ କରି ଥାନାକୁ ନିଆଯାଇଥିଲା । ଜିଲ୍ଲା ବିଜେପି ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କୁ ବି ଗିରଫ କରାଯାଇଥିଲା । ବିଜେପୁର ବିଜେପି ବିଧାୟକ ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ବି ଘରୁ ଉଠାଇ ନେଇଥିଲା ପୋଲିସ, ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଇରାଶିଷ ଆଚାର୍ଯ୍ୟ ।

ତେଣେ ହଳଦୀପାଲି ଛକରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଆଜାଦ ପତିଙ୍କ ସମେତ ତାଙ୍କର କିଛି ସହଯୋଗୀ ପ୍ରତିବାଦ ପାଇଁ ଯାଉଥିବାବେଳେ ହଠାତ୍ ବିଜେଡି କର୍ମୀ ସେମାନଙ୍କ ଗାଡ଼ି ଅଟକାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି । କିନ୍ତୁ ପୋଲିସ ଓଲଟା ମାଡ଼ ଖାଇଥିବା ୪ କଂଗ୍ରେସ କର୍ମୀଙ୍କୁ ଉଠାଇନେବାରୁ ଅସନ୍ତୋଷ ବଢିବାରେ ଲାଗିଥିଲା । ଏମିତିକି କଂଗ୍ରେସ ପକ୍ଷରୁ ଟାଉନଥାନା ଆଗରେ ଧାରଣା ଦିଆଯାଇଥିଲା । ହେଲେ ପୋଲିସ କିନ୍ତୁ ମାଡ଼ ଘଟଣାକୁ ସଫା ସଫା ଫାଙ୍କି ଦେଇଥିଲା । ଏହାଛଡ଼ା ଗତକାଲି ରାତିରୁ କଂଗ୍ରେସ ନେତା ନିହାର ମହାନନ୍ଦଙ୍କୁ ବି ଆଗୁଆ ଗିରଫ କରିନେଇଥିଲା ପୋଲିସ୍ । ବିରୋଧୀଙ୍କ କଡ଼ା ଆକ୍ରୋଶର ଜବାବ ରଖି ବିଜେଡି ପକ୍ଷରୁ ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି ଯେ, ଉଭୟ ବିଜେପି ଓ କଂଗ୍ରେସ ଏବେ ଅପପ୍ରଚାରର ଗନ୍ତାଘର ପାଲଟିଛନ୍ତି ।ତା

ବିରୋଧୀଙ୍କ ଜୋରଦାର ପ୍ରତିବାଦ ଭିତରେ ବିଜେପୁରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତ୍ତି ପ୍ରସ୍ତର ବି ସ୍ଥାପନ କରିଛନ୍ତି । କାର୍ଯ୍ୟକ୍ରମ ଅବସରରେ ବରଗଡ଼ ଜିଲ୍ଲାବାସୀଙ୍କୁ ୩୦୦ କୋଟିରୁ ଉର୍ଦ୍ଧ୍ୱ କୋଟି ଟଙ୍କାର ପ୍ରକଳ୍ପର ଭେଟି ଦେବା ସହ ରୂପାନ୍ତରିତ ୭୧ଟି ହାଇସ୍କୁଲକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।