Advertisment

ଯୁଆଡ଼େ ମନ୍ତ୍ରୀ ଯାଉଛନ୍ତି, ସିଆଡ଼େ ବିରୋଧୀ କଳାପତାକା ଦେଖାଉଛନ୍ତି

କଳାପତାକାରୁ ନିସ୍ତାର ନାହିଁ, ଯେଉଁ ଆଡ଼େ ଗଲେ ବି ମନ୍ତ୍ରୀଙ୍କୁ ବିରୋଧୀ ଦେଖାଉଛନ୍ତି କଳାପତାକା

author-image
Sarbeswar
bjp

BJP

ଭୁବନେଶ୍ୱର: ଝାରସୁଗୁଡ଼ାରେ ମନ୍ତ୍ରୀ ନବ ଦାସଙ୍କୁ କଳାପତାକା ପ୍ରଦର୍ଶନ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଫେରିବା ବେଳେ ଓଏମ୍ପି ଛକରେ ତାଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି । ସର୍କିଟ ହାଉସ ଯିବା ବେଳେ କଳାପତାକା ପ୍ରଦର୍ଶନ କରିଛନ୍ତି ବିଜେପି କର୍ମୀ। ମନ୍ତ୍ରୀ ନବ ଦାସ ଓ ସୁଶାନ୍ତ ସିଂହ ଯିବା ବେଳେ ବିଜେପି କର୍ମୀ କଳା ପତାକା ଦେଖାଇଥିଲେ । କଳା ପତାକା ଦେଖାଇଥିବା ୫ ବିଜେପି କର୍ମୀଙ୍କୁ ଉଠାଇ ନେଲା ପୋଲିସ।

Advertisment

ସେପଟେ ମନ୍ତ୍ରୀ ସମୀର ଦାଶଙ୍କୁ ବି କଳାପତାକା ଦେଖାଇଛନ୍ତି ବିଜେପି କର୍ମୀ। ମମିତା ମାମଲାରେ ତଦନ୍ତ ନିଷ୍କ୍ରିୟତା ପ୍ରତିବାଦରେ ବିଜେପି କଳାପତାକା ଦେଇଥିବା ସୂଚନା ମିଳିଛି। ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବାହାରେ ମନ୍ତ୍ରୀଙ୍କୁ କଳାପତାକା ଦେଖାଇ ବିରୋଧ କରାଯାଇଥିଲା । ଏତିକି ବେଳେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା।

ସେପଟେ, ମମିତା ମୃତ୍ୟୁ ମାମଲାକୁ ନେଇ କଂଗ୍ରେସ କଡ଼ା ଆଭିମୁଖ୍ୟ ଦେଖାଇଛି। ଡିସେମ୍ବର ପହିଲାରୁ ହେବାକୁ ଥିବା ଶୀତ ଅଧିବେଶନରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଧାନସଭାରେ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି କଂଗ୍ରେସ ବିଧାୟକ କହିଛନ୍ତି। ମମିତା ହତ୍ୟା ମାମଲାରେ ଦିବ୍ୟଶଙ୍କରଙ୍କ ସଂପୃକ୍ତି ଅଭିଯୋଗ ଥିବାରୁ ତାଙ୍କୁ ପବିତ୍ର ଗୃହରେ ପୁରେଇ ଦିଆଯିବ ନାହିଁ ବୋଲି ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି।

Advertisment
Odisha BJP
Advertisment
Advertisment