Advertisment

ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ

ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ ହୋଇଛି। ଭୁବନେଶ୍ୱର ସ୍ଥିତ ବାସଭବନରେ ହୃଦ୍‌ଘାତରେ ଉମେଶଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Former MLA Umesh Swain

Former MLA Umesh Swain

ଜଗତସିଂହପୁର: ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ ହୋଇଛି। ଭୁବନେଶ୍ୱର ସ୍ଥିତ ବାସଭବନରେ ହୃଦ୍‌ଘାତରେ ଉମେଶଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ବାଲିକୁଦାରୁ ୪ ଥର ବିଧାୟକ ଭାବେ ଉମେଶ ସ୍ୱାଇଁ ନିର୍ବାଚିତ ହୋଇଥିଲେ। ଉମେଶଙ୍କ ଦେହାନ୍ତ ନେଇ ପରିବାର ସୂତ୍ରରୁ ସୂଚନା ଦିଆଯାଇଛି।

Advertisment

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍‌ ଅନ୍ତର୍ଗତ ଅନ୍ତର୍ଗତ ମାଛଗାଁ ଗାଁରେ ଉମେଶ ସ୍ୱାଇଁଙ୍କ ଘର। ଏକ ସମ୍ଭ୍ରାନ୍ତ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ୭୪ ବର୍ଷୀୟ ଉମେଶ ଛାତ୍ର ଜୀବନରୁ ଥିଲେ ଉଚ୍ଚାଭିଳାସୀ। କିଛି କରିବାର ଆଶା ନେଇ ଓ ଅଞ୍ଚଳର ଲୋକମାନଙ୍କୁ ସହଯୋଗ କରିବା ପାଇଁ ପ୍ରଥମେ ସେ ମଧୁସୂଦନ ଆଇନ କଲେଜରେ ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ।ଏହାପରେ ଆରମ୍ଭ ହୋଇଥିଲା ତାଙ୍କର ରାଜନୈତିକ ଯାତ୍ରା।

ବିଜୁ ବାବୁଙ୍କ ଏକାନ୍ତ ଅନୁଗତ ଓ ଆଜ୍ଞାଧୀନ ଭାବେ ଉମେଶ ସ୍ୱାଇଁ ବେଶ୍‌ ପରିଚିତ ଥିଲେ। ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଜନତାଙ୍କ ସେବା କରିବା ପାଇ ସେ ପ୍ରଥମେ ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ଟିକେଟ ପାଇଁ ବିଜୁ ବାବୁଙ୍କ ନିକଟରେ ଦାବି ରଖିଥିଲେ। କିନ୍ତୁ ଏହି ନିର୍ବାଚନ ମଣ୍ଡଳୀରୁ ରଘୁନାଥ ମହାପାତ୍ରଙ୍କୁ ଦଳ ଚୟନ କରିଥିବାରୁ ୧୯୭୪ ମସିହାରେ ସ୍ୱାଧୀନ ପ୍ରାର୍ଥୀ ଭାବେ ସାଇକେଲ ଚିହ୍ନରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ଉମେଶ ସ୍ୱାଇଁ। ୫,୫୭୯ ଖଣ୍ଡ ଭୋଟ ପାଇ ରାଜ୍ୟ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଏହି ନିର୍ବାଚନ ଲଢିବା ଦ୍ୱାରା ବିଜୁବାବୁଙ୍କ ସମର୍ଥିତ ପ୍ରାର୍ଥୀ ରଘୁନାଥ ମହାପାତ୍ରଙ୍କ ପରାଜୟ ହେବା ସହ କଂଗ୍ରେସର ହେଭିୱେଟ୍‌ ନେତା ବାସୁଦେବ ମହାପାତ୍ରଙ୍କ ଜିତିବା ପଥ କୁସୁମିତ ହୋଇଥିଲା। ଏହି ନିର୍ବାଚନ ଲଢିବା ଦ୍ୱାରା ଉମେଶ ସ୍ୱାଇଁ ବିଜୁ ବାବୁଙ୍କୁ ପ୍ରଭାବିତ କରିବା ସହ ତତ୍କାଳୀନ ବାଲିକୁଦା ଓ ନାଉଗାଁ ବ୍ଲକକୁ ନେଇ ଗଠିତ ବାଲିକୁଦା ନିର୍ବାଚନ ମଣ୍ଡଳୀ ଜନମାନସରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

Advertisment

୧୯୭୭ ମସିହାରେ ଜନତା ଦଳରୁ ପ୍ରାର୍ଥୀ ହୋଇ ମନ୍ତ୍ରୀ ବାସୁଦେବ ମହାପାତ୍ରଙ୍କୁ ପରାଜୟର ସ୍ୱାଦ ଚଖାଇ ପ୍ରଥମ ଥର ଭାବେ ବିଧାନସଭାକୁ ମନୋନୀତ ହୋଇଥିଲେ ଉମେଶ ସ୍ୱାଇଁ। ପରେ ୧୯୮୦ ଓ ୧୯୮୫ ପରାଜିତ ହୋଇ ୧୯୯୦ରେ ତତ୍କାଳୀନ ବିଧାୟକ ଜ୍ୟୋତିଷ ଦାଶଙ୍କୁ ପରାଜିତ କରି ଦ୍ୱିତୀୟ ଥର ପାଇଁ ବିଧାୟକ ହୋଇଥିଲେ।

୨୦୦୦ ମସିହାରେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇ ଉମେଶ ସ୍ୱାଇଁ ପ୍ରଥମ ଥର ବିଜେଡିରୁ ପ୍ରାର୍ଥୀ ହୋଇଥିବା ରଘୁନନ୍ଦନ ଦାଶଙ୍କୁ ପରାଜିତ କରି ତୃତୀୟ ଥର ବିଧାୟକ ହୋଇଥିଲେ। ଏହାପରେ ସେ ୨୦୦୪ ମସିହାରେ ୪ ଥର ବିଧାୟକ ହୋଇଥିଲେ। ୨୦୧୪ ମସିହାରେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜେଡିର ସଦସ୍ୟତା ଗ୍ରହଣ କରିଥିଲେ ଓ ନିର୍ବାଚନ ନଲଢ଼ି ଦଳ ପାଇଁ ପ୍ରଚାର କରିଥିଲେ।

ବରିଷ୍ଠ ନେତା ଉମେଶ ସ୍ୱାଇଁ ଜଣେ ଅଦମ୍ୟ ସାହସୀ ନେତା ଭାବେ ବେଶ୍‌ ପରିଚିତ ଥିଲେ। ବନ୍ୟା, ବାତ୍ୟା ସମୟରେ ଲୋକମାନଙ୍କୁ ପାଖକୁ ଯାଇ ସେମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ବୁଝିବା ସହ ସେମାନଙ୍କ ପାଖରେ ଛିଡ଼ା ହେଉଥିଲେ।  

Former MLA Umesh Swain
Advertisment
Advertisment