Advertisment

କ୍ଳିନଚିଟ୍‌ ଦେବାକୁ DIG କିଏ?

ବଡ଼ ପ୍ରଶ୍ନ ହେଲା, ଏହି ଯୌନ କେଳେଙ୍କାରୀରେ ଗୋବିନ୍ଦ ସାହୁ ସହ ଆଉ କେଉଁମାନେ ସାମିଲ ଥିଲେ? କିଏ କିଏ ନିର୍ଯାତନାର ଶିକାର ହୋଇଛନ୍ତି?

author-image
Sarbeswar
undefined

DIG

ଭୁବନେଶ୍ୱର: ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଉତ୍ତରାଞ୍ଚଳ ଡିଆଇଜିଙ୍କ କ୍ଳିନଚିଟ୍‌ ନେଇ ବର୍ଷିଛନ୍ତି ବିରୋଧୀ। ଡ଼ିଆଇଜି ଦୀପକ କୁମାର ବିଜେଡିର ମୁଖପାତ୍ର ଭାବେ କାମ କରୁଥିବା ଅଭିଯୋଗ କରିଛି ବିଜେପି। କଂଗ୍ରେସ୍ ବି ଡିଆଇଜିଙ୍କୁ ଟାର୍ଗେଟ୍ କରିଛି। ସେପଟେ କଳାହାଣ୍ଡି ମହାଲିଙ୍ଗ କଲେଜ୍‌ରେ ସେକ୍ସ କାରବାର ଚାଲିଥିବା ନେଇ ପୂର୍ବରୁ ମମିତାଙ୍କ ପରିବାର ଯେଉଁ ଅଭିଯୋଗ ଆଣିଥିଲେ, ବଙ୍ଗୋମୁଣ୍ଡା JMFC କୋର୍ଟରେ ଦାଖଲ ହୋଇଥିବା ପୋଲିସ୍ ରିପୋର୍ଟରେ ମଧ୍ୟ ତାହା ଉଲ୍ଲେଖ ରହିଛି। ତେଣୁ ସେ ଦିଗରେ ପୋଲିସ୍ କାହିଁକି ତଦନ୍ତ କରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ଆଇନଜୀବୀ ଓ ପୂର୍ବତନ ଡିଜିପି।

Advertisment

ମହାଲିଙ୍ଗ ଆଂଚଳିକ ମହାବିଦ୍ୟାଳୟରେ ଦିଆଯାଉଥିଲା ଯୌନ ଉତ୍ପୀଡ଼ନ! ଆଉ ଏଥିରେ ଗୋବିନ୍ଦ ସାହୁର ସଂପୃକ୍ତି ରହିଥିବା ଅଭିଯୋଗ ଆଣିଥିଲେ ଖୋଦ୍ ମମିତାଙ୍କ ବାପା। ଘଟଣା ଆରମ୍ଭରୁ ଏଭଳି ଅଭିଯୋଗ କରିଥିଲେ ସୁଚନ୍ଦ୍ର। କେବଳ ମମିତାଙ୍କ ବାପା ନୁହଁନ୍ତି, ବଙ୍ଗୋମୁଣ୍ଡା ଜେଏମ୍ଏଫ୍ସି କୋର୍ଟରେ ପୋଲିସ ଦାଖଲ କରିଥିବା ରିପୋର୍ଟରେ ମଧ୍ୟ ଯୌନ ନିର୍ଯାତନା ସଂପର୍କରେ ଉଲ୍ଲେଖ ରହିଛି। ମାଜିଷ୍ଟ୍ରେଟଙ୍କ ରେକର୍ଡ ପାଇଁ ଅର୍ଡର ସିଟ୍‌ର ନକଲର ତଥ୍ୟ ଅନୁସାରେ କଲେଜ୍ ଓ ସ୍କୁଲର କିଛି ଛାତ୍ରୀ ଓ ମହିଳା କର୍ମଚାରୀଙ୍କୁ ଗୋବିନ୍ଦ ସାହୁ ଯୌନ ନିର୍ଯାତନା ଦେଉଥିବା ମମିତା ଜାଣିପାରିଥିଲେ।

ଯାହାକୁ ସେ ବିରୋଧ କରୁଥିଲେ। ଆଉ ଏହି କାରଣରୁ ମମିତାଙ୍କୁ ରାସ୍ତାରୁ ହଟାଇବାକୁ ଷଡ଼ଯନ୍ତ୍ର କରିଥିଲା ଗୋବିନ୍ଦ। ବଡ଼ ପ୍ରଶ୍ନ ହେଲା, ଏହି ଯୌନ କେଳେଙ୍କାରୀରେ ଗୋବିନ୍ଦ ସାହୁ ସହ ଆଉ କେଉଁମାନେ ସାମିଲ ଥିଲେ? କିଏ କିଏ ନିର୍ଯାତନାର ଶିକାର ହୋଇଛନ୍ତି? ଏ ଦିଗରେ ତଦନ୍ତ ଆଗଉ ଥିବା ଭଳି ଜଣାପଡୁନାହିଁ ବୋଲି କୁହାଯାଉଛି। ପୂର୍ବତନ ପୋଲିସ ଡିଜି ସଂଜୀବ ମାରିକଙ୍କ ମତରେ ହତ୍ୟାର ମୂଳ କାରଣ ହିଁ କଲେଜର ଚାଲିଥିବା ଅନୈତିକ କାର୍ଯ୍ୟ। ସେ ଦିଗରେ ତଦନ୍ତର ଫୋକସ୍ ରହିବା ଉଚିତ୍। ସେପଟେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି, ଯୌନ ନିର୍ଯାତନା ଅଭିଯୋଗ ସଂପର୍କରେ ଡିଆଇଜି ଦୀପକ କୁମାର କାହିଁକି କିଛି କହୁନାହାନ୍ତି?

Advertisment

ବଙ୍ଗୋମୁଣ୍ଡା ଜେଏମ୍ଏଫ୍ସି କୋର୍ଟରେ ଦାଖଲ ହୋଇଥିବା ପୋଲିସର ରିପୋର୍ଟକୁ ନେଇ ଗତକାଲି ମୁହାଁମୁହିଁ ହୋଇଥିଲେ ବରିଷ୍ଠ ବିଜେପି ନେତା ବିଜେୟ ମହାପାତ୍ର ଓ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ଗସ୍ତ ନେଇ କ୍ଲିନଚିଟ୍‌ ଦେଇଥିଲେ ଡିଆଇଜି । ତେବେ ଯାହାକୁ ନେଇ ଆଜି ଡିଆଇଜିଙ୍କ ଉପରେ ବର୍ଷିଛି ବିଜେପି। ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି। ମନ୍ତ୍ରୀଙ୍କ ରାୟପୁର ଗସ୍ତ ଉପରେ ତଦନ୍ତ ହୋଇନାହିଁ । କାହାରି କଲ୍ ରେକର୍ଡ ବି ଯାଂଚ ହୋଇନାହିଁ। ତଦନ୍ତ ସରିନଥିବା ବେଳେ ଡିଆଇଜି କିଭଳି ମନ୍ତ୍ରୀଙ୍କୁ କ୍ଳିନଚିଟ୍‌ ଦେଲେ ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ। ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଡିଆଇଜି ବିଜେଡି ମୁଖପାତ୍ର ଭାବେ କାର୍ଯ୍ୟ କରୁଛନ୍ତି। ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରୁଛନ୍ତି। କଂଗ୍ରେସ ମଧ୍ୟ ମନ୍ତ୍ରୀଙ୍କୁ ଡିଆଇଜିଙ୍କ କ୍ଳିନଚିଟ୍ ନେଇ କଡା ସମାଲୋଚାନ କରିଛି। ଏନେଇ ପୋଲିସ୍ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ।

ସେପଟେ ମମିତା ହତ୍ୟା ମାମଲାରେ ପୋଲିସ୍ ୧୬୪ ସିଆର୍ପିସିରେ ୧୦ଜଣ ଓ ୧୬୧ ସିଆର୍ପିସିରେ ୧୦୦ ଜଣ ସାକ୍ଷୀଙ୍କ ବୟାନ୍ ରେକର୍ଡ କରିଛି। ୧୬୪ ବୟାନ ରେକର୍ଡ ହୋଇଥିବା ୧୦ ଜଣଙ୍କ ମଧ୍ୟରେ ଦୁଇଜଣ ବଙ୍ଗାଳୀ ବ୍ୟକ୍ତି ଓ ଜଣେ ଛାତ୍ରୀ ଥିବା ଜଣାପଡିଛି। ସେହିପରି ଗୋବିନ୍ଦ ସାହୁ ୫ରୁ ୬ଟି ମୋବାଇଲ୍ ବ୍ୟବହାର କରୁଥିଲା ସେଥିରେ ବ୍ୟବହାର ହେଉଥିବା ସିମକାର୍ଡ଼ ଅନ୍ୟମାନଙ୍କ ନାଁରେ କିଣାଯାଇଥିବା ସୂଚନା ମିଳିଛି। ସେମାନଙ୍କର ମଧ୍ୟ ୧୬୪ ଧାରାରେ ବୟାନ୍ ରେକର୍ଡ ହୋଇଛି

Odisha Police Mamita Murder Case Accused Gobinda Sahu
Advertisment
Advertisment