• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ପ୍ରଶ୍ନ ବାଣରେ ଘାଇଲା କଲେ ଲେଖାଶ୍ରୀ

  • କହିଲେ, ଜାଣିଶୁଣି ଘଟଣା ଚପାଉଛି ପୋଲିସ୍‌

ଭୁବନେଶ୍ୱର: ମମିତା ମାମଲାରେ ଡିଆଇଜି ଦୀପକ କୁମାର ଉପରେ ବର୍ଷିଲେ ବିଜେପି ଓ କଂଗ୍ରେସ । ଗତକାଲି ପ୍ରେସ୍ ମିଟରେ ତୃତୀୟ ପକ୍ଷ କେହି ସଂପୃକ୍ତ ନଥିବା ଡିଆଇଜି କହିଥିଲେ । ତେବେ ପୋଲିସ କିଛି ଲୋକଙ୍କୁ ଘଣ୍ଟଘୋଡାଇବାକୁ ଉଦ୍ୟମ କରୁଛି ବୋଲି ବିଜେପି କହିଛି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ କ୍ଲିନଚିଟ ଦେବାକୁ ପୋଲିସ ଉଦ୍ୟମ କରୁଥିବା କହିଛି ବିଜେପି । ମମିତା ବାପା କଲେଜର ଚାଲିଥିବା ଅନୈତିକ କାମକୁ ନେଇ ଯାହା କହିଥିଲେ ସେ ଉପରେ ବିଜେଡି ମତ ରଖିବାକୁ ବିଜେପି ଦାବି କରିଛି। ଡ଼ିଆଇଜି ଦୀପକ କୁମାର ପ୍ରେସମିଟ କରି ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରିଛନ୍ତି ।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମହାଲିଙ୍ଗରେ ରାତ୍ରିଯାପନ କରୁଥିଲେ। ସେଠି ସେକ୍ସ ରାକେଟ ଚାଲିଥିଲା ବୋଲି ମମିତାଙ୍କ ବାପା ଅଭିଯୋଗ କରିଥିଲେ। ତାକୁ ନେଇ ବିଜେଡି କଣ ଉତ୍ତର ରଖିବ ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ ? ଦିବ୍ୟଶଙ୍କରଙ୍କୁ କ୍ଲିନଚିଟ ଦେବା ବେଆଇନ। କେମିତି ଜାଣିଲେ ଯେ ରାୟପୁର ବୈଠକ ହୋଇନାହିଁ ? ସେ ଦିଗରେ ତଦନ୍ତ ହୋଇ ନାହିଁ। କଲ ରେକର୍ଡ ବି ଯାଞ୍ଚ ହୋଇ ନାହିଁ ବୋଲି ଲେଖାଶ୍ରୀ କହିଛନ୍ତି। ୩ ଦିନ ବିଳମ୍ବରେ ଏଫଆଇଆର କୋର୍ଟରେ ପହଞ୍ଚିଲା କାହିଁକି ବୋଲି ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି । ଡିଆଇଜି ନିଜେ ତଦନ୍ତକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଥିବାରୁ ଘଟଣାର ସିବିଆଇ ଦତନ୍ତ ଦାବି କରିଛି ବିଜେପି।

ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ମମିତା ମାମଲାରେ ରାଜ୍ୟ ସରକାରକୁ ଟାର୍ଗେଟ କରି କହିଛନ୍ତି , କିଛି ମୁଷ୍ଟିମେୟ ପୋଲିସ ଅଧିକାରୀ ବିଜେଡିର ମୁଖପାତ୍ର ସାଜିଛନ୍ତି। BJD ଭ୍ରମିତ କରିବାକୁ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ଅନ୍ୟପଟେ କଂଗ୍ରେସ ବି ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ ପାଇଁ ଦାବି କରିଛି ଏ ପ୍ରସଙ୍ଗରେ କଂଗ୍ରେସ ଆନ୍ଦୋଳନ କରୁଛି ଓ ଆଗକୁ ଆହୁରି ଆଳନ କରିବ ବୋଲି କହିଛି ଦଳ। ବିଜେପି ଓ କଂଗ୍ରେସର ଅଭିଯୋଗ ଉପରେ ରାଜ୍ୟ ସରକାର କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।