Advertisment

ପ୍ରତିବାଦର ଶାଣିତ ଅସ୍ତ୍ର ପାଲଟିଛି କି ଅଣ୍ଡା ମାଡ଼ ?

ମମିତା ହତ୍ୟା ମାମଲା ଆରମ୍ଭ ଦିନରୁ ବିରୋଧୀଙ୍କ ପ୍ରତିବାଦର ଅସ୍ତ୍ର ପାଲଟିଛି ଅଣ୍ଡାମାଡ଼ ଦାବି ପୂରଣ ହେଉନଥିବାରୁ କେତେବେଳେ ମନ୍ତ୍ରୀ ତ କେତେବେଳେ ଶାସକ ଦଳ ନେତାଙ୍କୁ କଳାପ଼ତାକା ପ୍ରଦର୍ଶନ ସହ ଟମାଟୋ ଓ ଅଣ୍ଡାମାଡ଼ କରୁଛନ୍ତି ଉଭୟ ବିଜେପି-କଂଗ୍ରେସ୍।

author-image
Chandan Shishu
ଅଦ୍ୟତନ ହୋଇଛି
ବିରୋଧୀଙ୍କ ଅସ୍ତ୍ର ଅଣ୍ଡା

ବିରୋଧୀଙ୍କ ଅସ୍ତ୍ର ଅଣ୍ଡା

ଭୁବନେଶ୍ୱର: ବିରୋଧୀଙ୍କ ଶାଣିତ ଅସ୍ତ୍ର ଅଣ୍ଡା। ମନ୍ତ୍ରୀ ହୁଅନ୍ତୁ କି ଶାସକ ଦଳ ନେତା, ଗାଡ଼ି ଦେଖିଲେ ଧାଏଁ ଧାଏଁ ହେଉଛି ଅଣ୍ଡା ମାଡ଼। କେଉଁଠି ବିଜେପି ତ କେଉଁଠି କଂଗ୍ରେସ ପକ୍ଷରୁ ଚାଲିଛି ଅଣ୍ଡା ଆଟାକ୍। ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା ପରଠୁ ସତେ ଯେମିତି ବିରୋଧୀଙ୍କ ପ୍ରତିବାଦର ପ୍ରମୁଖ ତରିକା ପାଲିଟିଛି ଅଣ୍ଡା ମାଡ଼। ଏହି ଚର୍ଚ୍ଚିତ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ ଦାବି ନେଇ ବିରୋଧୀ ଗର୍ଜୁଥିବା ବେଳେ ଏଥିପ୍ରତି ମୁଖ୍ୟମନ୍ତ୍ରୀ କର୍ଣ୍ଣପାତ କରୁନଥିବାରୁ, ଖଡ୍ଗହସ୍ତ ହୋଇଛନ୍ତି ବିରୋଧୀ।

Advertisment

ନିଇତି ନୂଆ ନୂଆ ସ୍ଥାନରେ ବିଜେଡି ନେତା ଓ ମନ୍ତ୍ରୀଙ୍କ ଗାଡ଼ି ଓ ଘରକୁ କରୁଛନ୍ତି ଅଣ୍ଡାମାଡ଼। ଏମିତିକି ମୁଖ୍ୟମନ୍ତ୍ରୀ ଯୁଆଡ଼େ ସରକାରୀ କାର୍ଯ୍ୟକ୍ରମରେ ଗଲେ-ସେଠିକୁ ଯାଉଥିବା ମନ୍ତ୍ରୀ ଓ ନେତାଙ୍କୁ ବି ବାଟରେ ହେଉଛି ଅଣ୍ଡାରେ ନିଶାନା ଗତ କିଛିଦିନ ମଧ୍ୟରେ ଗଣ୍ଡା ଗଣ୍ଡା ମନ୍ତ୍ରୀଙ୍କ ଗାଡ଼ିକୁ ହେଲାଣି ଅଣ୍ଡା ଆଟାକ୍ ଯାହାଙ୍କ ମଧ୍ୟରେ ଅଛନ୍ତି-ଖୋଦ୍ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ଆଦିବାସୀ କଲ୍ୟାଣମନ୍ତ୍ରୀ ଜଗନ୍ନାଥ ସାରକା।

ସେମିତି ଶାସକ ଦଳର ବିଧାୟକ ଓ ନେତାଙ୍କୁ ବି ହେଉଛି ନିଶାନା। ଗତକାଲି ବରଗଡ଼ ଏକାମ୍ର ଛକରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଘଟଣାରେ ଉତ୍ତେଜନା ବି ପ୍ରକାଶ ପାଇଥିଲା। ତାଙ୍କ ପିଏସ୍ଓ ବନ୍ଧୁକ ଦେଖାଇ ଭୟଭୀତ କରାଇଥିବା ଅଭିଯୋଗ ଆଣି କଂଗ୍ରେସ କର୍ମୀ ଅତାବିରା ଥାନା ଆଗରେ ହୋହଲ୍ଲା କରିଥିଲେ। ଅଣ୍ଡାମାଡ଼ ଥିଓରୀକୁ ନେଇ ନିଜ ନିଜ ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ।

Advertisment

ବିଜେପି କହିଛି ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଉଥିବା ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ଏମିତିକା ବିରୋଧ ଜାରି ରହିବ। କଂଗ୍ରେସ କହିଛି ଅନ୍ଧ ସରକାର ବିରୋଧରେ ଲୋକେ ଅଣ୍ଡାମାଡ଼ କରି ରାଗ ସୁଝାଉଛନ୍ତି। ଜବାବରେ ବିଜେଡି କହିଛି-ବିରୋଧୀ ବୋଧେ ଭାବୁଛନ୍ତି ଅଣ୍ଡାମାଡ଼ ଓ କଳାପତାକା ଦେଖାଇଦେଲେ ଶାସନକୁ ଫେରିଆସିବେ?

ଏଠି ପ୍ରଶ୍ନ କାହିଁକି ରାଜ୍ୟରେ ମାସେରୁ ଅଧିକ ସମୟ ହେଲାଣି ଅଣ୍ଡାକୁ ଅସ୍ତ୍ର କରିଛନ୍ତି ବିରୋଧୀ? ରାଜନୀତି ବିଶ୍ଳେଷକଙ୍କ ମତରେ ଯେହେତୁ ମମିତା ମେହର ହତ୍ୟା ମାମଲାରେ ବିରୋଧୀଙ୍କ ଦାବି ପ୍ରତି ସରକାର କର୍ଣ୍ଣପାତ କରୁନାହାନ୍ତି ଏବଂ ମୁଖ୍ୟମନ୍ତ୍ରୀ ନିଜେ ସଭା ମଞ୍ଚରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ପାଖରେ ବସାଇଥିଲେ ତେଣୁ ବିରୋଧୀଙ୍କ ଆକ୍ରୋଶର ଏହା ଏକ ବଡ଼ ପ୍ରତିଫଳନ ବୋଲି କୁହାଯାଇପାରେ।

ଅଣ୍ଡାମାଡ଼ କରି ପ୍ରତିବାଦ ବିରୋଧୀଙ୍କ ନୂଆ ତରିକା ନୁହେଁ, ୨୦୧୫ ଫେବ୍ରୁଆରୀରେ ଭୁବନେଶ୍ୱରରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌କୁ ବି ଅଣ୍ଡାମାଡ଼ କରିଥିଲା ଛାତ୍ର କଂଗ୍ରେସ। ଯେଉଁ ଘଟଣାରେ ୧୮ଜଣଙ୍କୁ ଗିରଫ କରି ସଂଗୀନ ଦଫା ଲଗାଇଥିଲା କମିଶନରେଟ୍ ପୋଲିସ୍। ଏମିତିକି ଲକ୍ଷ୍ମୀପୁର ଖେରି ମାମଲାରେ ନିକଟରେ ଗତ ୩୧ ତାରିଖ ଦିନ ଓଡ଼ିଶା ଆସିଥିବା କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଗାଡ଼ି ଉପରକୁ ବି ଅଣ୍ଡାମାଡ଼ ହୋଇଥିଲା।

BJD BJP Congress Mamita Murder Case Egg Hurled
Advertisment
Advertisment