/odishatv-khabar/media/post_attachments/uploadimage/library/16_9/16_9_0/ss_1637140037.jpg)
BJD leader Prasanna Pattsani
ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ଦଳରେ ଅସନ୍ତୁଷ୍ଟ ଅଛନ୍ତି କି ? ଦଳୀୟ କାର୍ଯ୍ୟକଳାପରେ ସେ ଅସନ୍ତୁଷ୍ଟ ନେଇ ଆଭାସ ମିଳିଛି। ନେତା ତାଙ୍କୁ ରାଜ୍ୟସଭା ଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ରାଜ୍ୟସଭାକୁ ପଠା ଯାଇନାହିଁ। ତଥାପି ଏଥିପାଇଁ ତାଙ୍କ ମନରେ ଦୁଃଖ ନ ଥିବା ପୂର୍ବତନ ବିଜେଡି ସାଂସଦ ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି।
ଆଗକୁ ପୁଣି ରାଜ୍ୟସଭା ନିର୍ବାଚନ ଆସୁଛି। ସେଥିରେ ଯଦି ଦେବେ ଦେବେ। କିନ୍ତୁ ଏଥିପାଇଁ ସେ ଖୋସାମତ କରିବେ ନାହିଁ ବୋଲି ପାଟ୍ଟଶାଣୀ କହିଛନ୍ତି। ପାଟ୍ଟଶାଣୀ କହିଛନ୍ତି, ‘ମୁଁ କୌଣସି ରେସ୍ରେ ନାହିଁ। ଏଥିପାଇଁ ଲାଲାୟିତ ବି ନୁହେଁ।’
ଏଥିସହ ପ୍ରଧାନମନ୍ତ୍ରୀ ଯଦି ତାଙ୍କୁ ରାଜ୍ୟପାଳ ପାଇଁ ଚାହିଁବେ ପ୍ରଶ୍ନର ଉତ୍ତରରେ ପାଟ୍ଟଶାଣୀ କହିଛନ୍ତି, ‘ପ୍ରଧନମନ୍ତ୍ରୀ ଏତେ ବଡ଼ ଲୋକ, ସେ କାହିଁକି ଚାହିଁବେ ଓ ମୁଁ କାହିଁକି ଯିବି ? ଆଉ ଯଦି ସେ ଚାହିଁବେ, ମୁଁ ନଯିବି, ତା’ହେଲେ ମୋ ଠାରୁ ବୋକା ଆଉ କିଏ ଅଛି ? ଗୋଟିଏ ସତ୍ୟର ବଳ ଶହେଟି ହାତୀର ବଳ ସହ ସମାନ। ସେହିପରି ଗୋଟିଏ ମିଥ୍ୟାର ବଳ ହଜାରେ ଗଧର ବଳ ସହ ସମାନ।’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)