/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637049315.jpg)
Tomato Attack
ଭୁବନେଶ୍ୱର: ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି। ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ।ପ୍ରତିବାଦ କରି ଡିଜିଙ୍କ ଭୁବନେଶ୍ୱର କ୍ୟାମ୍ପ ଅଫିସ୍ ସହ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଥିଲେ ଛାତ୍ର କଂଗ୍ରେସ କର୍ମୀ। ନବୀନ ନିବାସ ଓ ଡିଜିପିଙ୍କ କ୍ୟାମ୍ପ ଅଫିସ୍ ଘେରାଉ କରିବାକୁ ଯାଇ ପୋଲିସ ଉପରକୁ ଟମାଟୋ ମାଡ଼ କରିଛନ୍ତି ଛାତ୍ର କଂଗ୍ରେସର କର୍ମୀ।
Advertisment
ଘେରାଉ ପାଇଁ ରାଲିରେ ଯାଉଥିବାବେଳେ ଫରେଷ୍ଟ ପାର୍କ ନିକଟରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରୁଥିବା ଛାତ୍ର କଂଗ୍ରେସ କର୍ମୀଙ୍କ ସହ ପୋଲିସ ଧସ୍ତାଧସ୍ତି ହୋଇଥିଲା। କିଛି କର୍ମୀଙ୍କୁ ପୋଲିସ ଆନ୍ଦୋଳନସ୍ଥଳରୁ ଉଠାଇ ନେଇଥିଲା। ତେବେ କଂଗ୍ରେସର ଏହି ଆନ୍ଦୋଳନରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ସତ୍ୟ ନାୟକ, ରଜତ ଚୌଧୁରୀ ପ୍ରମୁଖ ସାମିଲ ହୋଇଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)